ଶେଷ ଦିନିକିଆରେ ୱେଷ୍ଟଇଣ୍ଡିଜ୍-ଏ'କୁ ହରାଇଲା ଭାରତ-ଏ

କୁଲିଜ୍: ଋତୁରାଜ ଗାଏକ୍ୱାଡ୍ (୯୯) ଓ ଶୁବମାନ୍ ଗିଲ (୬୯)ଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କରି ଭାରତ-ଏ ପଞ୍ଚମ ଅନଅଫିସିଆଲ୍ ଦିନିକିଆରେ ୱେଷ୍ଟଇଣ୍ଡିଜ୍-ଏ’କୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ-ଏ’ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୧ରେ ଜିତି ନେଇଛି। ଏହା ପୂର୍ବରୁ ଭାରତ-ଏ’ ପ୍ରଥମ ତିନୋଟି ମ୍ୟାଚକୁ ଜିତି ସିରିଜକୁ ଆଗୁଆ କବଜା କରିନେଇଥିଲା ବେଳେ ଚତୁର୍ଥ ମୁକାବିଲାରେ ପରାସ୍ତ ହୋଇଥିଲା। ରବିବାର ରାତିରେ ଖେଳାଯାଇଥିବା ଶେଷ ମ୍ୟାଚରେ ୱେଷ୍ଟଇଣ୍ଡିଜ୍-ଏ ଟସ୍ ଜିତି […]

india-a

Ranjit Kumar Jena
  • Published: Monday, 22 July 2019
  • , Updated: 22 July 2019, 04:06 PM IST

କୁଲିଜ୍: ଋତୁରାଜ ଗାଏକ୍ୱାଡ୍ (୯୯) ଓ ଶୁବମାନ୍ ଗିଲ (୬୯)ଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କରି ଭାରତ-ଏ ପଞ୍ଚମ ଅନଅଫିସିଆଲ୍ ଦିନିକିଆରେ ୱେଷ୍ଟଇଣ୍ଡିଜ୍-ଏ'କୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ-ଏ' ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୧ରେ ଜିତି ନେଇଛି। ଏହା ପୂର୍ବରୁ ଭାରତ-ଏ' ପ୍ରଥମ ତିନୋଟି ମ୍ୟାଚକୁ ଜିତି ସିରିଜକୁ ଆଗୁଆ କବଜା କରିନେଇଥିଲା ବେଳେ ଚତୁର୍ଥ ମୁକାବିଲାରେ ପରାସ୍ତ ହୋଇଥିଲା।

ରବିବାର ରାତିରେ ଖେଳାଯାଇଥିବା ଶେଷ ମ୍ୟାଚରେ ୱେଷ୍ଟଇଣ୍ଡିଜ୍-ଏ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୪୭.୪ ଓଭରରେ ୨୩୬ ରନ୍ କରି ଅଲଆଉଟ୍ ହୋଇଥିଲା। ଟିମ୍ ପକ୍ଷରୁ ଓପ୍ନର ସୁନୀଲ ଅମ୍ବ୍ରିସ୍ ଦ୍ରୁତ ୬୧ (୫୨ ବଲ୍, ୭ ଚୌକା, ୨ ଛକା), ଶେରଫେନ୍ ରଦରଫର୍ଡ ୬୫ (୭୦ ବଲ୍, ୪ ଚୌକା, ୪ ଛକା), ଜନ୍ ଓଟ୍ଟଲେ ୨୧, କର୍ନୱାଲ୍ ୧୦, କୀମୋ ପଲ୍ ୧୩ ଏବଂ ଖାରୀ ପିଏରୀ ଅପରାଜିତ ୩୫ ରନ୍ କରିଥିଲେ। ଭାରତ-ଏ' ପକ୍ଷରୁ ଦୀପକ ଚହର୍, ନଭଦୀପ ସାଇନି ଓ ରାହୁଲ୍ ଚହର୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଜବାବରେ ଭାରତ-ଏ' ମାତ୍ର ୩୩ ଓଭରରେ ୨ ୱିକେଟ୍ ହରାଇ ୨୩୭ ରନ୍ କରି ବିଜୟୀ ହୋଇଥିଲା। ଭାରତ-ଏ' ପକ୍ଷରୁ ଦୁଇ ଓପ୍ନର୍ ଗାଏକ୍ୱାଡ୍ ଓ ଗିଲ୍ ଭଲ ଆରମ୍ଭ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୧୦ ରନର ଭାଗୀଦାରୀ କରିଥିଲେ। ଗିଲ୍ ମାତ୍ର ୪୦ ବଲରେ ୮ ଚୌକା ଓ ୩ ଛକା ସହ ୬୯ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ଗାଏକ୍ୱାଡଙ୍କୁ ସାଥ୍ ଦେଇଥିବା ଶ୍ରେୟସ୍ ଆୟର୍ ମଧ୍ୟ ଭଲ ବ୍ୟାଟିଂ କରିଥିଲେ । ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୧୩ ରନ୍ ଯୋଡ଼ିଥିଲେ।

ତେବେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଗାଏକ୍ୱାଡ୍ ଶତକରୁ ୧ ରନ୍ ପଛରେ ଥିବା ବେଳେ ତାଙ୍କକୁ କୀମୋ ପଲ୍ ଆଉଟ୍ କରିଥିଲେ। ସେ ୮୯ ବଲରେ ୧୧ ଚୌକା ଓ ୩ ଛକା ସହ ୯୯ ରନ୍ କରିଥିଲେ। ଆୟର୍ ୬୪ ବଲରେ ୩ ଚୌକା ଓ ୨ ଛକା ସହ ୬୧ ଓ ଅଧିନାୟକ ମନିଷ ପାଣ୍ଡେ ୭ ରନ୍ କରି ଅପରାଜିତ ଥିଲେ। ୱିଣ୍ଡିଜ୍ ପକ୍ଷରୁ ପଲ୍ ଓ କର୍ନୱାଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Related story