ଆଇସିସି ଟି-୨୦ ବିଶ୍ୱକପ୍‌‍ରେ ଓଡ଼ିଆ ଆଙ୍କର ସୁନୀତା

ଭୁବନେଶ୍ୱର: ଟି-୨୦ ବିଶ୍ୱକପ୍‌‍ରେ ଆଙ୍କରିଂ କରିବାକୁ ଆଇସିସି ପକ୍ଷରୁ ମନୋନୀତ ହୋଇଛନ୍ତି ଓଡ଼ିଆ ଅଭିନେତ୍ରୀ, ମଡେଲ ତଥା ଆଙ୍କର ସୁନୀତା ଗରାବଡୁ। ସେ ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ୍‌ରେ ଆଙ୍କରିଂ କରିବେ। ସେ ଏହି ଷ୍ଟାଡିୟମ୍‌ରେ ଅନୁଷ୍ଠିତ ୫ଟି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌‍ରେ ଆଙ୍କରିଂ କରି ସାରିଛନ୍ତି। ଏନେଇ ସୁନୀତା କହିଛନ୍ତି, “ମୁଁ ଶବ୍ଦରେ ପରିପ୍ରକାଶ କରିପାରୁ ନାହିଁ ଯେ ମୋ ସ୍ୱର ସାରା ଷ୍ଟାଡିୟମ୍‌ରେ ଗୁଞ୍ଜରଣ ସୃଷ୍ଟି କରୁଥିବ। […]

sunita garabadu

Rakesh Mallick
  • Published: Sunday, 13 March 2016
  • , Updated: 13 March 2016, 11:38 AM IST

ଭୁବନେଶ୍ୱର: ଟି-୨୦ ବିଶ୍ୱକପ୍‌‍ରେ ଆଙ୍କରିଂ କରିବାକୁ ଆଇସିସି ପକ୍ଷରୁ ମନୋନୀତ ହୋଇଛନ୍ତି ଓଡ଼ିଆ ଅଭିନେତ୍ରୀ, ମଡେଲ ତଥା ଆଙ୍କର ସୁନୀତା ଗରାବଡୁ। ସେ ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ୍‌ରେ ଆଙ୍କରିଂ କରିବେ। ସେ ଏହି ଷ୍ଟାଡିୟମ୍‌ରେ ଅନୁଷ୍ଠିତ ୫ଟି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌‍ରେ ଆଙ୍କରିଂ କରି ସାରିଛନ୍ତି।

ଏନେଇ ସୁନୀତା କହିଛନ୍ତି, “ମୁଁ ଶବ୍ଦରେ ପରିପ୍ରକାଶ କରିପାରୁ ନାହିଁ ଯେ ମୋ ସ୍ୱର ସାରା ଷ୍ଟାଡିୟମ୍‌ରେ ଗୁଞ୍ଜରଣ ସୃଷ୍ଟି କରୁଥିବ। ଏହା ମୋ ପାଇଁ ସବୁଠୁ ବଡ଼ ସମ୍ମାନ। ଆଇସିସି ପକ୍ଷରୁ ମନୋନୀତ ହୋଇ ଟି-୨୦ ବିଶ୍ୱକପ୍ ପାଇଁ ଆଙ୍କରିଂ କରିବା ବହୁତ କମ୍‌‍ ଲୋକଙ୍କ ଭାଗ୍ୟରେ ଜୁଟେ।”

ସେ ଆହୁରି ମଧ୍ୟ କହିଛନ୍ତି,“ଅନ୍ତଜାର୍ତୀୟ ଚାମ୍ପିଅନସିପ୍‌‍ରେ ଆଙ୍କରିଂ କରିବା ମୋ ପାଇଁ ଗୌରବର କଥା। ତା’ଠାରୁ ବଡ଼ କଥା ହେଉଛି ଏହା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ମଧ୍ୟ। ଏଥିପାଇଁ ସବୁ ଆଡ଼କୁ ସତର୍କ ଦୃଷ୍ଟି ଦେବାକୁ ହେବ। ଏକ ସମୟରେ ଷ୍ଟାଡିୟମ୍, ଖେଳାଳି ଓ ଦର୍ଶକଙ୍କୁ ଦୃଷ୍ଟିରେ ରଖି ସେମାନଙ୍କୁ ଠିକ୍‌ ତଥ୍ୟ ଦେବାକୁ ପଡ଼ିବ।”

୨୬ ବର୍ଷୀୟ ସୁନୀତା ତାଙ୍କ ସୁମଧୁର ସ୍ୱର ସହ ବହୁ କ୍ରୀଡ଼ା ଇଭେଣ୍ଟ ଯଥା ଆଇପିଏଲ୍, ହକିଚାମ୍ପିଅନ୍ସ ଟ୍ରଫି ଓ ହକି ଇଣ୍ଡିଆ ଲିଗ୍‌‍ରେ ନିଜର ପରାକାଷ୍ଠା ଦେଖାଇ ସାରିଛନ୍ତି।

ବିଜେବି କଲେଜରୁ ସ୍ନାତକ ଶେଷ କରିବା ପରେ ସୁନୀତା ଜଣେ ବିମାନ ପରିଚାରିକା ହେବା ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ସମାପ୍ତ କରିଛନ୍ତି। ସେ ବହୁ ଓଡ଼ିଆ ଫିଲ୍ମ ଓ ଧାରାବାହିକରେ ନିଜର ଅଭିନୟର ଯାଦୁ ଦେଖାଇ ଦର୍ଶକକୁ ବାନ୍ଧି ପାରିଛନ୍ତି। ଏବେ ବି ସେ ମଡେଲିଂରେ ସକ୍ରିୟ ରହିଛନ୍ତି।

Related story