ହକି ଇଣ୍ଡିଆ ବାର୍ଷିକ ପୁରସ୍କାର: ପ୍ଲେୟାର ଅଫ୍‌ ଦି ଇୟର ଦୌଡ଼ରେ ବୀରେନ୍ଦ୍ର

ନୂଆଦିଲ୍ଲୀ: ହକି ଇଣ୍ଡିଆ ବାର୍ଷିକ ପୁରସ୍କାରର ଦ୍ୱିତୀୟ ସଂସ୍କରଣରେ ‘ପ୍ଲେୟାର ଅଫ୍‌ ଦି ଇୟର’ ଦୌଡ଼ରେ ରହିଛନ୍ତି ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା। ତାଙ୍କ ସହ ଆକାଶଦୀପ୍‌ ସିଂହ, ପିଆର ଶ୍ରୀଜେସ୍‌ ଓ ମାନପ୍ରୀତ୍‌ ସିଂହ ମଧ୍ୟ ଏହି ପୁରସ୍କାର ଦୌଡ଼ରେ ଅଛନ୍ତି। ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଚଳିତମାସ ୨୬ ତାରିଖରେ ବେଙ୍ଗାଲୁରୁରେ ପ୍ରଦାନ କରାଯିବ। ଦ୍ୱିତୀୟ ସଂସ୍କରଣରେ ମୋଟ୍ ୨ କୋଟି ଟଙ୍କାର ପୁରସ୍କାର ରାଶି ରଖାଯାଇଛି। ହକି ଇଣ୍ଡିଆ ବାର୍ଷିକ ପୁରସ୍କାର […]

birendra-lakra

Rakesh Mallick
  • Published: Thursday, 10 March 2016
  • , Updated: 11 March 2016, 03:41 AM IST

ନୂଆଦିଲ୍ଲୀ: ହକି ଇଣ୍ଡିଆ ବାର୍ଷିକ ପୁରସ୍କାରର ଦ୍ୱିତୀୟ ସଂସ୍କରଣରେ ‘ପ୍ଲେୟାର ଅଫ୍‌ ଦି ଇୟର’ ଦୌଡ଼ରେ ରହିଛନ୍ତି ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା। ତାଙ୍କ ସହ ଆକାଶଦୀପ୍‌ ସିଂହ, ପିଆର ଶ୍ରୀଜେସ୍‌ ଓ ମାନପ୍ରୀତ୍‌ ସିଂହ ମଧ୍ୟ ଏହି ପୁରସ୍କାର ଦୌଡ଼ରେ ଅଛନ୍ତି। ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଚଳିତମାସ ୨୬ ତାରିଖରେ ବେଙ୍ଗାଲୁରୁରେ ପ୍ରଦାନ କରାଯିବ। ଦ୍ୱିତୀୟ ସଂସ୍କରଣରେ ମୋଟ୍ ୨ କୋଟି ଟଙ୍କାର ପୁରସ୍କାର ରାଶି ରଖାଯାଇଛି।

ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ପାଇଁ ଗୁରୁବାର ହକି ଇଣ୍ଡିଆ ପକ୍ଷରୁ ବିଭିନ୍ନ ବର୍ଗରେ ମନୋନୀତ ଖେଳାଳିଙ୍କ ତାଲିକା ପ୍ରକାଶ କରାଯାଇଛି।  ୨୦୧୫ ବର୍ଷରେ ଖେଳ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ହକି କ୍ଷେତ୍ରରେ ଅବଦାନ ପାଇଁ ଏହି ପରୁସ୍କାର ପ୍ରଦାନ କରାଯିବ।

ମହିଳାଙ୍କ ମଧ୍ୟରେ ଷ୍ଟ୍ରାଇକର ରାଣୀ ରାମପାଲ୍‌, ଦୀପିକା, ଅଧିନାୟିକା ରିତୁରାଣୀ ଓ ଗୋଲକିପର ସବିତାଙ୍କ ନାମ ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ତାଲିକାରେ ରହିଛି।

ଉଭୟ ମହିଳା ଓ ପୁରୁଷ ବର୍ଗରେ ହକି ଇଣ୍ଡିଆ ପକ୍ଷରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ।

ମେଜର ଧ୍ୟାନଚାନ୍ଦ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ପାଇଁ ଅର୍ଥରାଶି ୩୦ ଲକ୍ଷ ଓ ଟ୍ରଫି, ଜୁଗରାଜ୍‌ ସିଂହ ଅପ୍‌କମିଂ ପ୍ଲେୟାର ଅଫ୍‌ ଦି ଇୟର(ପୁରୁଷ) ଏବଂ ଆଶୁନ୍ତା ଲାକ୍ରା ଅପକମିଂ ପ୍ଲେୟାର ଅଫ୍‌ ଦି ଇୟର(ମହିଳା) ପୁରସ୍କାର ପାଇଁ ୨୧ ବର୍ଷରୁ କମ୍‌ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥାଏ।

ଆଉଟ୍ ଷ୍ଟାଣ୍ଡିଂ ଆଚିଭ୍‌ମେଣ୍ଟ ପାଇଁ ପ୍ରେସିଡେଣ୍ଟ ପୁରସ୍କାର, ଗୋଲକିପର ଅଫ୍‌ ଦି ଇୟର ପାଇଁ ଦି ବଲ୍‌ଜିତ ସିଂହ ପୁରସ୍କାର, ଡିଫେଣ୍ଡର ଅଫ୍‌ ଦି ଇୟର ପୁରସ୍କାର ପାଇଁ ଦି ପର୍ଗତ ସିଂହ ପୁରସ୍କାର, ମିଲ୍‌ଫିଲ୍ଡର ଅଫ୍‌ ଦି ଇୟର ପାଇଁ ଦି ଅଜିତ ପାଲ୍‌ ସିଂହ ପୁରସ୍କାର ଓ ଫରୱାର୍ଡ ଅଫ୍‌ ଦି ଇୟର ପାଇଁ ଦି ଧନ୍‌ରାଜ ପିଲ୍ଲେ ପୁରସ୍କାର ଦିଆଯାଏ। ଏଥିପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯାଏ।

Related story