Advertisment

ଏସୀୟ କ୍ରୀଡ଼ାରେ ଭାରତୀୟ ହକି ଦଳ ଜିତିଲା ସ୍ୱର୍ଣ୍ଣ, ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଡିଫେଣ୍ଡିଂ ଚାମ୍ପିୟନ ଜାପାନ ୫-୧ ଗୋଲରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ ​​​​​​​।

ଅଦ୍ୟତନ ହୋଇଛି
Indian Hockey Team

Indian Hockey Team

Advertisment

ଏସୀୟ କ୍ରୀଡ଼ାରେ ଆଜି ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳର ପ୍ରତି ଖେଳାଳିଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ସେମାନଙ୍କ ସହିତ ସମସ୍ତ ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment

ଭାରତୀୟ ହକି ଟିମ୍‌ ସ୍ୱର୍ଣ୍ଣ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଟିମ୍‌ର ସଦସ୍ୟଙ୍କ ସହ ଭାବ ବିନିମୟ କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ହକି ଟିମର ସଦସ୍ୟମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଡିଫେଣ୍ଡିଂ ଚାମ୍ପିୟନ ଜାପାନ ୫-୧ ଗୋଲରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ । ଏହି ସ୍ୱର୍ଣ୍ଣ ପଦକ ଲଢ଼େଇରେ ଭାରତ ପାଇଁ ଓଡ଼ିଆ ପୁଅ ଅମିତ ରୋହିଦାସ ମଧ୍ୟ ଗୋଲ କରିଥିଲେ। ସେ ଗୋଟିଏ ଗୋଲ ଦେଇଥିବା ବେଳେ ମନପ୍ରୀତ ସିଂହ ଓ ଅଭିଷେକ ଗୋଟିଏ ଲେଖାଏଁ ଗୋଲ କରିଥିଲେ। ଅଧିନାୟକ ହରମନପ୍ରୀତ ସିଂହ ୨ଟି ଗୋଲ୍ ଦେଇଥିଲେ।

Advertisment

ଭାରତ ୪ର୍ଥ ଥର ପାଇଁ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛି। ଏହାପୂର୍ବରୁ ଶେଷ ଥର ପାଇଁ ୨୦୧୪ରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ୨୦୧୮ରେ ଦଳ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଥିଲା। ୨୦୧୪ ପୂର୍ବରୁ ୧୯୯୮ ଓ ୧୯୬୬ରେ ଭାରତୀୟ ପୁରୁଷ ହକି ଟିମ ଏସୀୟ କ୍ରୀଡ଼ାରେ ଚାମ୍ପିୟନ ହୋଇଥିଲା।

ଆଜି ଚାମ୍ପିୟନ ହେବା ସହ ଭାରତୀୟ ପୁରୁଷ ହକି ଟିମ ୨୦୨୪ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଗତ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ପଦକ ଜିତିଥିଲା। ୪୧ ବର୍ଷ ପରେ ଭାରତକୁ ଅଲିମ୍ପିକ୍ସରେ ହକିରେ ପଦକ ମିଳିଥିଲା।

Hockey Asian Games Asian Games 2023 19th Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe