ଇଡେନ୍‌ରେ ମହାଲଢ଼େଇ ପୂର୍ବରୁ ଭାରତ,ପାକ୍‌ ଜୋରଦାର ଅଭ୍ୟାସ

କୋଲକାତା: ଆଇସିସି ଟି-୨୦ ବିଶ୍ୱକପ୍‌ ସୁପରଟେନ୍‌ରେ ଆସନ୍ତାକାଲି କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍‌ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ଏଥିପାଇଁ ଉଭୟ ଦଳ ଆଜି ବହୁ ସମୟ ଧରି ଅଭ୍ୟାସ କରିଛନ୍ତି। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ୪୭ ରନ୍‌ରେ ପରାଜିତ ହୋଇଥିବାରୁ ଏହି ମ୍ୟାଚ୍‌ ଜିତିବାକୁ ପ୍ରୟାସ କରିବ।  ଏଥିପାଇଁ ସ୍ୱତନ୍ତ୍ର ରଣନୀତି ନେଇ ପଡିଆକୁ ଓହ୍ଲେଇବ। ଏହି ପରାଜୟ ଯୋଗୁଁ ଭାରତ ଗ୍ରୁପ-୨ […]

India-vs-Pakisthan

Rakesh Mallick
  • Published: Friday, 18 March 2016
  • , Updated: 18 March 2016, 02:08 PM IST

କୋଲକାତା: ଆଇସିସି ଟି-୨୦ ବିଶ୍ୱକପ୍‌ ସୁପରଟେନ୍‌ରେ ଆସନ୍ତାକାଲି କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍‌ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ଏଥିପାଇଁ ଉଭୟ ଦଳ ଆଜି ବହୁ ସମୟ ଧରି ଅଭ୍ୟାସ କରିଛନ୍ତି।

ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ୪୭ ରନ୍‌ରେ ପରାଜିତ ହୋଇଥିବାରୁ ଏହି ମ୍ୟାଚ୍‌ ଜିତିବାକୁ ପ୍ରୟାସ କରିବ।  ଏଥିପାଇଁ ସ୍ୱତନ୍ତ୍ର ରଣନୀତି ନେଇ ପଡିଆକୁ ଓହ୍ଲେଇବ। ଏହି ପରାଜୟ ଯୋଗୁଁ ଭାରତ ଗ୍ରୁପ-୨ ପଏଣ୍ଟ ଟେବୁଲର ଚତୁର୍ଥସ୍ଥାନରେ ରହିଥିବା ବେଳେ ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ୫୫ ରନରେ ପରାଜିତ କରି ୨ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଛି। ଏଥିରେ ପାଇଁ ଦଳର ମନୋବଳ ଦୃଢ ରହିଛି।

ଅନ୍ୟପକ୍ଷରେ ବିଶ୍ୱକପ୍‌ରେ ପାକିସ୍ତାନ ଭାରତକୁ କେବେ ପରାସ୍ତ କରି ନ ଥିବା ବେଳେ ଇଡେନ୍‌ ଗାର୍ଡେନରେ ପାକିସ୍ତାନକୁ ହରାଇବା ଭାରତ ପାଇଁ କଷ୍ଟକର ହୋଇପାରେ। ଭାରତ-ପାକ୍‌ ମଧ୍ୟରେ ଖେଳାଯାଇଥିବା ୭ଟି ଟି-୨୦ ମ୍ୟାଚ୍‌ରୁ ଭାରତ ୫ଟି ଜିତିଥିବା ବେଳେ ଗୋଟିଏ ମ୍ୟାଚ୍‌ ଜିତିଛି ପାକିସ୍ତାନ ଓ ଗୋଟିଏ ମ୍ୟାଚ୍‌ରେ କୌଣସି ଫଳାଫଳ ହସ୍ତଗତ ହୋଇପାରି ନାହିଁ।

ଭାରତ ଗତ ୫ଟି ମ୍ୟାଚ୍‌ରୁ ଗୋଟିଏ ମ୍ୟାଚ୍‌ ହାରିଥିବା ବେଳେ ୪ଟି ମ୍ୟାଚ୍‌ରେ ବଜୟୀ ହୋଇଛି। ଭାରତର ବ୍ୟାଟିଂ ଓ ଦୃଢ ବୋଲିଂ ଯୋଗୁଁ ଦଳ ବିଜୟୀ ହୋଇଛି। ଦଳର ଓପନର ରୋହିତ ଶର୍ମା ଓ ଶିଖର ଧାୱନ୍‌ଙ୍କ ଜବରଦସ୍ତ ଫର୍ମରେ ଥିବା ବେଳେ ତାଙ୍କୁ ସା‌ଥ୍ ଦେଉଛନ୍ତି ବିରାଟ କୋହଲି, ସୁରେଶ ରାଇନା,ଯୁବରାଜ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା। ଏହାସହ ପ୍ରତିପକ୍ଷ ଦଳର ବ୍ୟାଟିଂକୁ ଧ୍ୱସ୍ତ କରିବାକୁ ଭାରତର ଜସପ୍ରୀତ ବୁମରା, ଆଶିଷ ନେହେରା, ପବନ ନେଗୀ ଓ ଆର.ଅଶ୍ୱିନ୍‌ ତୟାର ରହିଛନ୍ତି।

ଅନ୍ୟପକ୍ଷରେ ଭାରତକୁ ମାତ୍‌ ଦେବାକୁ ପାକିସ୍ତାନ ମଧ୍ୟ ସ୍ୱତନ୍ତ୍ର ରଣନୀତି ନେଇ ପଡିଆକୁ ଓହ୍ଲେଇବ। ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ଏସ୍. ଖାନ୍‌ ଓ ଅହମ୍ମଦ ଶେହଜାଦ୍‌ଙ୍କ ଫର୍ମ ଫେରିଥିବା ବେଳେ ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ହଫିଜ୍‌ ଓ ଶାହିଦ୍ ଆଫ୍ରିଦି ମଧ୍ୟ ଜବରଦସ୍ତ ଫର୍ମରେ ରହିଛନ୍ତି। ଏହା ସହ ଭାରତର ବ୍ୟାଟ୍ସମ୍ୟାନଙ୍କ ଲୟ ଭାଙ୍ଗିବାକୁ ମହମ୍ମଦ ଅମୀର, ମହମ୍ମଦ ଇରଫାନ୍ ଓ ୱାହାବ୍‌ ରିଆଜ୍‌ ଚେଷ୍ଟା କରିବେ।

Related story