'ମେଶିନ୍ ଖରାପ ହୋଇଯିବ, କିନ୍ତୁ ବିରାଟଙ୍କ ବ୍ୟାଟିଂ ଖରାପ ହେବନି'

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ସର୍ବଦା ଗୋଟିଏ କଥା ଉଠେ ଯେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କିଏ? ବିଗତ ଦିନରେ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କୁ ନେଇ ଏହି ପ୍ରଶ୍ନ ଅଧିକ ଉଠିଥିଲା। ବର୍ତ୍ତମାନ ସମୟରେ ମଧ୍ୟ ଏହି ଚର୍ଚ୍ଚା ପୁଣି ଉଜାଗର ହୋଇଛି। ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଯେ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ଓ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କ ମଧ୍ୟରୁ କିଏ ଉନ୍ନତ ବ୍ୟାଟ୍ସମ୍ୟାନ୍। ତେବେ ପାକିସ୍ତାନର […]

kohli

Ranjit Kumar Jena
  • Published: Tuesday, 14 April 2020
  • , Updated: 14 April 2020, 04:45 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ସର୍ବଦା ଗୋଟିଏ କଥା ଉଠେ ଯେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କିଏ? ବିଗତ ଦିନରେ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କୁ ନେଇ ଏହି ପ୍ରଶ୍ନ ଅଧିକ ଉଠିଥିଲା। ବର୍ତ୍ତମାନ ସମୟରେ ମଧ୍ୟ ଏହି ଚର୍ଚ୍ଚା ପୁଣି ଉଜାଗର ହୋଇଛି। ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଯେ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ଓ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କ ମଧ୍ୟରୁ କିଏ ଉନ୍ନତ ବ୍ୟାଟ୍ସମ୍ୟାନ୍। ତେବେ ପାକିସ୍ତାନର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ତଥା ଏସିଆର ଡନ୍ ବ୍ରାଡମ୍ୟାନ୍ କୁହାଯାଉଥିବା ଜାହିର୍ ଆବାସ ଏହାର ଜବରଦସ୍ତ ଜବାବ ଦେଇଛନ୍ତ ।

ପାକିସ୍ତାନ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଜାହିର ଆବାସଙ୍କ ମତରେ, ବର୍ତ୍ତମାନ ସମୟରେ ଷ୍ଟିଭ୍ ସ୍ମିଥ୍ ସର୍ବଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ୍। ତେବେ ଜାହିର୍ ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଯାକ ଫର୍ମାଟରେ ବିରାଟ୍ କୋହଲିଙ୍କୁ ହିଁ ସର୍ବଶ୍ରେଷ୍ଠ ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି, ଟେଷ୍ଟ କ୍ରିକେଟରେ କୋହଲିଙ୍କଠାରୁ ସ୍ମିଥ୍ ଅଧିକ ସ୍ଥିର ଲାଗନ୍ତି। ସ୍ମିଥ୍ ପ୍ରାୟ ସବୁ ସିରିଜରେ ରନ୍ କରୁଛନ୍ତି। ଏପରିକି ଡେଭିଡ୍ ୱାର୍ଣ୍ଣର୍ ମଧ୍ୟ ଲଗାତର ଭଲ ପ୍ରଦର୍ଶନ କରୁଛନ୍ତି।

ଆବାସ ଆହୁରି କହିଛନ୍ତି, ସର୍ବୋପରି ମୁଁ କହିଆସୁଛି ଯେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ତିନୋଟି ଯାକ ଫର୍ମାଟରେ ଉନ୍ନତ ପ୍ରଦର୍ଶନ କରିବା ଦରକାର। ତେଣୁ ଏହି ମାମଲାରେ କୋହଲି ବାକି ଖେଳାଳିଙ୍କଠାରୁ ଢ଼େର ଆଗରେ ଅଛନ୍ତି । ଯଦି ଜଣେ ବ୍ୟାଟ୍ସମ୍ୟାନ୍ ବିଶ୍ୱ କ୍ରିକେଟରେ ଶୀର୍ଷ ବ୍ୟାଟ୍ସମ୍ୟାନ୍ ଭାବେ ସ୍ଥାପିତ ହେବାକୁ ଚାହେଁ, ତାହେଲେ ତାଙ୍କୁ ସବୁ ଫର୍ମାଟରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ସେମିତି ଦେଖିବାକୁ ଗଲେ ଭାରତୀୟ କ୍ରିକେଟ୍ ଟିମ୍ ବହୁତ କ୍ରିକେଟ୍ ଖେଳୁଛି। ଶୀର୍ଷ ଖେଳାଳି ଭାବେ କୋହଲି ମଧ୍ୟ ଅଧିକାଂଶ ମ୍ୟାଚରେ ଖେଳିଥାନ୍ତି।

