Advertisment

ତୀରନ୍ଦାଜୀରେ ରୌପ୍ୟ, ସୋନମଙ୍କୁ ବ୍ରୋଞ୍ଜ; ପଦକ ସଂଖ୍ୟା ୯୧ ଛୁଇଁଲା

୯୧ଟି ପଦକ ମଧ୍ୟରେ ରହିଛି ୨୧ଟି ସ୍ୱର୍ଣ୍ଣ, ୩୩ଟି ରୌପ୍ୟ ଓ ୩୭ଟି ବ୍ରୋଞ୍ଜ।

author-image
Jitendra Garnayak
ଅଦ୍ୟତନ ହୋଇଛି
Sonam Malick

Sonam Malick

ଏସୀୟ କ୍ରୀଡ଼ାରେ କୁସ୍ତିର ମହିଳା ୬୨ କେଜି ଫ୍ରୀଷ୍ଟାଇଲ ବର୍ଗରେ ସେମି ଫାଇନାଲରେ ହାରି ଯାଇଥିବା ସୋନମ ମଲ୍ଲିକ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେମି ଫାଇନାଲରେ ହାରିବା ପରେ ସେ ବ୍ରୋଞ୍ଜ ପଦକ ପାଇଁ ଚୀନର ଜିଆ ଲଙ୍ଗଙ୍କ ସହିତ ଲଢ଼ିଥିଲେ। ଆଉ ଏଥିରେ ସେ ୬-୪ରେ ବିଜୟୀ ହୋଇ ବ୍ରୋଞ୍ଜ ପଦକ ଜିତିଛନ୍ତି।

Advertisment

ସେହିଭଳି ତୀରନ୍ଦାଜୀରେ ଭାରତକୁ ମିଳିଛି ଆଉ ଏକ ପଦକ। ପୁରୁଷ ରିକର୍ଭ ଟିମ୍ ଇଭେଣ୍ଟରେ ଭାରତକୁ ମିଳିଛି ଏହି ପଦକ। ଏହି ଇଭେଣ୍ଟର ଫାଇନାଲରେ ଅତନୁ, ଧୀରଜ ଓ ତୁଷାରଙ୍କୁ ନେଇ ଗଠିତ ଟିମ୍ ଶକ୍ତିଶାଳୀ ଦକ୍ଷିଣ କୋରିଆ ଠାରୁ ୧-୫ରେ ହାରିଯାଇଥିଲା। ଫଳରେ ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଲା।

ସେପକ ଟକରାରେ ଭାରତୀୟ ମହିଳା ଟିମ୍‌କୁ ଐତିହାସିକ ବ୍ରୋଞ୍ଜ ପଦକ ମିଳିଛି। ସେମି ଫାଇନାଲରେ ଦଳ ଥାଇଲ୍ୟାଣ୍ଡଠାରୁ ପରାସ୍ତ ହୋଇଯିବାରୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

Advertisment

ଭାରତର ପଦକ ସଂଖ୍ୟା ୯୧କୁ ବୃଦ୍ଧି ପାଇଛି। ତା’ ମଧ୍ୟରେ ୨୧ଟି ସ୍ୱର୍ଣ୍ଣ ପଦକ, ୩୩ଟି ରୌପ୍ୟ ଓ ୩୭ଟି ବ୍ରୋଞ୍ଜ ପଦକ ରହିଛି। 

Asian Games Asian Games 2023 19th Asian Games