Advertisment

ନଟରାଜନଙ୍କୁ ନିଜର ମ୍ୟାନ ଅଫ ଦି ସିରିଜ ଟ୍ରଫି ଦେଇଦେଲେ ପାଣ୍ଡ୍ୟା

ସିଡ୍‌ନୀ: ସରିଛି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌। ଅଷ୍ଟ୍ରେଲିଆ ଶେଷ ମ୍ୟାଚ୍‌ ଜିତିଥିଲେ ହେଁ ଭାରତ ୨-୧ରେ ସିରିଜ ଦଖଲ କରିଛି। ପୂରା ଟି-୨୦ ସିରିଜ୍‌ରେ ଦମଦାର ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ ଅଫ ଦି ସିରିଜ୍‌ ହୋଇଛନ୍ତି। ତେବେ ପାଣ୍ଡ୍ୟା ନିଜର ପୁରସ୍କାର ଟ୍ରଫିକୁ ୨୯ ବର୍ଷୀୟ ଯୁବ ଦ୍ରୁତ ବୋଲର ଟି ନଟରାଜନଙ୍କୁ ଦେଇଛନ୍ତି। ପୂରା ସିରିଜ୍‌ରେ ନଟରାଜନ ହିଁ ଭାରତୀୟ ଦ୍ରୁତ ବୋଲିଂ ବାହିନୀର ମଙ୍ଗ ସମ୍ଭାଳିଥିଲେ। ଜବରଦସ୍ତ ବୋଲିଂ ସାଙ୍ଗକୁ […]

ଅଦ୍ୟତନ ହୋଇଛି
ନଟରାଜନଙ୍କୁ ନିଜର ମ୍ୟାନ ଅଫ ଦି ସିରିଜ ଟ୍ରଫି ଦେଇଦେଲେ ପାଣ୍ଡ୍ୟା

fd

Advertisment

ସିଡ୍‌ନୀ: ସରିଛି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌। ଅଷ୍ଟ୍ରେଲିଆ ଶେଷ ମ୍ୟାଚ୍‌ ଜିତିଥିଲେ ହେଁ ଭାରତ ୨-୧ରେ ସିରିଜ ଦଖଲ କରିଛି। ପୂରା ଟି-୨୦ ସିରିଜ୍‌ରେ ଦମଦାର ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ ଅଫ ଦି ସିରିଜ୍‌ ହୋଇଛନ୍ତି। ତେବେ ପାଣ୍ଡ୍ୟା ନିଜର ପୁରସ୍କାର ଟ୍ରଫିକୁ ୨୯ ବର୍ଷୀୟ ଯୁବ ଦ୍ରୁତ ବୋଲର ଟି ନଟରାଜନଙ୍କୁ ଦେଇଛନ୍ତି।

Advertisment

ପୂରା ସିରିଜ୍‌ରେ ନଟରାଜନ ହିଁ ଭାରତୀୟ ଦ୍ରୁତ ବୋଲିଂ ବାହିନୀର ମଙ୍ଗ ସମ୍ଭାଳିଥିଲେ। ଜବରଦସ୍ତ ବୋଲିଂ ସାଙ୍ଗକୁ ୱିକେଟ ଦଖଲ କଳା ବଳରେ ସେ ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନଙ୍କୁ ଘାଇଲା କରିଥିଲେ। ପାଣ୍ଡ୍ୟା ମଧ୍ୟ ଜାଣିଥିଲେ ଯେ ନଟରାଜନ ମ୍ୟାନ ଅଫ ଦି ସିରିଜ ପାଇବେ। ହେଲେ ତାଙ୍କୁ ଏହା ମିଳିବାରୁ ସେ ଏହାକୁ ପ୍ରକୃତ ହକଦାରଙ୍କୁ ଦେଇଛନ୍ତି।

