୨୫ରୁ କଟକରେ ଅଲ୍‌ ଇଣ୍ଡିଆ ଫିଡେ ରେଟିଂ ଚେସ୍ ଚାମ୍ପିଅନସିପ୍

କଟକ: ଆସନ୍ତା ୨୫ ତାରିଖରୁ କଟକରେ ଆରମ୍ଭ ହେବ ଅଲ୍‌ ଇଣ୍ଡିଆ ଫିଡେ ରେଟିଂ ଚେସ୍ ଚାମ୍ପିଅନସିପ୍। ଆଇଏସ୍ ଚେସ୍ ସେଣ୍ଟର ଓ କଟକ ଚେସ୍‌ ଆସୋସିଏସନ୍ ଆନୁକୁଲ୍ୟରେ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ୩ ଦିନ ଧରି ଖେଳାଯିବାକୁ ଥିବା ଏହି ଚାମ୍ପିଅନସିପରେ ରାଜ୍ୟ ଓ ରାଜ୍ୟ ବାହାରୁ ୧୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି। ୯ ରାଉଣ୍ଡ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬୦୦ ରେଟିଂରୁ କମ୍ […]

chess

Rakesh Mallick
  • Published: Wednesday, 16 March 2016
  • , Updated: 16 March 2016, 04:26 PM IST

କଟକ: ଆସନ୍ତା ୨୫ ତାରିଖରୁ କଟକରେ ଆରମ୍ଭ ହେବ ଅଲ୍‌ ଇଣ୍ଡିଆ ଫିଡେ ରେଟିଂ ଚେସ୍ ଚାମ୍ପିଅନସିପ୍। ଆଇଏସ୍ ଚେସ୍ ସେଣ୍ଟର ଓ କଟକ ଚେସ୍‌ ଆସୋସିଏସନ୍ ଆନୁକୁଲ୍ୟରେ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ୩ ଦିନ ଧରି ଖେଳାଯିବାକୁ ଥିବା ଏହି ଚାମ୍ପିଅନସିପରେ ରାଜ୍ୟ ଓ ରାଜ୍ୟ ବାହାରୁ ୧୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି। ୯ ରାଉଣ୍ଡ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬୦୦ ରେଟିଂରୁ କମ୍ ଖେଳାଳି ଅଂଶଗ୍ରହଣ କରିବା ସହ ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ରେଟିଂ ବଢାଇ ପାରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

Related story