ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଇଂଲଣ୍ଡଠାରୁ ହାରିଲା ବାଂଲାଦେଶ

ବେଙ୍ଗାଲୁରୁ: ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ବେଙ୍ଗାଲୁରୁଠାରେ ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ଇଂଲଣ୍ଡ ବାଂଲାଦେଶକୁ ୩୬ ରନ୍‌ରେ ପରାସ୍ତ କରିଛି। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା। ଅଧିନାୟକ ଚାରଲୋଟ୍ ଇଡ୍‌ୱାର୍ଡସ୍‌ ୫୧ଟି ବଲ୍‌ରୁ ୭ଟି ଚୌକା ସହାୟତାରେ ୬୦ ରନ୍ କରି ଥିଲେ। ତାଙ୍କ ବ୍ୟତୀତ ନାତାଲି ସ୍କିଭର ୨୨ଟି ବଲରୁ ୨୭ ରନ୍ କରି ଥିଲେ। ଅନ୍ୟପକ୍ଷରେ ୧୫୩ ରନ୍‌ର ପିଛା […]

england

Rakesh Mallick
  • Published: Thursday, 17 March 2016
  • , Updated: 17 March 2016, 05:33 PM IST

ବେଙ୍ଗାଲୁରୁ: ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ବେଙ୍ଗାଲୁରୁଠାରେ ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ଇଂଲଣ୍ଡ ବାଂଲାଦେଶକୁ ୩୬ ରନ୍‌ରେ ପରାସ୍ତ କରିଛି।

ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା। ଅଧିନାୟକ ଚାରଲୋଟ୍ ଇଡ୍‌ୱାର୍ଡସ୍‌ ୫୧ଟି ବଲ୍‌ରୁ ୭ଟି ଚୌକା ସହାୟତାରେ ୬୦ ରନ୍ କରି ଥିଲେ। ତାଙ୍କ ବ୍ୟତୀତ ନାତାଲି ସ୍କିଭର ୨୨ଟି ବଲରୁ ୨୭ ରନ୍ କରି ଥିଲେ।

ଅନ୍ୟପକ୍ଷରେ ୧୫୩ ରନ୍‌ର ପିଛା କରି ବାଂଲାଦେଶ ଟିମ୍ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୧୭ ରନ୍ କରି ଥିଲା। ପଞ୍ଚମ ୱିକେଟ୍‌ରେ ନିଗାର ସୁଲତାନା ଓ ସଲମା ଖାତୁନ୍‌ଙ୍କ ମଧ୍ୟରେ ୬୪ ରନ୍‌ର ଭାଗିଦାରୀ ହୋଇଥିଲେ ହେଁ ଦଳ ମ୍ୟାଚ୍ ଜିତି ପାରି ନ ଥିଲା। ନିଗାର ୩୫ ରନ୍ କରିଥିବା ବେଳେ ଖାତୁନ୍ ୩୨ ରନ୍ କରି ଅପରାଜିତ ଥିଲେ।

Related story