ବିଶ୍ୱକପ ସେମିଫାଇନାଲ୍‌ରେ ପହଞ୍ଚିଲା ଭାରତ: ପାକିସ୍ତାନ ସହ ହେବ ଟକ୍କର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ୍‌ରେ ସେମିଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ।  ବାଂଲାଦେଶକୁ ୧୩୧ ରନରେ ହରାଇ ଦଳ ସେମିଫାଇନାଲ୍‌ ଖେଳିବାର ଯୋଗ୍ୟତା ଅର୍ଜନ କରିଛି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୬୫ ରନ ସ୍କୋର କରିଥିଲା ଶୁଭମାନ ଗିଲ ସର୍ବାଧିକ ୮୬ ରନ କରିଥିଲେ, ଅଧିନାୟକ ପୃଥ୍ୱୀ-ସ କରିଥିଲେ ୪୦ ରନ୍। ୨୬୬ ରନର ଟାର୍ଗେଟକୁ ପିଛା କରି ବାଂଲାଦେଶ ମାତ୍ର ୧୩୪ ରନରେ ଅଲଆଉଟ ହୋଇଯାଇଥିଲା। […]

555_1516947583_618x347 (1)

Ordigital Desk
  • Published: Friday, 26 January 2018
  • , Updated: 26 January 2018, 01:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ୍‌ରେ ସେମିଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ।  ବାଂଲାଦେଶକୁ ୧୩୧ ରନରେ ହରାଇ ଦଳ ସେମିଫାଇନାଲ୍‌ ଖେଳିବାର ଯୋଗ୍ୟତା ଅର୍ଜନ କରିଛି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୬୫ ରନ ସ୍କୋର କରିଥିଲା ଶୁଭମାନ ଗିଲ ସର୍ବାଧିକ ୮୬ ରନ କରିଥିଲେ, ଅଧିନାୟକ ପୃଥ୍ୱୀ-ସ କରିଥିଲେ ୪୦ ରନ୍।

୨୬୬ ରନର ଟାର୍ଗେଟକୁ ପିଛା କରି ବାଂଲାଦେଶ ମାତ୍ର ୧୩୪ ରନରେ ଅଲଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ସଫଳ ବୋଲର୍‌ ଭାବରେ କମଲେଶ ନଗରକୋଟି ୩ ଓ୍ୱିକେଟ ହାସଲ କରିଛନ୍ତି। ୮୬ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ପାଇଁ ଶୁଭମାନ ଗିଲ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି। ସେମିଫାଇନାଲରେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଭାରତ।

Related story