Advertisment

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମ୍‌

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତ ୩୮ଟି ପଦକ ଜିତି ସାରିଲାଣି।

ଅଦ୍ୟତନ ହୋଇଛି
Badminton Team

Badminton Team

Advertisment

ଚଳିତ ଏସୀୟ କ୍ରୀଡ଼ରେ ଇତିହାସ ରଚିଛି ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ। ଏସୀୟ କ୍ରୀଡ଼ା ଇତିହାସରେ ପ୍ରଥମ ଥର ପାଇଁ ବ୍ୟାଡମିଣ୍ଟନର ପୁରୁଷ ଟିମ୍ ଇଭେଣ୍ଟରେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି।

Advertisment

ଆଜି କୋରିଆ ଭଳି ଶକ୍ତିଶାଳୀ ଟିମ୍‌କୁ ୩-୨ରେ ପରାସ୍ତ କରି ଭାରତ ଏହି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଦଳ ଆସନ୍ତାକାଲି ଫାଇନାଲରେ ଚୀନକୁ ଭେଟିବ।

ଭାରତକୁ ଫାଇନାଲରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ କିଦାମ୍ବି ଶ୍ରୀକାନ୍ତ। ସେମି ଫାଇନାଲରେ ଭାରତ ଦ୍ୱିତୀୟ ପୁରୁଷ ଡବଲ୍ସ ମ୍ୟାଚ୍‌ରେ ହାରିଯିବା ପରେ ୨-୨ରେ ପ୍ରତିଯୋଗିତା ଟାଇ ରହିଥିଲା। ଏହା ପରେ ସବୁ କିଛି ନିର୍ଭର କରୁଥିଲା ଶ୍ରୀକାନ୍ତଙ୍କ ଉପରେ। ସେ ଭେଟିଥିଲେ ବିଶ୍ୱର ୧୬୩ ନମ୍ବର ମାନ୍ୟତାପ୍ରାପ୍ତ ଚୋ ଜିଓନୀଓପଙ୍କୁ।

Advertisment

ବିଶ୍ୱର ୨୧ ନମ୍ବର ମାନ୍ୟତାପ୍ରାପ୍ତ ଶ୍ରୀକାନ୍ତଙ୍କ ପାଇଁ ଏହା ସହଜ ହେବ ବୋଲି ମନେ ହେଉଥିଲା। କିନ୍ତୁ ପ୍ରଥମରୁ ଚୋ ଦେଇଥିଲେ ବଡ଼ ଧକ୍କା। ପ୍ରଥମ ଗେମ୍ ହାରିଯାଇଥିଲେ ଶ୍ରୀକାନ୍ତ। ଚୋ ତାଙ୍କୁ ୨୧-୧୨ରେ ପରାସ୍ତ କରିଥିଲେ। ତେବେ ଶ୍ରୀକାନ୍ତ ଲୟକୁ ଫେରିଥିଲେ ଓ ପରବର୍ତ୍ତୀ ଦୁଇଟି ଗେମ୍‌କୁ ୨୧-୧୬ ଓ ୨୧-୧୪ରେ ଜିତି ଥିଲେ।

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତ ୩୮ଟି ପଦକ ଜିତି ସାରିଲାଣି। ତା’ମଧ୍ୟରେ ୧୦ଟି ସ୍ୱର୍ଣ୍ଣ ପଦକ ରହିଥିବା ବେଳେ ୧୪ଟି ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ପଦକ ରହିଛି।

Asian Games 2023 Kidambi Srikkanth Badminton Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe