ଗୁଜରାଟ ଜିତିଲା ବିଜୟ ହଜାରେ ଟ୍ରଫି

ବେଙ୍ଗାଲୁରୁ: ଦିଲ୍ଲୀକୁ ୧୩୯ ରନରେ ହରାଇ ଗୁଜରାଟ ଜିତିଯାଇଛି ବିଜୟ ହଜାରେ ଟ୍ରଫି। ଏହା ସହିତ ଗୁଜରାଟ ଦଳ ପ୍ରଥମ ଥର ପାଇଁ ହାତେଇଛି ବିଜୟ ହଜାରେ ଟ୍ରଫି। ଏଥର ଦିଲ୍ଲୀ ଏହି ଟ୍ରଫି ଜିତିବ ‍ବୋଲି ସମସ୍ତେ ଆକଳନ କରିଥିବା ବେଳେ ଗୁଜରାଟ ଆଶ୍ଚର୍ଯ୍ୟଜନକ ଭାବେ ଏହି ଟ୍ରଫି ହାତେଇଛି।  ଆଉ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଗୁଜରାଟ ଦଳର କ୍ୟାପଟେନ ପାର୍ଥିବ ପଟେଲ ଓ ବୋଲର ଜଶପ୍ରୀତ ଆରପି ସିଂହ। ଶତକୀୟ ଇନିଂସ […]

gujarat-team in vijay hazare trofi

Rakesh Mallick
  • Published: Monday, 28 December 2015
  • , Updated: 28 December 2015, 05:00 PM IST

ବେଙ୍ଗାଲୁରୁ: ଦିଲ୍ଲୀକୁ ୧୩୯ ରନରେ ହରାଇ ଗୁଜରାଟ ଜିତିଯାଇଛି ବିଜୟ ହଜାରେ ଟ୍ରଫି। ଏହା ସହିତ ଗୁଜରାଟ ଦଳ ପ୍ରଥମ ଥର ପାଇଁ ହାତେଇଛି ବିଜୟ ହଜାରେ ଟ୍ରଫି। ଏଥର ଦିଲ୍ଲୀ ଏହି ଟ୍ରଫି ଜିତିବ ‍ବୋଲି ସମସ୍ତେ ଆକଳନ କରିଥିବା ବେଳେ ଗୁଜରାଟ ଆଶ୍ଚର୍ଯ୍ୟଜନକ ଭାବେ ଏହି ଟ୍ରଫି ହାତେଇଛି।  ଆଉ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଗୁଜରାଟ ଦଳର କ୍ୟାପଟେନ ପାର୍ଥିବ ପଟେଲ ଓ ବୋଲର ଜଶପ୍ରୀତ ଆରପି ସିଂହ। ଶତକୀୟ ଇନିଂସ ଖେଳିଥିବା ପାର୍ଥିବଙ୍କୁ ଦିଆଯାଇଥିଲା ମ୍ୟାନ ଅଫ୍ ଦ ମ୍ୟାଚ ପୁରସ୍କାର।

ଗୁଜରାଟ ପ୍ରଥମ ବ୍ୟାଟି କରି ସମସ୍ତ ୱିକେଟ ହରାଇ ୨୭୩ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ପାର୍ଥିବ ପଟେଲ ୧୦୫ରନ କରିଥିବା ବେଳେ ରୁଜୁଲ ଭଟ୍ଟ ୬୦ ରନ କରିଥିଲେ। ଅନ୍ୟପକ୍ଷରେ ଦିଲ୍ଲୀ ଦଳ ମାତ୍ର ୧୩୪ ରନରେ ସମସ୍ତ ୱିକେଟ ହରାଇଥିଲା। ଦଳ ପକ୍ଷରୁ ନେଗୀ ସର୍ବାଧିକ ୫୭ ରନ କରିଥିଲେ। ଗୁଜରାଟ ବୋଲର ଜଶପ୍ରୀତ ଓ ଆରପି ସିଂହଙ୍କ ବଲର ସମ୍ମୁଖୀନ ହୋଇପାରି ନଥିଲେ ଦିଲ୍ଲୀ ଖେଳଳି। ଜସପ୍ରୀତ ୨୮ ରନ ଦେଇ ୫ଟି ୱିକେଟ ନେଇଥିବା ବେଳେ ଆରପି ସଂହ ୪୨ ରନ ଦେଇ ୪ଟି ୱିକେଟ ନେଇଥିଲେ।

Related story