Advertisment

ଆରମ୍ଭ ହେଲା ଐତିହାସିକ ପିଙ୍କ ବଲ୍‌ ଟେଷ୍ଟ, ପ୍ରଥମେ ବ୍ୟାଟିଂ କରିବ ଇଂଲଣ୍ଡ

ମୋଟେରା: ବିଶ୍ୱର ସର୍ବବୃହତ୍ତ ନରେନ୍ଦ୍ର ମୋଦି ଷ୍ଟାଡିୟମ ରେ ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ପିଙ୍କ ବଲ୍‌ ଟେଷ୍ଟ। ଏହି ଐତିହାସିକ ଦିବାରାତ୍ର ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ବିରାଟ କୋହଲି ଆଣ୍ଡ କୋ ପ୍ରଥମେ ବୋଲିଂ କରିବ। ମୋଟେରାରେ ନୂଆ କରି ତିଆରି ହୋଇଥିବା ପିଚ୍‌ ପ୍ରଥମ ଦୁଇ ଦିନ ବ୍ୟାଟସମ୍ୟାନଙ୍କୁ ସୁହାଇବ ବୋଲି ଆକଳନ କରାଯାଇଛି। ଏହାପରେ […]

author-image
Hemant Lenka
ଅଦ୍ୟତନ ହୋଇଛି
ଆରମ୍ଭ ହେଲା ଐତିହାସିକ ପିଙ୍କ ବଲ୍‌ ଟେଷ୍ଟ, ପ୍ରଥମେ ବ୍ୟାଟିଂ କରିବ ଇଂଲଣ୍ଡ

BCCI

ମୋଟେରା: ବିଶ୍ୱର ସର୍ବବୃହତ୍ତ ନରେନ୍ଦ୍ର ମୋଦି ଷ୍ଟାଡିୟରେ ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ପିଙ୍କ ବଲ୍‌ ଟେଷ୍ଟ ଏହି ଐତିହାସିକ ଦିବାରାତ୍ର ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ବିରାଟ କୋହଲି ଆଣ୍ଡ କୋ ପ୍ରଥମେ ବୋଲିଂ କରିବ।

Advertisment

ମୋଟେରାରେ ନୂଆ କରି ତିଆରି ହୋଇଥିବା ପିଚ୍‌ ପ୍ରଥମ ଦୁଇ ଦିନ ବ୍ୟାଟସମ୍ୟାନଙ୍କୁ ସୁହାଇବ ବୋଲି ଆକଳନ କରାଯାଇଛି। ଏହାପରେ ପିଙ୍କ ବଲରେ ସ୍ପିନର ଓ ଦ୍ରୁତ ବୋଲରମାନେ ନିଜର ଜଲୱା ଦେଖାଇଛନ୍ତି। ଏହି କାରଣରୁ ଉଭୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ଟସ୍‌ ଇଂଲଣ୍ଡ ସପକ୍ଷରେ ଯାଇଛି।

ବର୍ତ୍ତମାନ ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ୪ଟିକିଆ ଟେଷ୍ଟ ସିରିଜ୍‌ ୧-୧ରେ ବରାବର ରହିଛି। ଇଂଲଣ୍ଡ ପ୍ରଥମ ଟେଷ୍ଟ ଜିତିଥିବା ବେଳେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ବାଜିମାତ କରିଥିଲା। ଏହି ମ୍ୟାଚ୍‌ଟି ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଇଂଲିଶ ଟିମ୍‌ ତା’ ଚୂଡ଼ାନ୍ତ ଏକାଦଶରେ ୪ଟି ପରିବର୍ତ୍ତନ କରିଛି।

Advertisment

Image

ଦଳକୁ ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର, ଜନ୍ନି ବେୟାରଷ୍ଟୋ ଓ ଜ୍ୟାକ୍‌ କ୍ରଲି କମ୍‌ ବ୍ୟାକ୍‌ କରିଛନ୍ତି। ଏଥିପାଇଁ ଦ୍ୱିତୀୟ ଟେଷ୍ଟ ଖେଳୁଥିବା ରୋରି ବର୍ନସ, ଲାୱରେନ୍ସ, ଓଲି ଷ୍ଟୋନ ଓ ମୋଇନୀ ଅଲୀ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ିଛନ୍ତି। ଏହାର ଅର୍ଥ ଇଂଲିଶ ଟିମ୍‌ ୩ ଦ୍ରୁତ ବୋଲର ଓ ଜ୍ୟାକ୍‌ ଲିଚ୍‌ଙ୍କ କମ୍ବିନେସନ ସହ ମୈଦାନକୁ ଓହ୍ଲାଇଛି।


ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ କରିଛି। ମହମ୍ମଦ ସିରାଜଙ୍କ ବଦଳରେ ଯଶପ୍ରୀତ ବୁମ୍ରା ଓ କୁଲଦୀପ ଯାଦବଙ୍କ ବଦଳରେ ୱାଶିଂଟନ ସୁନ୍ଦରଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି।

India Vs England