ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ୱେଷ୍ଟଇଣ୍ଡିଜ୍‌ଠାରୁ ହାରି ଭାରତ ବିଦା

ମୋହଲି: ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ମୋହାଲିରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ଠାରୁ ୩ ରନ୍‌ରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ଭାରତ। ଟସ୍‌ ଜିତି ଭାରତ  ୱେଷ୍ଟଇଣ୍ଡିଜ୍‌କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୧୪ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଏସ୍‌.ଆର. ଟେଲର ୬୭ ବଲ୍‌ରୁ ୪୭ ରନ୍‌ ଓ ଡିଜେଏସ୍‌ ଡୋଟିନ୍‌ ୪୬ ବଲ୍‌ରୁ ୪୫ ରନ୍‌ କରିଥିଲେ। ଭାରତ ପକ୍ଷରୁ ଏଚ୍‌. […]

india out

Rakesh Mallick
  • Published: Sunday, 27 March 2016
  • , Updated: 28 March 2016, 03:16 AM IST

ମୋହଲି: ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ମୋହାଲିରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ଠାରୁ ୩ ରନ୍‌ରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ଭାରତ।

ଟସ୍‌ ଜିତି ଭାରତ  ୱେଷ୍ଟଇଣ୍ଡିଜ୍‌କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୧୪ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଏସ୍‌.ଆର. ଟେଲର ୬୭ ବଲ୍‌ରୁ ୪୭ ରନ୍‌ ଓ ଡିଜେଏସ୍‌ ଡୋଟିନ୍‌ ୪୬ ବଲ୍‌ରୁ ୪୫ ରନ୍‌ କରିଥିଲେ। ଭାରତ ପକ୍ଷରୁ ଏଚ୍‌. କୌର ୪ଟି, ଏ. ପାଟିଲ୍‌ ୩ଟି ଓ ଏକତା ବିଷ୍ଟ ଗୋଟିଏ ୱିକେଟ୍ ଅକ୍ତିୟାର କରିଥିଲେ।

୧୧୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଭାରତ ୯ ୱିକେଟ୍‌ ହରାଇ ୧୧୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଏସ୍‌. ମାନ୍ଧନା ୫୨ ବଲ୍‌ରୁ ୨୨ରନ୍‌, ଏ ପାଟିଲ୍‌ ୩୨ ବଲରୁ ୨୬, ଜେ. ଗୋସ୍ୱାମୀ ୨୫ ବଲରୁ ୨୫ ଓ ଭି. କ୍ରୀଷ୍ଣାମୂର୍ତ୍ତି ୧୩ ବଲରୁ ୧୮ ରନ୍‌ କରିଥିଲେ। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ଡିଜେଏସ୍‌ ଡୋଟିନ୍‌ ୩ଟି, ଏଏସ୍‌ଏସ୍‌ ଫ୍ଲେଚର ୨ଟି, ଏସ୍‌ଏଲ୍ କ୍ୱାଣ୍ଟେଣ୍ଟାଇନ୍‌ ଓ ଏସ୍‌ଏସ୍‌ କୋନ୍ନେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଡିଜେଏସ୍‌ ଡ଼ୋଟିନ୍‌ଙ୍କୁ ‌ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା।

Related story