ପ୍ରଥମ ଦିନିକିଆ: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟସ୍‌ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି। ଟେଣ୍ଟବ୍ରିଜରେ ଖେଳାଯାଉଥିବା ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଶ୍ରେୟସ ଆୟର, ଦିନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର, ଅକ୍ଷର ପଟେଲ୍‌ , ଶର୍ଦ୍ଦାଳୁ ଠାକୁରଙ୍କୁ ଆଜିର ମ୍ୟାଚ୍‌ରେ ଟିମ୍‌ ଇଲେଭେନ୍‌ରେ ସ୍ଥାନ ମିଳିନାହିଁ। ଭାରତ ଟି-ଟ୍ୱେଣ୍ଟି ସିରିଜ ଜିତି ମନୋବଳ ଦୃଢ କରିବା ପରେ ଏବେ ଦିନିକିଆ ସିରିଜ କବ୍‌ଜା କରିବା ଆଶାରେ ପଡ଼ିଆକୁ ଓହ୍ଲାଇଛି। ପୂର୍ବରୁ ଭାରତ ଟି-ଟ୍ୱେଣ୍ଟି ସିରିଜକୁ […]

KuldeepMan_d

Rakesh Mallick
  • Published: Thursday, 12 July 2018
  • , Updated: 12 July 2018, 05:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟସ୍‌ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି। ଟେଣ୍ଟବ୍ରିଜରେ ଖେଳାଯାଉଥିବା ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଶ୍ରେୟସ ଆୟର, ଦିନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର, ଅକ୍ଷର ପଟେଲ୍‌ , ଶର୍ଦ୍ଦାଳୁ ଠାକୁରଙ୍କୁ ଆଜିର ମ୍ୟାଚ୍‌ରେ ଟିମ୍‌ ଇଲେଭେନ୍‌ରେ ସ୍ଥାନ ମିଳିନାହିଁ। ଭାରତ ଟି-ଟ୍ୱେଣ୍ଟି ସିରିଜ ଜିତି ମନୋବଳ ଦୃଢ କରିବା ପରେ ଏବେ ଦିନିକିଆ ସିରିଜ କବ୍‌ଜା କରିବା ଆଶାରେ ପଡ଼ିଆକୁ ଓହ୍ଲାଇଛି। ପୂର୍ବରୁ ଭାରତ ଟି-ଟ୍ୱେଣ୍ଟି ସିରିଜକୁ ୨-୧ରେ ଜିତିନେଇଛି। ଅନ୍ୟପଟେ ଇଂଲଣ୍ଡ ଭଲ ଆରମ୍ଭ କରିଛି। ଇଂଲଣ୍ଡ ପକ୍ଷରୁ ଜସନ୍‌ ରୟ ଓ ଜନି ବେର୍ଷ୍ଟୋ ପାଳି ଓପନ୍ କରିବାକୁ ପଡ଼ିଆକୁ ଓହାଇଥିଲେ।

Related story