୨୦୨୦ ଟୋକିଓ ପାରାଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ଜିତିବା ଝଝରିଆଙ୍କ ଲକ୍ଷ୍ୟ

­ନୂଆଦିଲ୍ଲୀ: ରିଓ ପାରାଅଲିମ୍ପିକ୍‌ର ପୁରୁଷ ଜାଭଲିନ୍‌ ଥ୍ରୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତର ଦେବେନ୍ଦ୍ର ଝଝରିଆ ୨୦୨୦ ପାରାଅଲିମ୍ପିକ୍‌ରେ ତୃତୀୟ ଥର ପାଇଁ ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟରେ ରହିଛନ୍ତି। ସେ ଏବେ ଖେଳ ବନ୍ଦ କରିବା ସପକ୍ଷରେ ନାହାନ୍ତି। ୩୫ବର୍ଷୀୟ ଝଝରିଆଙ୍କର ବାମହାତ ବିଦ୍ୟୁତ୍‌ ଆଘାତରେ ନଷ୍ଟ ହୋଇଯାଇଛି। ସେ ୨୦୦୪ ଏଥେନ୍ସ ପାରାଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ଜିତି ଭାରତକୁ ଗୌରବ ଆଣି ଦେଇଥିଲେ। ସେ କହିଛନ୍ତି,“ରିଓର ସଫଳତା ପରେ ମୁଁ ଖେଳକୁ ବନ୍ଦ କରିବି ନାହିଁ। […]

jhajharia

Rakesh Mallick
  • Published: Monday, 26 September 2016
  • , Updated: 26 September 2016, 06:18 PM IST

­ନୂଆଦିଲ୍ଲୀ: ରିଓ ପାରାଅଲିମ୍ପିକ୍‌ର ପୁରୁଷ ଜାଭଲିନ୍‌ ଥ୍ରୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତର ଦେବେନ୍ଦ୍ର ଝଝରିଆ ୨୦୨୦ ପାରାଅଲିମ୍ପିକ୍‌ରେ ତୃତୀୟ ଥର ପାଇଁ ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟରେ ରହିଛନ୍ତି। ସେ ଏବେ ଖେଳ ବନ୍ଦ କରିବା ସପକ୍ଷରେ ନାହାନ୍ତି।

୩୫ବର୍ଷୀୟ ଝଝରିଆଙ୍କର ବାମହାତ ବିଦ୍ୟୁତ୍‌ ଆଘାତରେ ନଷ୍ଟ ହୋଇଯାଇଛି। ସେ ୨୦୦୪ ଏଥେନ୍ସ ପାରାଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ଜିତି ଭାରତକୁ ଗୌରବ ଆଣି ଦେଇଥିଲେ।

ସେ କହିଛନ୍ତି,“ରିଓର ସଫଳତା ପରେ ମୁଁ ଖେଳକୁ ବନ୍ଦ କରିବି ନାହିଁ। ମୋ ପାଖରେ ଭରପୁର ଶକ୍ତି ଅଛି, ଆଉ ମୁଁ ନିଶ୍ଚିତ ଟୋକିଓ ପାରା ଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ଜିତିବି। ମୋର ମୋ ଉପରେ ବିଶ୍ୱାସ ଅଛି ଓ ଏବେ ବି ଲଗାତାର ଭାବେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ୨ ଘଣ୍ଟା ଲେଖାଏଁ ଅଭ୍ୟାସ ଜାରି ରଖିଛି।”

Related story