ହକି ଇଣ୍ଡିଆ ଲିଗ୍ : କଳିଙ୍ଗ ଲାନ୍ସସର ଜର୍ସିରେ ରହିବ ନୂଆ ଲୋଗୋ

ଭୁବନେଶ୍ୱର: କଳିଙ୍ଗ ଲାନ୍ସସର ଖେଳାଳିଙ୍କ ଜର୍ସିରେ ରହିବ ‘ଓଡ଼ିଶା ନ୍ୟୁ ଅପରଚ୍ୟୁଟିନି ଲୋଗୋ’। ଏହା ହେଉଛି ଚଳିତ ହକି ଇଣ୍ଡିଆ ଲିଗ୍ ସିଜିନ ପାଇଁ ଜର୍ସିର ନୂଆ ଡିଜାଇନ। ହକି ଇଣ୍ଡିଆ ଲିଗ୍ ଜରିଆରେ ରାଜ୍ୟ ସରକାର ତାଙ୍କ ନୂଆ ଇଣ୍ଡଷ୍ଟ୍ରିଆଲ ପଲିସିର ପ୍ରଚାର କରିବେ। କିପରି ଅଧିକରୁ ଅଧିକ ନିବେଶକାରୀ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆଗ୍ରହୀ ହେବ, ସେଥିପାଇଁ ଜର୍ସିରେ ଏହି ଲୋଗର ବ୍ୟବହାର କରାଯାଉଛି ବୋଲି କହିଛନ୍ତି କଳିଙ୍ଗ ଲାନ୍ସସରର ସିଇଓ […]

kalinga-lancer

Rakesh Mallick
  • Published: Wednesday, 30 December 2015
  • , Updated: 30 December 2015, 02:16 PM IST

ଭୁବନେଶ୍ୱର: କଳିଙ୍ଗ ଲାନ୍ସସର ଖେଳାଳିଙ୍କ ଜର୍ସିରେ ରହିବ ‘ଓଡ଼ିଶା ନ୍ୟୁ ଅପରଚ୍ୟୁଟିନି ଲୋଗୋ’। ଏହା ହେଉଛି ଚଳିତ ହକି ଇଣ୍ଡିଆ ଲିଗ୍ ସିଜିନ ପାଇଁ ଜର୍ସିର ନୂଆ ଡିଜାଇନ। ହକି ଇଣ୍ଡିଆ ଲିଗ୍ ଜରିଆରେ ରାଜ୍ୟ ସରକାର ତାଙ୍କ ନୂଆ ଇଣ୍ଡଷ୍ଟ୍ରିଆଲ ପଲିସିର ପ୍ରଚାର କରିବେ। କିପରି ଅଧିକରୁ ଅଧିକ ନିବେଶକାରୀ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆଗ୍ରହୀ ହେବ, ସେଥିପାଇଁ ଜର୍ସିରେ ଏହି ଲୋଗର ବ୍ୟବହାର କରାଯାଉଛି ବୋଲି କହିଛନ୍ତି କଳିଙ୍ଗ ଲାନ୍ସସରର ସିଇଓ ସଞ୍ଜୟ କୁମାର ସିଂହ।

ଅନ୍ୟପକ୍ଷରେ ହକି ଇଣ୍ଡିଆ ଲିଗର ପ୍ରମୋସନ ପାଇଁ ଆଜି ଦୁଇଟି ପ୍ରମୋସନାଲ ଭେଇକେଲର ଶୁଭାରମ୍ଭ କରାଯାଇଛି। କଟକ ଓ ଭୁବନେଶ୍ୱରରେ ବୁଲି ବୁଲି ଏହି ଗାଡ଼ି ପ୍ରଚାର କରିବ। ଏଥିସହ ଟୁଇନସିଟିବାସୀଙ୍କ ମନରେ ହକି ଫିଭର ଆଣିବା ପାଇଁ ପ୍ରମୁଖ ଛକରେ ବଡ଼ ବଡ଼ ହୋଡିଂ ଲାଗିଛି। ଏଥିରେ ଦଳର ପ୍ରମୁଖ ଷ୍ଟାର ଖେଳାଳିଙ୍କ ଏଚଡି ଫଟୋ ରହିଛି।

ସୂଚନାଯୋଗ୍ୟ, ହକି ଇଣ୍ଡିଆ ଲିଗର ଚତୁର୍ଥ ସଂସ୍କରଣ ଜାନୁଆରୀ ୧୮ରୁ କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଆରମ୍ଭ ହେବ। ତେବେ ଏହି ସିଜିନରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ମୋଟ ୫ଟି ମ୍ୟାଚ୍ ଖେଳାଯିବ।

Related story