Advertisment

ବିରାଟଙ୍କ କ୍ୟାପଟେନ୍ସିକୁ ନେଇ ସାଙ୍ଘାତିକ କଥା କହିଲେ ଗମ୍ଭୀର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ହାତଛଡ଼ା କରିଛି। ପ୍ରଥମ ଦୁଇଟି ଦିନିକିଆରେ ବୋଲରଙ୍କ ଦୁର୍ବଳ ପ୍ରଦର୍ଶନକୁ ପରାଜୟର ମୁଖ୍ୟ କାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ଲଗାତର ଦୁଇଟି ମ୍ୟାଚ୍ ହାରିବା ପରେ ବିରାଟ୍ କୋହଲିଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ କ୍ରିକେଟର୍ ଗୌତମ ଗମ୍ଭୀର। କୋହଲିଙ୍କ କ୍ୟାପଟେନ୍ସି ଉପରେ ଅଙ୍ଗୁଳି ଉଠାଇ ଗମ୍ଭୀର କହିଛନ୍ତି, କୋହଲି ମଇଦାନରେ କ’ଣ କରିବାକୁ ଚାହୁଁଛନ୍ତି, ତାହା ବୁଝି ହେଉନି। ୨ୟ ଦିନିକିଆରେ ଯଶପ୍ରୀତ ବୁମ୍ରାଙ୍କୁ ଯେଉଁଳି ଭାବେ ବ୍ୟବହାର […]

ଅଦ୍ୟତନ ହୋଇଛି
ବିରାଟଙ୍କ କ୍ୟାପଟେନ୍ସିକୁ ନେଇ ସାଙ୍ଘାତିକ କଥା କହିଲେ ଗମ୍ଭୀର

kohli

Advertisment

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ହାତଛଡ଼ା କରିଛି। ପ୍ରଥମ ଦୁଇଟି ଦିନିକିଆରେ ବୋଲରଙ୍କ ଦୁର୍ବଳ ପ୍ରଦର୍ଶନକୁ ପରାଜୟର ମୁଖ୍ୟ କାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ଲଗାତର ଦୁଇଟି ମ୍ୟାଚ୍ ହାରିବା ପରେ ବିରାଟ୍ କୋହଲିଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ କ୍ରିକେଟର୍ ଗୌତମ ଗମ୍ଭୀର। କୋହଲିଙ୍କ କ୍ୟାପଟେନ୍ସି ଉପରେ ଅଙ୍ଗୁଳି ଉଠାଇ ଗମ୍ଭୀର କହିଛନ୍ତି, କୋହଲି ମଇଦାନରେ କ'ଣ କରିବାକୁ ଚାହୁଁଛନ୍ତି, ତାହା ବୁଝି ହେଉନି।

Advertisment

୨ୟ ଦିନିକିଆରେ ଯଶପ୍ରୀତ ବୁମ୍ରାଙ୍କୁ ଯେଉଁଳି ଭାବେ ବ୍ୟବହାର କରାଯାଇଛି, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗମ୍ଭୀର। ଗମ୍ଭୀର କହିଛନ୍ତି, ସତ କହିବାକୁ ଗଲେ କୋହଲିଙ୍କ କ୍ୟାପଟେନ୍ସିକୁ ମୁଁ ବୁଝିପାରୁନି। ଆମକୁ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ବ୍ୟାଟିଂ ଲାଇନକୁ ରୋକିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଦରକାର, କିନ୍ତୁ ଆପଣ ଜଣେ ଶ୍ରେଷ୍ଠ ବୋଲରଙ୍କୁ ନୂଆ ବଲରେ ମାତ୍ର ଦୁଇ ଓଭର୍ ବୋଲିଂ କରିବାକୁ ଦେଉଛନ୍ତି।

ଗମ୍ଭୀର କହିଛନ୍ତି, ଦିନିକିଆ କ୍ରିକେଟରେ ଜଣେ ବୋଲର୍ ତିନୋଟି ସ୍ପେଲରେ (୪-୩-୩) ନିଜର କୋଟା ପୂରଣ କରନ୍ତି। କିନ୍ତୁ ଆପଣ ୱିକେଟ୍‌ଟେକର୍ ବୋଲରଙ୍କୁ ପ୍ରଥମ ସ୍ପେଲରେ ମାତ୍ର ଦୁଇ ଓଭର୍ ଦେଉଛନ୍ତି। ବୁମ୍ରା ହେଉଛନ୍ତି ଟିମ୍‌ର ପ୍ରିମିୟର୍ ବୋଲର। ପ୍ରଥମ ସ୍ପେଲରେ ତାଙ୍କୁ ଦୁଇ ଓଭର ବୋଲିଂ ଦେବା ମୁର୍ଖାମୀ। କୋହଲିଙ୍କ ଏଭଳି କ୍ୟାପଟେନ୍ସିକୁ ମୁଁ ଆଦୌ ବୁଝିପାରୁନି। ଏହା କୌଣସି ଟି-୨୦ ସିରିଜ୍ ନୁହେଁ, ଯେଉଁଥିରେ ଆପଣ ବୋଲରଙ୍କ ଗୋଟିଏ ସ୍ପେଲରେ ଦୁଇ ଓଭର୍ କରାଇବେ। ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟ୍ କୋହଲିଙ୍କ କ୍ୟାପଟେନ୍ସି ଆଭରେଜ୍ ହିଁ ରହିଛି।

Advertisment

ଗମ୍ଭୀର ଆହୁରି କହିଛନ୍ତି, ଅନ୍ତିମ ଦିନିକିଆରେ କୋହଲିଙ୍କୁ ୱାଶିଂଟନ୍ ସୁନ୍ଦର କିମ୍ବା ଶିବମ୍ ଦୁବେଙ୍କ ଭଳି ଖେଳାଳିଙ୍କୁ ସୁଯୋଗ ଦେବା ଦରକାର। ଏଥିରୁ ଜଣାପଡ଼ିବ ଯେ ଦୁହେଁ କିପରି ପ୍ରଦର୍ଶନ କରୁଛନ୍ତି। ଯଦି ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ଦେବେ ନାହିଁ, ତାହେଲେ ଏହା କେବଳ ଚୟନକର୍ତ୍ତାଙ୍କୁ ଭୁଲ୍ ବୋଲି ମୁଁ କହିବି।

ସୂଚନାଯୋଗ୍ୟ, ୨ୟ ଦିନିକିଆରେ ଅଷ୍ଟ୍ରେଲିଆ ଜବରଦସ୍ତ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩୮୯ ରନର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଭାରତ ୩୩୮ ରନ୍ କରିଥିଲା। ସେହିପରି ପ୍ରଥମ ଦିନିକିଆରେ ଘରୋଇ ଦଳ ୩୭୪ ରନ୍ କରିଥିବା ବେଳେ ଭ୍ରମଣକାରୀ ଟିମ୍ ୩୦୮ ରନ୍ କରିବାକୁ ସକ୍ଷମ ହୋଇଥିଲା।

ଅଧିକ ପଢ଼ନ୍ତୁ : ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍‌କା, ଡେଭିଡ୍ ୱାର୍ଣ୍ଣର୍ ଆଉଟ୍

Indian Cricket Team Virat Kohli Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe