Advertisment

ଭାରତୀୟ ହକି ଟିମ୍‌ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଅମିତଙ୍କୁ ମିଳିବ ୪ କୋଟି

ପ୍ୟାରିସ ଅଲିମ୍ପିକ୍ସରେ ସ୍ପେନକୁ ୨-୧ରେ ହରାଇ ବ୍ରୋଞ୍ଜ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ।

ଅଦ୍ୟତନ ହୋଇଛି
Amit Rohidas

Amit Rohidas

Advertisment

ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ତେବେ ଟିମ୍‌ରେ ଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବେ ୪ କୋଟି ପ୍ରଦାନ କରାଯିବ। ଆଜି ସ୍ପେନ୍ ବିରୋଧରେ ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ଲଢ଼େଇରେ ଅମିତ ରୋହିଦାସଙ୍କର ରହିଥିଲା ବଡ଼ ଯୋଗଦାନ। ସେ ଏକାଧିକ ଗୋଲ୍‌ରୁ ଦଳକୁ ରକ୍ଷା କରିଥିଲେ।  

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଆଜି ବ୍ରୋଞ୍ଜ ପଦକ ଜିତିବା ସହିତ ଇତିହାସକୁ ଦୋହରାଇଛି ଭାରତୀୟ ହକି ଟିମ। ଦୀର୍ଘ ୫୨ ବର୍ଷ ପରେ ଭାରତ କ୍ରମାଗତ ଭାବେ ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛି। ୧୯୬୮ ଓ ୧୯୭୨ରେ ଭାରତ ବ୍ରୋଞ୍ଜ ଜିତିଥିଲା। ତା’ପରେ ଟୋକିଓ ଅଲିମ୍ପିକ୍ସ (୨୦୨୦)ରେ ବ୍ରୋଞ୍ଜ ଜିତିଥିବା ବେଳେ ଆଜି ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତି ଇତିହାସକୁ ଦୋହରାଇଛି।

ସ୍ପେନ୍ ବିରୋଧରେ ଭାରତ ଦୁଇଟି ଗୋଲ କରିଥିଲା। ଏହି ଦୁଇଟି ଯାକ ଗୋଲ କରିଥିଲେ ଦଳର ଅଧିନାୟକ ହରମନପ୍ରୀତ ସିଂହ। 

Advertisment

ସୂଚନାଯୋଗ୍ୟ, କ୍ରମାଗତ ଦୁଇଟି ଅଲିମ୍ପିକ୍ସ ପଦକ ଜିତିବାରେ ଅମିତ ରୋହିଦାସ ହେଉଛନ୍ତି ପ୍ରଥମ ଓଡ଼ିଶା। ଗତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଅମିତ ରୋହିଦାସ ଏହାର ସଦସ୍ୟ ଥିଲେ। ସେହିଭଳି ଟୋକିଓ ଅଲିମ୍ପିକ୍ସରେ ତାଙ୍କ ସହିତ ଆଉ ଜଣେ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ମଧ୍ୟ ଥିଲେ। 

Paris Olympics 2024 Paris Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe