ଜର୍ମାନୀଠାରୁ ହାରିଲା ଭାରତୀୟ ମହିଳା ହକି ଦଳ

କେପଟାଉନ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ଜମାର୍ନୀ ଠାରୁ ୦-୩ ଗୋଲରେ ଶନିବାର ପରାଜିତ ହୋଇଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଉଭୟ ଦଳ ସ୍ୱତନ୍ତ୍ର ରଣନୀତି ନେଇ ପଡିଆକୁ ଓହ୍ଲେଇ ଥିଲେ ମଧ୍ୟ ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲେ। ଭାରତ ପ୍ରଥମରୁ ଆକ୍ରମଣାତ୍ମକ ଭାବେ ଖେଳ ଆରମ୍ଭ କରିଥିଲା। ଦଳ ପକ୍ଷରୁ ମିଡ୍‌ଫିଲ୍ଡରେ ଏକ ଗୋଲକୁ ସ୍କୋରରେ ରୂପାନ୍ତର କରିବାକୁ ପ୍ରାୟାସ କରାଯାଇଥିଲେ ମଧ୍ୟ ସଫଳତା ମିଳି ନ ଥିଲା। ଦଳ […]

India

Rakesh Mallick
  • Published: Sunday, 28 February 2016
  • , Updated: 28 February 2016, 11:37 AM IST

କେପଟାଉନ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ଜମାର୍ନୀ ଠାରୁ ୦-୩ ଗୋଲରେ ଶନିବାର ପରାଜିତ ହୋଇଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଉଭୟ ଦଳ ସ୍ୱତନ୍ତ୍ର ରଣନୀତି ନେଇ ପଡିଆକୁ ଓହ୍ଲେଇ ଥିଲେ ମଧ୍ୟ ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲେ। ଭାରତ ପ୍ରଥମରୁ ଆକ୍ରମଣାତ୍ମକ ଭାବେ ଖେଳ ଆରମ୍ଭ କରିଥିଲା। ଦଳ ପକ୍ଷରୁ ମିଡ୍‌ଫିଲ୍ଡରେ ଏକ ଗୋଲକୁ ସ୍କୋରରେ ରୂପାନ୍ତର କରିବାକୁ ପ୍ରାୟାସ କରାଯାଇଥିଲେ ମଧ୍ୟ ସଫଳତା ମିଳି ନ ଥିଲା। ଦଳ ଏକ ପେନାଲ୍ଟି କର୍ଣ୍ଣରକୁ ମଧ୍ୟ ଗୋଲରେ ରୂପାନ୍ତର କରିବାର ସୁଯୋଗକୁ ହାତଛଡା କରିଥିଲା। ଜାର୍ମାନୀ ଦଳର ଉନ୍ନତ ବୁଝାମଣା ଯୋଗୁଁ ଭାରତୀୟ ଖେଳାଳି ଗୋଲ କରିବାରେ ବିଫଳ ହୋଇଥିଲେ।

ଦ୍ୱିତୀୟାର୍ଦ୍ଧରୁ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିବା ଜର୍ମାନୀ ଶେଷ ଆଡକୁ ସଫଳତା ପାଇଥିଲା। ଦଳ ପକ୍ଷରୁ ଲାଡଡିଆ ହାସେ, ପିଆ ସୋଫି ଏବଂ ଜୁଲିଆ ମୁଲ୍ଲର ଗୋଟିଏ ଲେଖାଏଁ ଫିଲ୍ଡ ଗୋଲ ଦେଇ ଦଳକୁ ୩-୦ରେ ଜିତାଇ ଥିଲେ।

ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତର ଏହା ପ୍ରଥମ ପରାଜୟ। ଏହା ପୂର୍ବରୁ ଦଳ ଲଗାତର ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଥିଲା।

Related story