ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍: ପାକିସ୍ତାନର ପ୍ରତି ମ୍ୟାଚ୍‌ ପାଇଁ ୨୫୦ ଜଣ ପାକ୍‌ ଫ୍ୟାନ୍‌ଙ୍କୁ ଭିସା

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଭାରତରେ ଆରମ୍ଭ ହେଉଛି ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌। ଆସନ୍ତାକାଲିଠାରୁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଏହି ବିଶ୍ୱକପ୍‌କୁ ଷ୍ଟାଡିୟମରେ ଉପଭୋଗ କରିବା ପାଇଁ ପାକିସ୍ତାନୀ ଫ୍ୟାନ୍‌ମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପାକିସ୍ତାନ ଖେଳିବାକୁ ଥିବା ପ୍ରତି ମ୍ୟାଚ୍‌ ପାଇଁ ପାକିସ୍ତାନର ୨୫୦ କ୍ରିକେଟ୍ ଫ୍ୟାନ୍‌ଙ୍କୁ ଭିସା ଦେବ ଭାରତ। ମାର୍ଚ୍ଚ ୧୯ ତାରିଖରେ ଧର୍ମଶାଳାରେ ହେବାକୁ ଥିବା ଭାରତ-ପାକ୍ ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ବି ୨୫୦ ପାକିସ୍ତାନୀ ନାଗରିକଙ୍କୁ ଦିଆଯିବ ଭିସା। ଗୃହ […]

pakfans

Rakesh Mallick
  • Published: Monday, 07 March 2016
  • , Updated: 07 March 2016, 12:38 PM IST

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଭାରତରେ ଆରମ୍ଭ ହେଉଛି ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌। ଆସନ୍ତାକାଲିଠାରୁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଏହି ବିଶ୍ୱକପ୍‌କୁ ଷ୍ଟାଡିୟମରେ ଉପଭୋଗ କରିବା ପାଇଁ ପାକିସ୍ତାନୀ ଫ୍ୟାନ୍‌ମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପାକିସ୍ତାନ ଖେଳିବାକୁ ଥିବା ପ୍ରତି ମ୍ୟାଚ୍‌ ପାଇଁ ପାକିସ୍ତାନର ୨୫୦ କ୍ରିକେଟ୍ ଫ୍ୟାନ୍‌ଙ୍କୁ ଭିସା ଦେବ ଭାରତ। ମାର୍ଚ୍ଚ ୧୯ ତାରିଖରେ ଧର୍ମଶାଳାରେ ହେବାକୁ ଥିବା ଭାରତ-ପାକ୍ ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ବି ୨୫୦ ପାକିସ୍ତାନୀ ନାଗରିକଙ୍କୁ ଦିଆଯିବ ଭିସା।

ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି,“ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନ ଖେଳିବାକୁ ଥିବା ପ୍ରତ୍ୟେକ ମ୍ୟାଚ୍‌ ପାଇଁ ୨୫୦ଜଣ ପାକ୍‌ ନାଗରିକଙ୍କୁ ଭିସା ପ୍ରଦନ କରାଯିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯଦି ପାକିସ୍ତାନ ସେମିଫାଇନାଲ କିମ୍ବା ଫାଇନାଲରେ ପହଞ୍ଚେ, ତା’ହେଲେ ଭିସା ସଂଖ୍ୟାକୁ ବୃଦ୍ଧି କରାଯାଇପାରେ।”

ମ୍ୟାଚ୍ ସୂଚୀ ଅନୁଯାୟୀ ପାକିସ୍ତାନ ମାର୍ଚ୍ଚ ୧୯ ତାରିଖରେ ଭାରତକୁ ଧର୍ମଶାଳାରେ ଭେଟିବ। ସେହିପରି ମାର୍ଚ୍ଚ ୨୨ରେ ଦଳ ପଞ୍ଜାବର ମୋହାଲିରେ ନ୍ୟୁଜିଲାଣ୍ଡକୁ ଭେଟିବ। ମାର୍ଚ୍ଚ ୨୫ରେ ସେହି ମୋହାଲିରେ ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନୀ ଦଳ। ମାର୍ଚ୍ଚ ୧୬ରେ ଦଳ କୋଲକାତରେ ମଧ୍ୟ ଏକ ମ୍ୟାଚ୍‌ ଖେଳିବ।

Related story