ପ୍ରତିଟି ମ୍ୟାଚ୍ ଖେଳିବା ତାଙ୍କ (କୋହଲି) କାମ ଏବଂ ଏହି କାରଣରୁ ସେ ଆଜି ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ ହୋଇଛନ୍ତି। ତା'ଛଡ଼ା ଗତ କିଛି ବର୍ଷ ବିରାଟ୍ ଅନେକ କୀର୍ତ୍ତିମାନ ଅର୍ଜନ କରିଛନ୍ତି। ବିରାଟ୍ କୌଣସି ମେଶିନ୍ ନୁହନ୍ତି। ଏପରିକି ଗୋଟିଏ ମେଶିନ୍ ଅନେକ ଥର ଖରାପ ହୋଇଥାଏ। କିନ୍ତୁ କୋହଲିଙ୍କ ବ୍ୟାଟିଂ କେବେବି ପ୍ରଶଂସକଙ୍କୁ ବୋର୍ ହେବାକୁ ଦେବ ନାହିଁ। ତେଣୁ ବର୍ତ୍ତମାନ ସମୟରେ କୋହଲିଙ୍କ ସମକକ୍ଷ କେହି ନାହାନ୍ତି। ବାବର ଆଜମଙ୍କୁ ନେଇ ଆବାସ କହିଛନ୍ତି, ବାବର ପାକିସ୍ତାନ ପକ୍ଷରୁ ନିରନ୍ତର ପ୍ରଦର୍ଶନ କରିଆସୁଛନ୍ତି। ମୁଁ ଆଶା କରୁଛି ସେ ଭବିଷ୍ୟତରେ ନୂଆ କୀର୍ତ୍ତିମାନ ହାସଲ କରିବେ।

ସୂଚନାଯୋଗ୍ୟ, ସ୍ମିଥଙ୍କ ଭଳି କୋହଲି ମଧ୍ୟ ଟେଷ୍ଟ କ୍ରିକେଟରେ ପ୍ରଚୁର ଶତକ ମାରିଛନ୍ତି। ସ୍ମିଥ୍ ୭୩ ଟେଷ୍ଟ ମ୍ୟାଚରେ ୨୬ ଶତକ ମାରିଛନ୍ତି। ସେହିପରି କୋହଲି ୮୬ ଟେଷ୍ଟ ମ୍ୟାଚ୍ ଖେଳି ୨୭ ଶତକ ମାରିଛନ୍ତି। କିନ୍ତୁ ଦିନିକିଆରେ କୋହଲିଙ୍କ ଆଖପାଖରେ ନାହାନ୍ତି ସ୍ମିଥ୍। କୋହଲି ଅନ୍ତର୍ଜାତୀୟ ଦିନିକିଆରେ ୨୪୮ ମ୍ୟାଚ୍ ଖେଳି ୪୩ ଶତକ ଅର୍ଜନ କରିଥିବା ବେଳେ ସ୍ମିଥ୍ ୧୨୫ ମ୍ୟାଚରେ ମାତ୍ର ୯ ଶତକ ମାରିଛନ୍ତି। ଉଭୟ କୋହଲି ଓ ସ୍ମିଥ୍ ଏକା ସମୟରେ କ୍ୟାପଟେନ୍ ଭାର ସମ୍ଭାଳିଥିଲେ। ୨୦୧୪-୧୫ରେ ଭାରତ ଅଷ୍ଟ୍ରେଲିଆ ଗସ୍ତରେ କୋହଲି ଓ ସ୍ମିଥ୍ କ୍ୟାପଟେନ୍ ହୋଇଥିଲେ।

Related story