ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଭାରତର ଦ୍ୱିତୀୟ ପରାଜୟ

ଧର୍ମଶାଳା: ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲାଣ୍ଡଠାରୁ ୨ ୱିକେଟରେ ପରାଜିତ ହୋଇଛି ଭାରତ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ଏହା ଦ୍ୱିତୀୟ ପରାଜୟ। ପୂର୍ବରୁ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ୨ ରନ୍‌ରେ ପରାଜିତ ହୋଇଥିଲା। ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ କରିଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୯୦ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଥାଲି […]

ENGLAND WOMEN WON BY 2 WICKETS

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 04:22 PM IST

ଧର୍ମଶାଳା: ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲାଣ୍ଡଠାରୁ ୨ ୱିକେଟରେ ପରାଜିତ ହୋଇଛି ଭାରତ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ଏହା ଦ୍ୱିତୀୟ ପରାଜୟ। ପୂର୍ବରୁ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ୨ ରନ୍‌ରେ ପରାଜିତ ହୋଇଥିଲା।

ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ କରିଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୯୦ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଥାଲି ରାଜ୍‌ ୩୩ ବଲରୁ ୨୦ ରନ୍‌, ହରମନପ୍ରୀତ କୌର ୨୫ ବଲରୁ ୨୬ ଓ ଅନୁଜା ପାଟିଲ୍‌ ୧୩ ବଲରୁ ୧୩ ରନ୍‌ କରିଥିଲେ। ଇଂଲଣ୍ଡ ପକ୍ଷରୁ ଏଚ୍‌. ନାଇଟ୍‌ ୩ଟି, ଅନ୍ୟା ଶୁରୁବ୍‌ସୋଲେ ୨ଟି ଓ ଏନ୍‌. ସ୍କାଇଭର ଗୋଟିଏ ୱିକେଟ ନେଇଥିଲେ।

୯୧ ରନକୁ ପିଛା କରି ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପକ୍ଷରୁ ଟମ୍ମି ୧୮ ବଲରୁ ୨୦ ରନ୍‌, ଶାରାହ ଟେଲର ୧୧ ବଲରୁ ୧୬  ଓ ସ୍କାଇଭର ୨୪ ବଲରୁ ୧୯ ରନ୍‌ କରିଥିଲେ। ଭାରତ ପକ୍ଷରୁ ଏକତା ବିଷ୍ଟ ୪ଟି ଓ ହରମିନ୍‌ପ୍ରୀତ ୨ଟି ୱିକେଟ ନେଇଥିଲେ।

ଇଂଲଣ୍ଡର ବୋଲର ହତର ନାଇଟ୍‌କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ପ୍ରଦାନ କରାଯାଇଥିଲା।

Related story