୨୦୧୮ ଫୁ‍ଟବଲ ବିଶ୍ୱକପ୍‌ ପ୍ରିଲିମ୍‌ନାରୀ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ୨୦୧୮ ବିଶ୍ୱକପ୍‌ ଫୁଟବଲ୍‌ ପ୍ରିଲିମ୍‌ନାରୀ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ପାଇଁ ମଙ୍ଗଳବାର ୨୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତର ଷ୍ଟାର ଷ୍ଟ୍ରାଇକର ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତ ଇରାନ୍‌ ଓ ତୁର୍କମେନିସ୍ତାନ ବିପକ୍ଷରେ ଖେଳିବ। ଭାରତୀୟ ଦଳ ମାର୍ଚ୍ଚ ୨୪ରେ ତେହେରାନରେ ଇରାନକୁ ଭେଟୁଥିବା ବେଳେ ମାର୍ଚ୍ଚ ୨୯ରେ କୋଚିରେ ତୁର୍କମେନିସ୍ତାନକୁ ଭେଟିବ। ଏଥିପାଇଁ ଦଳ ଆସନ୍ତା ୧୬ ତାରିଖରେ ତେହେରାନ୍‌ ଗସ୍ତ କରିବ। ୨୧ରେ ସେଠାରୁ ଦଳ ଭାରତ ଫେରିବ। ୨୯ରେ […]

football-india

Rakesh Mallick
  • Published: Tuesday, 08 March 2016
  • , Updated: 08 March 2016, 05:05 PM IST

ନୂଆଦିଲ୍ଲୀ: ୨୦୧୮ ବିଶ୍ୱକପ୍‌ ଫୁଟବଲ୍‌ ପ୍ରିଲିମ୍‌ନାରୀ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ପାଇଁ ମଙ୍ଗଳବାର ୨୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତର ଷ୍ଟାର ଷ୍ଟ୍ରାଇକର ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତ ଇରାନ୍‌ ଓ ତୁର୍କମେନିସ୍ତାନ ବିପକ୍ଷରେ ଖେଳିବ। ଭାରତୀୟ ଦଳ ମାର୍ଚ୍ଚ ୨୪ରେ ତେହେରାନରେ ଇରାନକୁ ଭେଟୁଥିବା ବେଳେ ମାର୍ଚ୍ଚ ୨୯ରେ କୋଚିରେ ତୁର୍କମେନିସ୍ତାନକୁ ଭେଟିବ। ଏଥିପାଇଁ ଦଳ ଆସନ୍ତା ୧୬ ତାରିଖରେ ତେହେରାନ୍‌ ଗସ୍ତ କରିବ। ୨୧ରେ ସେଠାରୁ ଦଳ ଭାରତ ଫେରିବ। ୨୯ରେ ନିଜ ମାଟି କୋଚିରେ ଭାରତ ତୁର୍କମେନିସ୍ତାନକୁ ଭେଟିବ।

ଘୋଷିତ ଦଳ:

ଗୋଲକିପର: ସୁବ୍ରତ ପାଉଲ୍, ଗୁରୁପ୍ରୀତ ସିଂହ ସିଦ୍ଧୁ, କରଣଜିତ୍‌ ସିଂହ, ଟିପି. ରେହନେଶ।

ଡିଫେଣ୍ଡର: ଏ.ଖୋଞ୍ଜି, ଅଗଷ୍ଟାଇନ୍ ଫର୍ଣ୍ଣାଣ୍ଡିସ୍‌, ଅର୍ଣ୍ଣବ ମଣ୍ଡଳ, ପ୍ରତିମ କୋଟାଲ, ସନ୍ଦେଶ ଝିଙ୍ଗାନ୍‌, ରିନୋ ଆଣ୍ଟୋ, ନାରାୟଣ ଦାସ ଓ ଲାଲ୍‌ଛୁଆନ୍‌ମ୍ମାୱିଆ।

ମିଡ୍‌ ଫିଲ୍ଡର: ପ୍ରଣୟ ହଲଦାର, ବିକାଶ ଜାଇରୁ, କାଭିନ୍‌ ଲୋ‍ବୋ, ରାଓଲିନ୍‌ ବୋରଗେସ୍‌, ଅଲୱିନ୍‌ ଜର୍ଜ, ଏମଡି ରଫିକ୍ୟୁ, ମାଲାସ୍ୱମ୍‌ଜୁଆଲା, ଫ୍ରାନ୍ସିସ୍‌ ଫର୍ଣ୍ଣାଣ୍ଡିସ୍‌, ହରମନ୍‌ଜୋତ୍ ସିଂହ ଖାବ୍ରା, ଉଦନ୍ତ ସିଂହ, ଭୀନିତ୍‌ ରାୟ ଓ ସେଇତ୍ୟସେନ୍ ସିଂହ।

ଫରୱାର୍ଡ: ଜି. ଲାଲ୍‌ପେଖ୍‌ଲୁଆ, ସୁନୀଲ ଛେତ୍ରୀ, ସୁମୀତ ପାଶି ଓ ହାଲିଚରଣ ନାରଜାରୀ।

Related story