ସ୍ମିଥ୍‌ଙ୍କୁ ଜରିମାନା ସହ ବାସନ୍ଦ କଲା ଆଇସିସି: ଟାମ୍ପରିଂ କରିଥିବା କ୍ରିକେଟର୍‌ଙ୍କୁ ମିଳିଲା ୩ ଡିମେରିଟ୍‌ ପଏଣ୍ଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟିଭେନ୍‌ ସ୍ମିଥ୍‌ ଗୋଟିଏ ଟେଷ୍ଟରୁ ବାସନ୍ଦ। ଏଭଳି ନିଷ୍ପତ୍ତି ନେଇଛି ଆଇସିସି। କବେଳ ଏତିକି ନୁହେଁ ୧୦୦ ପ୍ରତିଶତ ମ୍ୟାଚ୍‌ ଫିସ୍‌ର ଜରିମାନା ମଧ୍ୟ ସ୍ମିଥଙ୍କ ଉପରେ ଲଗାଇଛି ଆଇସିସି। ଏହାସହ ବଲ୍‌ ଟାମ୍ପରିଂ କରିଥିବା କାମେରନ୍ ବାନ୍‌କ୍ରଫ୍ଟଙ୍କୁ ଆଇସିସି ୩ଟି ଡିମେରିଟ୍‌ ପଏଣ୍ଟ ଦେଇଥିବା ସହ ୭୫ ପ୍ରତିଶତ ମ୍ୟାଚ୍‌ ଫିସ୍‌ର ଜୋରିମାନା ମଧ୍ୟ ଲଗାଇଛି। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପ୍‌ଟାଉନ୍‌ ଠାରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ବଲ୍‌ ଟାମ୍ପରିଂ […]

sD4NLL2TNR

sD4NLL2TNR

Ordigital Desk
  • Published: Sunday, 25 March 2018
  • Updated: 26 March 2018, 07:31 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟିଭେନ୍‌ ସ୍ମିଥ୍‌ ଗୋଟିଏ ଟେଷ୍ଟରୁ ବାସନ୍ଦ। ଏଭଳି ନିଷ୍ପତ୍ତି ନେଇଛି ଆଇସିସି। କବେଳ ଏତିକି ନୁହେଁ ୧୦୦ ପ୍ରତିଶତ ମ୍ୟାଚ୍‌ ଫିସ୍‌ର ଜରିମାନା ମଧ୍ୟ ସ୍ମିଥଙ୍କ ଉପରେ ଲଗାଇଛି ଆଇସିସି। ଏହାସହ ବଲ୍‌ ଟାମ୍ପରିଂ କରିଥିବା କାମେରନ୍ ବାନ୍‌କ୍ରଫ୍ଟଙ୍କୁ ଆଇସିସି ୩ଟି ଡିମେରିଟ୍‌ ପଏଣ୍ଟ ଦେଇଥିବା ସହ ୭୫ ପ୍ରତିଶତ ମ୍ୟାଚ୍‌ ଫିସ୍‌ର ଜୋରିମାନା ମଧ୍ୟ ଲଗାଇଛି। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପ୍‌ଟାଉନ୍‌ ଠାରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ବଲ୍‌ ଟାମ୍ପରିଂ ଭଲି ମାମଲା ସାମ୍ନାକୁ ଆସିବା ପରେ ବିବାଦ ଦେଖାଦେଇଛି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଷ୍ଟ୍ରେଲିଆ ସରକାର ନିର୍ଦ୍ଦେଶ ଦେବାପରେ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍ ଓ ଉପ ଅଧିନାୟକ ଡେଭିଡ୍ ୱାର୍ନର ନିଜ ପଦ ଛାଡ଼ିଛନ୍ତି। ସ୍ମିଥ୍‌ଙ୍କ ସ୍ଥାନରେ ଏବେ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେବେ ୱିକେଟ୍‌ କିପର୍ ବ୍ୟାଟ୍ସମ୍ୟାନ୍ ଟିମ୍‌ ପେନ। ଅନ୍ୟପଟେ ଆଇସିସିର ନିଷ୍ପତ୍ତି ପରେ ଏହି ଘଟଣାର ପ୍ରଭାବ ଆଇପିଏଲରେ ମଧ୍ୟ ପଡ଼ିବା ସମ୍ଭାବନା ଦେଖାଦେଇଛି। ସ୍ମିଥ୍‌ ଓ ୱାର୍ନର ଆଇପିଏଲରେ ଦୁଇଟି ଫ୍ରାଞ୍ଚାଇଜ୍‌ର ଅଧିନାୟକ ଥିବାବେଳେ ଏବେ ଏହି ଦୁଇଟି ଟିମ୍‌ରେ କିଏ ଅଧିନାୟକ ହେବେ ଏନେଇ କଳ୍ପନା ଜଳ୍ପନା ଚାଲିଛି। କାରଣ ରାଜସ୍ଥାନ ରୟାଲ୍ସ ଓ ହାଇଦ୍ରାବାଦ ଟିମ୍‌ ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos