ଶ୍ରୀଲଙ୍କା ବିପକ୍ଷ ସିରିଜ ପୋଛିଲେ ଭାରତୀୟ ମହିଳା ଦଳ

ରାଞ୍ଚି: ଶ୍ରୀଲଙ୍କା ମହିଳା ଟିମ୍‌ ବିପକ୍ଷ ଟ୍ରାଇ ସିରିଜ୍‌କୁ ଶୁକ୍ରବାର ୩-୦ରେ ପୋଛି ନେଇଛି ଭାରତ ମହିଳା କ୍ରିକେଟ ଟିମ୍ । ଆଜି ରାଞ୍ଚିର ଜେଏସସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ କମ୍ପ୍ଲେସରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ଶ୍ରୀଲଙ୍କାକୁ ୯ ୱିକେଟରେ ପରାସ୍ତ କରି ଏହି ଗୌରବ ହାସଲ କରିଛି। ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ମାତ୍ର ୮୯ ରନ ସଂଗ୍ରହ କରିଥିଲା। ଦଳ ପ୍ରାରମ୍ଭିକ ବ୍ୟାଟିଂ […]

indian-women-team won

Rakesh Mallick
  • Published: Friday, 26 February 2016
  • , Updated: 26 February 2016, 01:32 PM IST

ରାଞ୍ଚି: ଶ୍ରୀଲଙ୍କା ମହିଳା ଟିମ୍‌ ବିପକ୍ଷ ଟ୍ରାଇ ସିରିଜ୍‌କୁ ଶୁକ୍ରବାର ୩-୦ରେ ପୋଛି ନେଇଛି ଭାରତ ମହିଳା କ୍ରିକେଟ ଟିମ୍ । ଆଜି ରାଞ୍ଚିର ଜେଏସସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ କମ୍ପ୍ଲେସରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ଶ୍ରୀଲଙ୍କାକୁ ୯ ୱିକେଟରେ ପରାସ୍ତ କରି ଏହି ଗୌରବ ହାସଲ କରିଛି। ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ମାତ୍ର ୮୯ ରନ ସଂଗ୍ରହ କରିଥିଲା। ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳପକ୍ଷରୁ ସି. ଆଟ୍ଟାପେଟ୍ଟୁ ୨୯ ବଲରୁ ୨୧ରନ, ନିପୁନୀ ହଂସିକା ୨୮ ବଲରୁ ୧୩, ଏ କାଞ୍ଚାନା ୧୩ ବଲରୁ ୧୭ ଓ ଇଶାନୀ ଲୋକୁସୁରାଙ୍ଗେ ଅପରାଜିତ ୨୨ବଲରୁ ୨୫ ରନ କରିଥିଲେ। ଦଳପକ୍ଷରୁ ୬ଜଣ ଖେଳାଳି ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଭାରତ ପକ୍ଷରୁ ଏକତା ବିଷ୍ଟ ୩ଟି, ଏଏ ପାଟିଲ ୨ଟି, ଦିପ୍ତି ଓ ରାଜାଶ୍ୱରୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

୯୦ରନକୁ ପିଛା କରି ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ଦଳମାତ୍ର ୧୩.୫ ଓଭରରେ ଗୋଟିଏ ୱିକେଟ ହରାଇ ଟାର୍ଗେଟ ହାସଲ କରିନେଇଥିଲା। ଦଳପକ୍ଷରୁ ବିନିତା ଭିଆର ୨୫ବଲରୁ ୩୪ ରନ ଓ ଏସଏସ ମାନ୍ଧାନା ଅପରାଜିତ ୪୩ ବଲରୁ ୪୩ ଓ ବେଦ କ୍ରୀଷ୍ଣାମୂର୍ତ୍ତି ୧୩ବଲରୁ ୧୬ ରନ କରି ଭାରତକୁ ବିଜୟୀ କରାଯାଇଥିଲେ।

ଭାରତ ପ୍ରଥମ ମ୍ୟାଚରେ ୩୪ ରନ ଓ ଦ୍ୱିତୀୟ ମ୍ୟାଚ ୫ ୱିକେଟରେ ଶ୍ରୀଲଙ୍କାକୁ ପରାଜିତ କରିଥିଲା।

Related story