ଆଇପିଏଲ୍‌ ୨୦୧୮: ଏହି କାରଣରୁ ଦିଲ୍ଲୀ ଟିମ୍‌ର ଅଧିନାୟକ ହେଲେ ଗମ୍ଭୀର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଡେୟାର ଡେଭିଲ୍ସ ଟିମ୍‌ ତାର୍‌ ନୂଆ ଅଧିନାୟକ ଭାବେ ଗୌତମ ଗମ୍ଭୀରଙ୍କ ନାଁ ଘୋଷଣା କରିଛି। ୨୦୧୮ ଆଇପିଏଲରେ ଗମ୍ଭୀରଙ୍କ ନେତୃତ୍ୱରେ ଦିଲ୍ଲୀ ପଡ଼ିଆକୁ ଓହ୍ଲାଇବ। ଦିଲ୍ଲୀର ଟିମ୍‌ର ସିଇଓ ହେମନ୍ତ ଦୁଆ ଗମ୍ଭୀରଙ୍କ ନାଁ ଔପଚାରିକ ଭାବେ ଘୋଷଣା କରିଛନ୍ତି। ଆଇପିଏଲ ସିଜିନ-୧୧ ଏପ୍ରିଲ ୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ଦିଲ୍ଲୀ ଟିମ୍‌ ଆଇପିଏଲ୍‌ରେ ତାର ପ୍ରଥମ ମ୍ୟାଚ୍‌ ଏପ୍ରିଲ ୮ ତାରିଖରେ ନିଜ ଘରୋଇ ମାଟିରେ କିଙ୍ଗ୍ସ […]

gautam-gambhir_650x400_81513221018

Ordigital Desk
  • Published: Thursday, 08 March 2018
  • , Updated: 08 March 2018, 03:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଡେୟାର ଡେଭିଲ୍ସ ଟିମ୍‌ ତାର୍‌ ନୂଆ ଅଧିନାୟକ ଭାବେ ଗୌତମ ଗମ୍ଭୀରଙ୍କ ନାଁ ଘୋଷଣା କରିଛି। ୨୦୧୮ ଆଇପିଏଲରେ ଗମ୍ଭୀରଙ୍କ ନେତୃତ୍ୱରେ ଦିଲ୍ଲୀ ପଡ଼ିଆକୁ ଓହ୍ଲାଇବ। ଦିଲ୍ଲୀର ଟିମ୍‌ର ସିଇଓ ହେମନ୍ତ ଦୁଆ ଗମ୍ଭୀରଙ୍କ ନାଁ ଔପଚାରିକ ଭାବେ ଘୋଷଣା କରିଛନ୍ତି। ଆଇପିଏଲ ସିଜିନ-୧୧ ଏପ୍ରିଲ ୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ଦିଲ୍ଲୀ ଟିମ୍‌ ଆଇପିଏଲ୍‌ରେ ତାର ପ୍ରଥମ ମ୍ୟାଚ୍‌ ଏପ୍ରିଲ ୮ ତାରିଖରେ ନିଜ ଘରୋଇ ମାଟିରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ବିପକ୍ଷରେ ଖେଳିବ। ଗମ୍ଭୀର ଆଇପିଏଲରେ ମୋଟ୍‌ ୧୪୮ ଟି ମ୍ୟାଚ୍‌ ଖେଳି ୪୧୩୩ ରନ ସଂଗ୍ରହ କରିଛନ୍ତି। ତାଙ୍କର ବ୍ୟାଟିଂ ଅଭରେଜ୍‌ରେ ରହିଛି ୩୧.୫୫। ଆଇପିଏଲ୍‌ ଆରମ୍ଭରୁ ୩ଟି ସିଜିନ ପର୍ଯ୍ୟନ୍ତ ଗମ୍ଭୀର ଦିଲ୍ଲୀ ଡେୟାରଡେଭିଲ୍ସ ଟିମ୍‌ରେ ଖେଳିଥିଲେ। ଏହାପରେ ୨୦୧୧ରୁ ୨୦୧୭ ସିଜିନ ପର୍ଯ୍ୟନ୍ତ ଗମ୍ଭୀର କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ର ନେତୃତ୍ୱ ନେଇ ଦୁଇ ଦୁଇ ଥର ଟିମ୍‌କୁ ଚାମ୍ପିୟନ କରାଇଥିଲେ। ୨୦୧୨ ଓ ୨୦୧୪ରେ ଗମ୍ଭୀରଙ୍କ ନେତୃତ୍ୱରେ କେକେଆର୍‌ ଆଇପିଏଲ୍‌ ଚାମ୍ପିୟନ ହୋଇଥିଲା। ତାଙ୍କର ପୂର୍ବ ଦକ୍ଷତା ଆଧାରରେ ଗମ୍ଭୀରଙ୍କୁ ଦିଲ୍ଲୀ ଟିମ୍‌ର ଅଧିନାୟକ କରାଯାଇଛି।

Related story