ଝାଡଖଣ୍ଡରେ ହେବ ବ୍ୟାଡ୍‌ମିଣ୍ଟନ ଏକାଡେମୀ

ଜାମସେଦପୁର: ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ଝାଡଖଣ୍ଡରେ ଏକ ବ୍ୟାଡ୍‌ମିଣ୍ଟନ ଏକାଡେମୀ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରାଯାଇଛି। ଏହି ଏକାଡେମୀରେ ଖେଳାଳିମାନେ ଉନ୍ନତ ସୁବିଧା ସୁଯୋଗ ପାଇବେ। ଆଜି ଏହି ଘୋଷଣା କରିଛି ଝାଡଖଣ୍ଡ ବ୍ୟାଡ୍‌ମିଣ୍ଟନ ଆସୋସିଏସନ(ଜେବିଏ)। ଆସନ୍ତା ମାସରୁ ଏହି ଏକାଡେମୀ ଖୋଲିବ ବୋଲି ଜେବିଏର ସଚିବ କେ. ପ୍ରଭାକର ରାଓ ସୂଚନା ଦେଇଛନ୍ତି। ରିଓ ଅଲିମ୍ପିକ୍‌ ପାଇଁ ଭାରତୀୟ ବ୍ୟାଡ୍‌ମିଣ୍ଟନ ୫ ଜଣିଆ କୋଚ ଦଳ(ଦଳରେ ପି.ଗୋପିଚାନ୍ଦ ମୁଖ୍ୟ କୋଚ୍‌ ଥିଲେ)ରେ […]

badminton-representational-image-new-crop

Rakesh Mallick
  • Published: Monday, 29 August 2016
  • , Updated: 29 August 2016, 08:27 PM IST

ଜାମସେଦପୁର: ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ଝାଡଖଣ୍ଡରେ ଏକ ବ୍ୟାଡ୍‌ମିଣ୍ଟନ ଏକାଡେମୀ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରାଯାଇଛି। ଏହି ଏକାଡେମୀରେ ଖେଳାଳିମାନେ ଉନ୍ନତ ସୁବିଧା ସୁଯୋଗ ପାଇବେ। ଆଜି ଏହି ଘୋଷଣା କରିଛି ଝାଡଖଣ୍ଡ ବ୍ୟାଡ୍‌ମିଣ୍ଟନ ଆସୋସିଏସନ(ଜେବିଏ)।

ଆସନ୍ତା ମାସରୁ ଏହି ଏକାଡେମୀ ଖୋଲିବ ବୋଲି ଜେବିଏର ସଚିବ କେ. ପ୍ରଭାକର ରାଓ ସୂଚନା ଦେଇଛନ୍ତି।

ରିଓ ଅଲିମ୍ପିକ୍‌ ପାଇଁ ଭାରତୀୟ ବ୍ୟାଡ୍‌ମିଣ୍ଟନ ୫ ଜଣିଆ କୋଚ ଦଳ(ଦଳରେ ପି.ଗୋପିଚାନ୍ଦ ମୁଖ୍ୟ କୋଚ୍‌ ଥିଲେ)ରେ ସାମିଲ ଥିବା ସଚୀନ କୁମାର ରାଣା ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବେ। ଆସନ୍ତା ଦିନରେ ଝାଡଖଣ୍ଡ ଜାତୀୟ ସ୍ତରରେ ବ୍ୟାଡ୍‌ମିଣ୍ଟନ ’କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବ ବୋଲି ସରକାର ଆଶା ପୋଷଣ କରିଛନ୍ତି।

Related story