ଏସିଆ କପ୍ ଟି-୨୦:ଶ୍ରୀଲଙ୍କାକୁ ୫ ୱିକେଟରେ ହରାଇ ଫାଇନାଲରେ ଭାରତ

ମୀରପୁର: ଏସିଆ କପ୍‌ ଟି-୨୦ରେ ଶେର-ଏ-ବାଂଲା ଷ୍ଟାଡିୟମରେ ଲାଗାତାର ଭାବେ ତୃତୀୟ ମ୍ୟାଚ୍‌ ଜିତିଛି ଭାରତ। ଆଜି ଶ୍ରୀଲଙ୍କାକୁ ୫ ୱିକେଟରେ ହରାଇ ଦଳ ଫାଇନାଲକୁ ଯାଇଛି। ପୂର୍ବରୁ ବାଂଲାଦେଶକୁ ୪୬ ରନରେ ଓ ପାକିସ୍ଥାନକୁ ୫ ୱିକେଟରେ ହରାଇଥିଲା ଦଳ। ଆଜି ଶ୍ରୀଲଙ୍କା ଭାରତ ଆଗରେ ୧୩୯ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାକୁ ପିଛାକରି ୧୯.୨ ଓଭରରେ ଭାରତ ୫ ୱିକେଟ ହରାଇ ୧୪୨ ରନ ସଂଗ୍ରହ କରି ନେଇଥିଲା। ଦଳ ପକ୍ଷରୁ ବିରାଟ କୋହଲିଙ୍କ […]

bl27_virat_kohli_2754372f

Rakesh Mallick
  • Published: Tuesday, 01 March 2016
  • , Updated: 01 March 2016, 05:48 PM IST

ମୀରପୁର: ଏସିଆ କପ୍‌ ଟି-୨୦ରେ ଶେର-ଏ-ବାଂଲା ଷ୍ଟାଡିୟମରେ ଲାଗାତାର ଭାବେ ତୃତୀୟ ମ୍ୟାଚ୍‌ ଜିତିଛି ଭାରତ। ଆଜି ଶ୍ରୀଲଙ୍କାକୁ ୫ ୱିକେଟରେ ହରାଇ ଦଳ ଫାଇନାଲକୁ ଯାଇଛି। ପୂର୍ବରୁ ବାଂଲାଦେଶକୁ ୪୬ ରନରେ ଓ ପାକିସ୍ଥାନକୁ ୫ ୱିକେଟରେ ହରାଇଥିଲା ଦଳ।

ଆଜି ଶ୍ରୀଲଙ୍କା ଭାରତ ଆଗରେ ୧୩୯ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାକୁ ପିଛାକରି ୧୯.୨ ଓଭରରେ ଭାରତ ୫ ୱିକେଟ ହରାଇ ୧୪୨ ରନ ସଂଗ୍ରହ କରି ନେଇଥିଲା। ଦଳ ପକ୍ଷରୁ ବିରାଟ କୋହଲିଙ୍କ ଅପରାଜିତ ୫୬(୪୭) ରନ, ଯୁବରାଜ ସିଂହ ୩୫ (୧୮), ସୁରେଶ ରାଇନା ୨୫(୨୬) ଓ ରୋହିତ ଶର୍ମା ୧୫ (୧୪) ରନ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ନୁଆନ୍ କୁଲଶେଖରା ୨ଟି, ତିଷିରା ପେରେରା, ହେରାଥ୍‌ ଓ ଶାନାକା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଭାରତଠାରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା ଶ୍ରୀଲଙ୍କା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ଭାରତ ଆଗରେ ୧୩୮ ରନର କରିଥିଲେ। ଦଳ ପକ୍ଷରୁ ଚାମେରା କାପୁଗେଡେରା ୩୦ (୩୨) ରନ, ମିଲିଣ୍ଡା ଶିରିୱାର୍ଦ୍ଦେନ ୨୨(୧୭), ତିଷିରା ପେରେରା ୧୮(୭) ରନ କରିଥିଲେ। ଭାରତ ପକ୍ଷରୁ  ଆର.ଅଶ୍ୱିନ୍, ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରିତ ବୁମରା ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ନେହେରା ଗୋଟିଏ ୱିକେଟ ନେଇଥିଲେ।

ବିରାଟ କୋହଲିଙ୍କୁ ‘ମ୍ୟାନ୍‌ ଅଫ୍ ଦି ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଛି।

ମାର୍ଚ୍ଚ ୩ ତାରିଖରେ ୟୁଏଇକୁ ଭେଟିବ ଭାରତ।

Related story