ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପ କ୍ୱାର୍ଟର ଫାଇନାଲ୍ ମୁକାବିଲାରେ ସ୍ୱିଡେନକୁ ହରାଇ ସେମିଫାଇନାଲ୍ରେ ପ୍ରବେଶ କଲା ଇଂଲଣ୍ଡ। ଆଜି ଖେଳାଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଇଂଲଣ୍ଡ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ସ୍ୱିଡେନକୁ ୨-୦ରେ ପରାସ୍ତ କରିଛି। ମ୍ୟାଚ୍ର ୩୦ ମିନିଟ୍ରେ ଇଂଲଣ୍ଡ ପାଇଁ ପ୍ରଥମ ଗୋଲ୍ ସ୍କୋର୍ କରିଥିଲେ ହାରି ମାଗ୍ୟୁର। ସେହିପରି ମ୍ୟାଚ୍ର ୫୯ ମିନିଟରେ ଇଂଲଣ୍ଡର ଡେଲ୍ ଅଲ୍ଲି ଆଉ ଏକ ଗୋଲ୍ କରି ବିଜୟ ସୁନିଶ୍ଚିତ କରିଥିଲେ। ସମ୍ପୂର୍ଣ୍ଣ ମ୍ୟାଚ୍ରେ ଇଂଲଣ୍ଡର ପଲା ଭାରି ରହିଥିଲା।
ଆଜିର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ଆୟୋଜକ ଋ଼ଷିଆକୁ ଭେଟିବ କ୍ରୋଏସିଆ। ଆଜିର ମ୍ୟାଚ୍ରେ ଋ଼ଷିଆର ପଳା ଭାରି ଥିବା ବେଳେ ୟଙ୍ଗ ବାହିନୀକୁ ନେଇ ପଡ଼ିଆକୁ ଓହ୍ଲାଇବ କ୍ରୋଏସିଆ। ରାତି ୧୧ଟା ୩୦ରେ ଉଭୟଙ୍କ ମଧ୍ୟରେ ହେବ ଟକ୍କର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଅ ପାଖକୁ ଯାଇଥିଲେ ବାପାମା', ହଷ୍ଟେଲ ରୁମ୍ରେ ଦେଖିଲେ ଝୁଲନ୍ତା ମୃତଦେହ
ଆଇଆଇଟି-ଖଡ଼ଗପୁରର ହଷ୍ଟେଲ ରୁମ ଭିତରୁ ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
Guest Column
ଧର୍ମ ଓ ବିଜ୍ଞାନର ସମନ୍ୱୟ- କୁମ୍ଭ ମେଳା
କୁମ୍ଭମେଳା କେବଳ ଶାସ୍ତ୍ର ଭିତରେ ସୀମିତ ନୁହେଁ ଏହା ଭାରତ ଓ ଭାରତ ବାହାରେ ମଧ୍ୟ ପରିଚିତ। ଅଥର୍ବ ବେଦର ଚତୁର୍ଥ ମଣ୍ଡଳର ୩୪ ସୂକ୍ତରେ ଓ ୧୯ ମଣ୍ଡଳର ୫୩ ସୂକ୍ତରେ କୁମ୍ଭ ଶବ୍ଦ ବ୍ୟବହାର କରାଯାଇଛି (ପୂର୍ଣ୍ଣ: କୁମ୍ଭୋଧୀ କାଳ ଆହିତସ୍ତ ୱେ ପଶ୍ୟାମୋ...)। ମହାଭାରତର ଅସ୍ତିକା ପର୍ବ ଓ ତୀର୍ଥ ଯାତ୍ରା ଖଣ୍ଡରେ ପ୍ରୟାଗରାଜରେ ସ୍ନାନର ମହତ୍ୱ ବର୍ଣ୍ଣନା କରାଯାଇଛି।
National
LAC ସ୍ଥିତି ସମ୍ବେଦନଶୀଳ କିନ୍ତୁ ସ୍ଥିର: ସ୍ଥଳ ସେନା ମୁଖ୍ୟ
ଗତ ବର୍ଷ କଶ୍ମୀରରେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୬୦% ପାକିସ୍ତାନୀ ବୋଲି କହିଛନ୍ତି ସ୍ଥଳ ସେନା ମୁଖ୍ୟ।
National
CAG ରିପୋର୍ଟ: ସଚ୍ଚୋଟତା ଉପରେ ସନ୍ଦେହ, ଆପ୍ ଉପରେ ବର୍ଷିଲେ ହାଇକୋର୍ଟ
ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ।
Business
ଡଲାର ତୁଳନାରେ ସର୍ବକାଳୀନ ଦୁର୍ବଳ ସ୍ଥିତିରେ ଟଙ୍କା
ଶୁକ୍ରବାର ବଜାର ବନ୍ଦ ହେବା ବେଳକୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୮ ପଇସା ହ୍ରାସ ପାଇଥିଲା। ଗୋଟିଏ ଡଲାରର ମୂଲ୍ୟ ସେତେବେଳେ ୮୬.୦୪ ଟଙ୍କା ଥିଲା। ଆଜି ଏହା ପୁଣି ୩୮ ପଇସା ହ୍ରାସ ପାଇଛି।