ଦୁବାଇ: ସୋମବାର ପ୍ରକାଶିତ ଆଇସିସି ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଭାରତ। ଗତକାଲି ବାଂଲାଦେଶକୁ ୮ ୱିକେଟରେ ହରାଇ ଷଷ୍ଠ ଥର ପାଇଁ ଏସିଆ କପ୍ ଚାମ୍ପିଅନ୍ ହୋଇଥିବା ଧୋନି ବାହିନୀ ଆସନ୍ତାକାଲିଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଥିବା ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ୧ ନମ୍ବର ଦଳ ଭାବେ ଖେଳିବ।
ଆଇସିସି ଟି଼-ଟ୍ୱେଣ୍ଟି ମାନ୍ୟତାରେ ଭାରତ ଶୀର୍ଷରେ ରହିଥିବା ବେଳେ ତା’ପଛକୁ ରହିଛି ୱେଷ୍ଟ ଇଣ୍ଡିଜ୍। ସେହିପରି ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ଥିବା ବେଳେ ନ୍ୟୁଜିଲାଣ୍ଡ ଚତୁର୍ଥ, ଇଂଲଣ୍ଡ ପଞ୍ଚମ, ଅଷ୍ଟ୍ରେଲିଆ ଷଷ୍ଠ, ପାକିସ୍ତାନ ସପ୍ତମ, ଶ୍ରୀଲଙ୍କା ଅଷ୍ଟମ, ଆଫଗାନିସ୍ତାନ ନବମ ଓ ବାଂଲାଦେଶ ଦଶମ ସ୍ଥାନରେ ରହିଛି।