ଜର୍ମାନ ଓପନରେ ଭାରତ ପକ୍ଷରୁ ଭାଗ ନେବେ ସିନ୍ଧୁ ଓ ଶ୍ରୀକାନ୍ତ

ବର୍ଲିନ୍: ଗୁରୁବାରଠାରୁ ଜର୍ମାନୀ ଗ୍ରାଁ ପ୍ରି ଗୋଲ୍ଡ ପାଇଁ ଯୋଗ୍ୟତା ଅର୍ଜନ ମ୍ୟାଚ୍ ଆରମ୍ଭ ହେବାକୁ ଥିବା ବେଳେ ଭାରତ ପକ୍ଷରୁ ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ ଭାଗ ନେବେ। ୧୨୦,୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶି ଥିବା ଏହି ଚ୍ୟାଲେଞ୍ଜରୁ ଭାରତରୁ ଏହି ଦୁଇଜଣ ଭାଗ ନେବାକୁ ଥିବା ବେଳେ ଗତବର୍ଷରୁ ଆହତ ହୋଇଥିବା କାରଣରୁ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ସାଇନା ଭାଗ ନେଇ ନାହାନ୍ତି। ସେ ଅଲ୍ ଇଂଲଣ୍ଡ ଚାମ୍ପିଅନସିପ୍‌ ପାଇଁ […]

SRIKANTH_AND_SINDH_

Rakesh Mallick
  • Published: Monday, 29 February 2016
  • , Updated: 29 February 2016, 03:01 PM IST

ବର୍ଲିନ୍: ଗୁରୁବାରଠାରୁ ଜର୍ମାନୀ ଗ୍ରାଁ ପ୍ରି ଗୋଲ୍ଡ ପାଇଁ ଯୋଗ୍ୟତା ଅର୍ଜନ ମ୍ୟାଚ୍ ଆରମ୍ଭ ହେବାକୁ ଥିବା ବେଳେ ଭାରତ ପକ୍ଷରୁ ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ ଭାଗ ନେବେ। ୧୨୦,୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶି ଥିବା ଏହି ଚ୍ୟାଲେଞ୍ଜରୁ ଭାରତରୁ ଏହି ଦୁଇଜଣ ଭାଗ ନେବାକୁ ଥିବା ବେଳେ ଗତବର୍ଷରୁ ଆହତ ହୋଇଥିବା କାରଣରୁ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ସାଇନା ଭାଗ ନେଇ ନାହାନ୍ତି। ସେ ଅଲ୍ ଇଂଲଣ୍ଡ ଚାମ୍ପିଅନସିପ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ତାଙ୍କ ଅନୁପସ୍ଥିତିରେ ସିନ୍ଧୁ ମହିଳା ବର୍ଗ ପ୍ରତିନିଧିତ୍ୱ କରିବେ। ବର୍ଷ ଆରମ୍ଭରୁ ମାଲେସିଆ ମାଷ୍ଟର୍ସରେ ବିଜୟୀ ହୋଇଥିଲେ ସିନ୍ଧୁ । ସେହିପରି ସାଉଥ୍‌ ଏସିଆନ୍ ଗେମ୍ସରେ ମଧ୍ୟ ସେ ସଫଳତା ହାସଲ କରିଛନ୍ତି ।

ପୂରୁଷ ବର୍ଗରେ ଶ୍ରୀକାନ୍ତ ଗତ ମାସରେ ଲକ୍ଷ୍ନୌ ସାଇଦ୍‌ ମୋଦି ଗ୍ରାଁ ପ୍ରି ଜିତିଛନ୍ତି। ସେ ଭଲ ଫର୍ମରେ ଥିବା ବେଳେ ବାଡମିଣ୍ଟନ୍ ଏସିଆ ଚାମ୍ପିଅନସିପ୍‌ରେ ତାମ୍ର ପଦକ ହାସଲ କରିଥିଲେ।

Related story