ଦ୍ୱିତୀୟ ଟି-୨୦ରେ ପାଣ୍ଡ୍ୟା ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। ଏହି ସମୟରେ ସେ ନଟରାଜନଙ୍କ ବୋଲିଂ ସ୍ପେଲକୁ ପ୍ରଶଂସା କରିଥିଲେ। ଏହି ମ୍ୟାଚ୍‌ରେ ନଟରାଜନର ୪ ଓଭର୍‌ରେ ମାତ୍ର ୨୦ ରନ୍‌ ଦେଇ ୨ଟି ୱିକେଟ ଦଖଲ କରିଥିଲେ। ତୃତୀୟ ମ୍ୟାଚ୍ ତଥା ସିରିଜ୍‌ ଶେଷରେ ପାଣ୍ଡ୍ୟା ଉପଯୁକ୍ତ ନିଷ୍ପତ୍ତି ନେଇ ନଟରାଜନଙ୍କୁ ମ୍ୟାନ୍‌ ଅଫ ଦି ସିରିଜ୍‌ର ଟ୍ରଫି ହସ୍ତାନ୍ତର କରିଛନ୍ତି।

Advertisment

ଆଗକୁ ପଢନ୍ତୁ: କ୍ରିକେଟକୁ ଅଲବିଦା କହିଲେ ପାର୍ଥିବ ପଟେଲ

ମ୍ୟାଚ୍ ପରେ ପାଣ୍ଡ୍ୟା ସୋଶାଲ ମିଡିଆରେ ନଟରାଜନଙ୍କ ସହ ଉଠାଇଥିବା ଫଟୋକୁ ପୋଷ୍ଟ କରି ବେଶ ଚମତ୍କାର କଥା କହିଛନ୍ତି। ସେ କହିଛନ୍ତି, “ନଟରାଜନ ତୁମେ ଏହି ସିରିଜ୍‌ରେ ବେଶ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ପାଇଁ ଡେବ୍ୟୁ କରିବା ବେଳେ ପରିସ୍ଥିତି ବହୁତ ଜଟିଳ ଥିଲା। ତଥାପି ତୁମେ ଜବରଦସ୍ତ ବୋଲିଂ କରିଥିଲ। ତୁମ ପ୍ରଦର୍ଶନ ହିଁ ତୁମେ କେତେ ପରିଶ୍ରମୀ ଓ ଟ୍ୟାଲେଣ୍ଟଟେଡ୍‌, ସେକଥା ବୟାନ କରୁଛି। ତୁମେ ମୋ ତରଫରୁ ମ୍ୟାନ ଅଫ ଦି ସିରିଜ୍‌ର ହକଦାର ଭାଇ। ସିରିଜ୍‌ ବିଜୟ ପାଇଁ ଟିମ୍‌ ଇଣ୍ଡିଆକୁ ବହୁତ ବହୁତ ଶୁଭେଚ୍ଛା।”

ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ନଟରାଜନଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଷ୍ଟାଣ୍ଡବାଏରେ ରଖାଯାଇଥିଲା। ପ୍ରଥମେ ବରୁଣ ଚକ୍ରବର୍ତ୍ତୀ ଆହତ ହେବାରୁ ନଟରାଜନଙ୍କୁ ଟି-୨୦ ସ୍କ୍ୱାଡରେ ସାମିଲ କରାଯାଇଥିଲା। ଏହାପରେ ନବଦୀପ ସୈନି ଦିନିକିଆରେ ଆହତ ହେବାରୁ ସିରିଜ୍‌ର ଶେଷ ମ୍ୟାଚ୍‌ରେ ନଟରାଜନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ଦିନିକିଆ ଡେବ୍ୟୁରେ ସେ ନିଜର ବୋଲିଂ ଯାଦୁରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ।

ନଟରାଜନ ଅଷ୍ଟ୍ରେଲିଆ ବିପକ୍ଷ ୩ଟି ଯାକ ଟି-୨୦ରେ ୬ଟି ୱିକେଟ ନେଇଛନ୍ତି। ତାଙ୍କ ଇକୋନୋମି ୬.୯୧ ରହିଛି। ସେହିପରି ଦିନିକିଆ ସିରିଜ୍‌ରେ ଗୋଟିଏ ମ୍ୟାଚ୍‌ ଖେଳି ସେ ଦୁଇଟି ୱିକେଟ ନେଇଥିଲେ।

Indian Cricket Team Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe