ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ଆଗେଇ ଆସିଲେ ବାଇଚୁଙ୍ଗ ଭୂତିଆ

ନୂଆଦିଲ୍ଲୀ: କରୋନାଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରେ ୨୧ଦିନର ଲକଡାଉନ୍ ରଖାଯାଇଛି। ଏହି ଲକଡାଉନ୍ କାରଣରୁ ଦେଶର ହଜାର ହଜାର ସଂଖ୍ୟକ ଶ୍ରମିକ ଓ ଗରିବ ନିଜ ନିଜର ଘରକୁ ପଳାୟନ କରୁଛନ୍ତି ଏବଂ ବିପୁଳ ସଂଖ୍ୟକ ଦିନମଜୁରିଆ ରାସ୍ତା ମଝିକୁ ଓହ୍ଲାଇଛନ୍ତି। କିନ୍ତୁ ଏହା ମଧ୍ୟରେ ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ ପ୍ରବାସୀ ଶ୍ରମିକଙ୍କ ଆଡ଼କୁ ସହାୟତାର ହାତ ବଢ଼ାଇଛନ୍ତି। I feel strongly for the migrant workers who […]

bhutia

Ranjit Kumar Jena
  • Published: Monday, 30 March 2020
  • , Updated: 30 March 2020, 09:35 PM IST

ନୂଆଦିଲ୍ଲୀ: କରୋନାଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରେ ୨୧ଦିନର ଲକଡାଉନ୍ ରଖାଯାଇଛି। ଏହି ଲକଡାଉନ୍ କାରଣରୁ ଦେଶର ହଜାର ହଜାର ସଂଖ୍ୟକ ଶ୍ରମିକ ଓ ଗରିବ ନିଜ ନିଜର ଘରକୁ ପଳାୟନ କରୁଛନ୍ତି ଏବଂ ବିପୁଳ ସଂଖ୍ୟକ ଦିନମଜୁରିଆ ରାସ୍ତା ମଝିକୁ ଓହ୍ଲାଇଛନ୍ତି। କିନ୍ତୁ ଏହା ମଧ୍ୟରେ ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ ପ୍ରବାସୀ ଶ୍ରମିକଙ୍କ ଆଡ଼କୁ ସହାୟତାର ହାତ ବଢ଼ାଇଛନ୍ତି।


ସେ ସେହି ଶ୍ରମିକମାନଙ୍କୁ ରହିବା ପାଇଁ ଘର ଦେବାକୁ ଘୋଷଣା କରିଛନ୍ତି। ଭୂତିଆ ସୋମବାର ସୋଶାଲ ମିଡିଆରେ ଏକ ଭିଡିଓ ଶେଆର୍ କରି ଏହାର ସୂଚନା ଦେଇଛନ୍ତି। ଭୂତିଆ କହିଛନ୍ତି, କରୋନାଭାଇରସ୍ ଯୋଗୁ ଯେଉଁ ଶ୍ରମିକମାନେ ନିଜ ନିଜର ଘରକୁ ଯିବା ପାଇଁ ପ୍ରୟାସ କରୁଛନ୍ତି, ସେମାନଙ୍କ ପାଇଁ ମୁଁ ଚିନ୍ତିତ। ମୁଁ ଏହି ଶ୍ରମିକମାନଙ୍କୁ ସିକ୍ମିମର ଲୁମସେ ଓ ତଡୋଙ୍ଗସରେ ଥିବା ନିଜ ବିଲ୍ଡିଂକୁ ଆଶ୍ରୟ ଭାବେ ଦେବାକୁ ଚାହୁଁଛି। ଏହାସହ ମୁଁ ସେହି ଶ୍ରମିକମାନଙ୍କୁ ମଧ୍ୟ ସରକାରଙ୍କ ଗାଇଡଲାଇନକୁ ପାଳନ କରିବାକୁ ଅନୁରୋଧ କରୁଛି। ମୁଁ ଏବଂ ୟୁନାଇଟେଡ ସିକ୍ମି ଫୁଟବଲ୍ କ୍ଲବ୍ (ୟୁଏସଏଫସି) ସେମାନଙ୍କ ସହାୟତା କରିବୁ।

ସୂଚନାଯୋଗ୍ୟ, ବର୍ତ୍ତମାନ ଯାତାୟତ ସୁବିଧା ନଥିବାରୁ ଗରିବ ଶ୍ରମିକମାନେ ଚାଲି ଚାଲି ନିଜ ଗାଁକୁ ଯାଉଛନ୍ତି। ଦେଶରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୦ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦ ଟପିଲାଣି।

Related story