କୋହଲିଙ୍କୁ ପ୍ରଶଂସାରେ ପୋତିଲେ ଗାଭାସ୍କର

ନୂଆଦିଲ୍ଲୀ: ୨୦ ଓ ୫୦ ଓଭର ବିଶିଷ୍ଟ ଖେଳରେ ବର୍ତ୍ତମାନ ବିରାଟ ବୋହଲି ହେଉଛନ୍ତି ବିଶ୍ୱର ସବୁଠୁ ଭଲ ବ୍ୟାଟ୍ସମ୍ୟାନ୍। ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଅନ୍ୟତମ ମହାନ କ୍ରିକେଟର୍ ସୁନୀଲ ଗାଭାସ୍କର ଏ କଥା କହିଛନ୍ତି। ଗତକାଲି କୋହଲି ୮୨ ରନ୍ କରି ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ କରିବା ପରେ ଗାଭାସ୍କର ଦେଇଛନ୍ତି ଏହି ମନ୍ତବ୍ୟ। ସେ କହିଛନ୍ତି,“ ବର୍ତ୍ତମାନ ଲିମିଟେଡ୍ ଓଭରରେ କୋହଲି ହେଉଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ଏଥିରେ କିଛି […]

gavaskar

Rakesh Mallick
  • Published: Monday, 28 March 2016
  • , Updated: 28 March 2016, 10:14 AM IST

ନୂଆଦିଲ୍ଲୀ: ୨୦ ଓ ୫୦ ଓଭର ବିଶିଷ୍ଟ ଖେଳରେ ବର୍ତ୍ତମାନ ବିରାଟ ବୋହଲି ହେଉଛନ୍ତି ବିଶ୍ୱର ସବୁଠୁ ଭଲ ବ୍ୟାଟ୍ସମ୍ୟାନ୍। ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଅନ୍ୟତମ ମହାନ କ୍ରିକେଟର୍ ସୁନୀଲ ଗାଭାସ୍କର ଏ କଥା କହିଛନ୍ତି।

ଗତକାଲି କୋହଲି ୮୨ ରନ୍ କରି ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ କରିବା ପରେ ଗାଭାସ୍କର ଦେଇଛନ୍ତି ଏହି ମନ୍ତବ୍ୟ।

ସେ କହିଛନ୍ତି,“ ବର୍ତ୍ତମାନ ଲିମିଟେଡ୍ ଓଭରରେ କୋହଲି ହେଉଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ଏଥିରେ କିଛି ପ୍ରଶ୍ନ କରିବାର ନାହିଁ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ତାଙ୍କଠାରେ କିଛି ଅଲଗା ଜିନିଷ ରହିଛି।”

ଗାଭାସ୍କର କହିଛନ୍ତି,“ମୋ ମୁଣ୍ଡର ଅଳ୍ପ କତୋଟି କେଶ ଅଛି। ତେବେ ଗତକାଲି ମ୍ୟାଚ୍ ଦେଖିବା ବେଳେ ସେଗୁଡ଼ିକ ଛିଡ଼ା ହୋଇଯାଇଥିଲା। ସତରେ, ତାଙ୍କ ବ୍ୟାଟିଂ ଆଶ୍ଚର୍ଯ୍ୟ କରି ଦେବା ଭଳି ଥିଲା।”

ବିରାଟ କୋହଲି ଚାପରେ ଭଲ ଖେଳୁଛନ୍ତି ବୋଲି ଏହି ମହାନ୍ କ୍ରିକେଟର୍ କହିଛନ୍ତି। ସେ କହିଛନ୍ତି,“ କୋହଲି ଟିମ୍‌ର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଖେଳୁଛନ୍ତି।”

ସୂଚନାଯୋଗ୍ୟ, ଗତକାଲି ଅଷ୍ଟ୍ରେଲିଆ ୧୬୦ ରନ୍ କରି ଥିଲା। ତେବେ କୋହଲି ୫୧ ବଲ୍‌ରେ ୮୨ ରନ୍ କରି ଅପରାଜିତ ରହି ଟିମ୍‌କୁ ଜିତାଇ ଦେଇଥିଲେ।

Related story