ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଆଇଓସି ମୁଖ୍ୟ

ଲୌସାନେ: କୋଭିଡ୍‌-୧୯ ମହାମାରୀ ଯୋଗୁ ଚଳିତ ବର୍ଷ ଜୁଲାଇ ମାସରେ ହେବାକୁଥିବା ଟୋକିଓ ଅଲିମ୍ପିକ୍ସକୁ ବର୍ଷକ ପାଇଁ ଘୁଞ୍ଚାଇ ଦିଆଯାଇଛି। ଆଇଓସିର ଏହି ନିଷ୍ପତ୍ତିକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମର୍ଥନ କରିଥିଲେ। ମୋଦିଙ୍କ ଏହି ସମର୍ଥନ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ମୁଖ୍ୟ ଥୋମାସ ବାକ୍ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କରୋନାଭାଇରସ୍ ଯୋଗୁ ଅଲିମ୍ପିକ୍ସ କ୍ରୀଡ଼ା ୨୦୨୧ରେ ଆୟୋଜିତ ହେବ। ଏପ୍ରିଲ୍ ୧ ତାରିଖରେ ମୋଦିଙ୍କୁ ପଠାଇଥିବା ପତ୍ରରେ ବାକ୍ ଲେଖିଛନ୍ତି, ନିକଟରେ ଜି-୨୦ […]

modi

Ranjit Kumar Jena
  • Published: Thursday, 02 April 2020
  • , Updated: 02 April 2020, 09:09 PM IST

ଲୌସାନେ: କୋଭିଡ୍‌-୧୯ ମହାମାରୀ ଯୋଗୁ ଚଳିତ ବର୍ଷ ଜୁଲାଇ ମାସରେ ହେବାକୁଥିବା ଟୋକିଓ ଅଲିମ୍ପିକ୍ସକୁ ବର୍ଷକ ପାଇଁ ଘୁଞ୍ଚାଇ ଦିଆଯାଇଛି। ଆଇଓସିର ଏହି ନିଷ୍ପତ୍ତିକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମର୍ଥନ କରିଥିଲେ। ମୋଦିଙ୍କ ଏହି ସମର୍ଥନ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ମୁଖ୍ୟ ଥୋମାସ ବାକ୍ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କରୋନାଭାଇରସ୍ ଯୋଗୁ ଅଲିମ୍ପିକ୍ସ କ୍ରୀଡ଼ା ୨୦୨୧ରେ ଆୟୋଜିତ ହେବ।

ଏପ୍ରିଲ୍ ୧ ତାରିଖରେ ମୋଦିଙ୍କୁ ପଠାଇଥିବା ପତ୍ରରେ ବାକ୍ ଲେଖିଛନ୍ତି, ନିକଟରେ ଜି-୨୦ ନେତାଙ୍କ ସମ୍ମିଳନୀରେ ଟୋକିଓ ଅଲିମ୍ପିକ୍ସର ସମର୍ଥନ କରିଥିବାରୁ ମୁଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ କୃତଜ୍ଞ। କୋଭିଡ୍‌-୧୯ ମହାମାରୀ ଯୋଗୁ ଏହି ସମ୍ମିଳନୀ ଭିଡିଓ କନଫରେନ୍ସି ଜରିଆରେ ହୋଇଥିଲା। ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ମଧ୍ୟରେ ହେବାର ଥିଲା, କିନ୍ତୁ ଏବେ ଏହି କ୍ରୀଡ଼ା ଆସନ୍ତାବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

ସୂଚନାଯୋଗ୍ୟ, ଆଇଓସି ଓ ଜାପାନ ସରକାର ଏହି କ୍ରୀଡ଼ାକୁ ନିର୍ଦ୍ଧାରିତ ସମୟରେ ଆୟୋଜନ କରିବା ନେଇ ବାରମ୍ବାର କହିଆସୁଥିଲେ। ଏପରିକି କ୍ୟାନାଡା ଓ ଅଷ୍ଟ୍ରେଲିଆ ତା'ର ଆଥଲେଟ୍ସଙ୍କୁ ଟୋକିଓ ପଠାଇବାକୁ ସିଧାସଳଖ ମନା କରିଦେଇଥିଲା। ଏହାଛଡ଼ା ବିଭିନ୍ନ ଦେଶଗୁଡ଼ିକ ମଧ୍ୟ ଅଲିମ୍ପିକ୍ସକୁ ସ୍ଥଗିତ କରିବା ନେଇ ଦାବି କରିଆସୁଥିଲେ।

ଚାରିଆଡ଼ୁ ଚାପ ବଢ଼ୁଥିବାର ଦେଖି ଆସି ଆଇଓସି ଓ ଜାପାନ ସରକାର ଶେଷରେ ନିଷ୍ପତ୍ତିକୁ ବଦଳାଇବାକୁ ବାଧ୍ୟ ହୋଇଥିଲେ। ଦେଖିବାକୁ ଗଲେ ୧୨୪ ବର୍ଷର ଇତିହାସରେ କେବେବି ଅଲିମ୍ପିକ୍ସ ଗେମ୍ସକୁ ସ୍ଥଗିତ କରାଯାଇନାହିଁ। ୧୯୧୬, ୧୯୪୦, ୧୯୪୪ରେ ବିଶ୍ୱ ଯୁଦ୍ଧ କାରଣରୁ ଅଲିମ୍ପିକ୍ସ କ୍ରୀଡ଼ାକୁ ବାତିଲ୍ କରିଦିଆଯାଇଥିଲା।

Related story