ଭୁବନେଶ୍ୱର: କ୍ୟାମ୍ପ ବଦଳାଇବାକୁ ଯୋଜନା କରୁଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା। ହାଇଦ୍ରାବାଦ ଟିମ୍ ପକ୍ଷରୁ ରଣଜୀ ଖେଳୁଥିବା ପ୍ରଜ୍ଞାନ ଆସନ୍ତା ସଜିନରେ ବେଙ୍ଗଲ୍ ପକ୍ଷରୁ ଖେଳି ପାରନ୍ତି। ଏଥିପାଇଁ ତାଙ୍କୁ ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ ପକ୍ଷରୁ ଏନଓସି ମଧ୍ୟ ମିଳିସାରିଛି। କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲର ଯୁଗ୍ମ ସଂପାଦକ ସୌରଭ ଗାଙ୍ଗୁଲୀ ମଧ୍ୟ ଏ ସଂପର୍କରେ ପ୍ରଜ୍ଞାନଙ୍କ ସହ ଆଲୋଚନା ଚାଲିଥିବା ସୂଚନା ଦେଇଛନ୍ତି।... ହାଇଦ୍ରାବାଦ ଦଳ ରଣଜୀ ଟ୍ରଫିର ଗ୍ରୁପ-ସି'ରେ ଖେଳୁଥିବାରୁ ପ୍ରଜ୍ଞାନ ଖୁସି ନାହାନ୍ତି। ତେଣୁ ଉଚ୍ଚସ୍ତରୀୟ କ୍ରିକେଟ୍ ଖେଳିବାକୁ ଉଚ୍ଚ ରାଙ୍କରେ ଥିବା ବେଙ୍ଗଲ୍ର ପ୍ରତିନିଧିତ୍ବ କରିବାକୁ ଚାହୁଁଛନ୍ତି ପ୍ରଜ୍ଞାନ। ଏହାଦ୍ୱାରା ସେ ବିସିସିଆଇ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ଭାରତୀୟ ଦଳକୁ ଫେରିବାକୁ ଆଶା ରଖିଛନ୍ତି। ପ୍ରଜ୍ଞାନ ଏବେ ଅେଷ୍ଟ୍ରଲିଆ-ଏ' ଓ ସାଉଥ୍ ଆଫ୍ରିକା-ଏ' ଟିମ୍ ବିରୋଧରେ ଖେଳିବାକୁ ଥିବା ଭାରତୀୟ-ଏ' ଦଳରେ ସ୍ଥାନ ପାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Viral
୩ୟ ଶ୍ରେଣୀ ଛାତ୍ରୀଙ୍କୁ ହୃଦଘାତ, ସ୍କୁଲରେ ଚାଲିଗଲା ଜୀବନ: ଭିଡିଓ ଭାଇରାଲ୍
ହାର୍ଟ ଆଟାକ ଯେ କେବଳ ପ୍ରାପ୍ତ ବୟସ୍କଙ୍କୁ ହୋଇଥାଏ, ତା’ହା ଭାବିବା ଭୁଲ। କାରଣ ଛୋଟ ପିଲା ମଧ୍ୟ ଏହାର ଶିକାର ହେବାରେ ଲାଗିଛନ୍ତି।
National
ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ତଳେ ଫସିଛନ୍ତି ବହୁ ଶ୍ରମିକ
ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୁଲିସ ସୂଚନା ଦେଇଛି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ସମେତ ଏନଡିଆରଏଫ୍, ଏସଡିଆରଏଫ୍ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
National
ଆସାମରେ ପଶିଲା HMPV, ୧୦ ମାସର ଶିଶୁ ସଂକ୍ରମିତ
ଆସାମରେ ଏଚଏମପିଭିରରେ କେହି ସଂକ୍ରମିତ ହେବା ଚଳିତ ଋତୁରେ ପ୍ରଥମ ଘଟଣା।
Crime
ଅଭିନବ ଠକେଇ: ସନ୍ତାନହୀନ ମହିଳାଙ୍କୁ ଗର୍ଭବତୀ କଲେ ୫ ଲକ୍ଷ ମିଳିବ କହି ଲୋକଙ୍କ କରୁଥିଲେ ଚଳୁ
ଦେଶର ଏକାଧିକ ରାଜ୍ୟରେ ଚାଲୁଥିଲା ଏହି ରାକେଟ୍। ଏମାନଙ୍କ ଜାଲରେ ଯିଏ ଫସିଲା, ତାକୁ ବିଭିନ୍ନ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ପାଇଁ ୫୦୦ରୁ ୨୦ହଜାର ଟଙ୍କା ଆଦାୟ କରାଯାଉଥିଲା।
National
ଘୃଣା ସୃଷ୍ଟିକାରୀ ବୟାନ ପାଇଁ ବିଜେପି ନେତାଙ୍କ ନାଁରେ ମାମଲା
ବିଜେପି ପକ୍ଷରୁ ଜର୍ଜଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ବିରୋଧ କରାଯାଇଛି। ଏହାକୁ କ୍ଷମତାସୀନ ଏଲଡିଏଫ ସରକାରଙ୍କର ଗୋଟିଏ ରାଜନୀତିକ ଷଡ଼ଯନ୍ତ୍ର ବୋଲି ଦଳ ପକ୍ଷରୁ କୁହାଯାଇଛି।