୨୦୦ରୁ ଅଧିକ ରନ୍ ପିଛା କରିବାରେ ଭାରତର ବିଶ୍ୱ ରେକର୍ଡ

ଅକଲ୍ୟାଣ୍ଡ୍‌: ଭାରତୀୟ କ୍ରିକେଟ୍ ଟିମ୍ ଶୁକ୍ରବାର ଅକଲ୍ୟାଣ୍ଡରେ ଅନୁଷ୍ଠିତ ପ୍ରଥମ ଟି-୨୦ରେ ୨୦୦ରୁ ଅଧିକ ରନକୁ ଚେଜ୍ କରି ନୂଆ ରେକର୍ଡ ସ୍ଥାପନ କରିଛି। ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଭାରତ ଏକମାତ୍ର ଦଳ ଭାବେ ସର୍ବାଧିକ ଚାରିଥର ୨୦୦ରୁ ଅଧିକ ରନର ପିଛା କରିଛି। ଭାରତ ପରେ ଅଷ୍ଟ୍ରେଲିଆ ଦୁଇଥର ୨୦୦ରୁ ଅଧିକ ରନର ଚେଜ୍ କରି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ୍‌, ୱେଷ୍ଟଇଣ୍ଡିଜ୍‌, ଇଂଲଣ୍ଡ ଏବଂ କତାର ଟିମ୍ ଥରେ ଲେଖାଏ […]

india

Ranjit Kumar Jena
  • Published: Friday, 24 January 2020
  • , Updated: 24 January 2020, 06:43 PM IST

ଅକଲ୍ୟାଣ୍ଡ୍‌: ଭାରତୀୟ କ୍ରିକେଟ୍ ଟିମ୍ ଶୁକ୍ରବାର ଅକଲ୍ୟାଣ୍ଡରେ ଅନୁଷ୍ଠିତ ପ୍ରଥମ ଟି-୨୦ରେ ୨୦୦ରୁ ଅଧିକ ରନକୁ ଚେଜ୍ କରି ନୂଆ ରେକର୍ଡ ସ୍ଥାପନ କରିଛି। ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଭାରତ ଏକମାତ୍ର ଦଳ ଭାବେ ସର୍ବାଧିକ ଚାରିଥର ୨୦୦ରୁ ଅଧିକ ରନର ପିଛା କରିଛି।

ଭାରତ ପରେ ଅଷ୍ଟ୍ରେଲିଆ ଦୁଇଥର ୨୦୦ରୁ ଅଧିକ ରନର ଚେଜ୍ କରି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ୍‌, ୱେଷ୍ଟଇଣ୍ଡିଜ୍‌, ଇଂଲଣ୍ଡ ଏବଂ କତାର ଟିମ୍ ଥରେ ଲେଖାଏ ଏହି କାରନାମା କରିଛନ୍ତି। ପ୍ରଥମ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡ୍ ଦ୍ୱାରା ଧାର୍ଯ୍ୟ ୨୦୪ ରନର ଟାର୍ଗେଟକୁ ଭାରତ ୬ ବଲ୍ ବାକି ଥାଇ ୪ ୱିକେଟ୍ ହାସଲ କରିନେଇଥିଲା, ଯାହାକି ଟି-୨୦ରେ ଭାରତର ଏହା ତୃତୀୟ ସବୁଠାରୁ ବଡ଼ ରନ୍ ଚେଜ୍।

ଏହା ପୂର୍ବରୁ ଭାରତ ୨୦୧୯, ଡିସେମ୍ବର ୬ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୦୮ ରନର ଲକ୍ଷ୍ୟର ପିଛା କରି ବିଜୟୀ ହୋଇଥିଲା। ୨୦୦୯ରେ ଭାରତ ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ୨୦୭ ରନର ଲକ୍ଷ୍ୟକୁ ସଫଳତାର ସହ ପିଛା କରିଥିଲା ଏବଂ ଏହା ପରେ ୨୦୧୩ରେ ଭାରତ ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୨ ରନର ଲକ୍ଷ୍ୟକୁ ପିଛା କରି ବିଜୟ ହାସଲ କରିଥିଲା।

Related story