ଟି-୨୦କୁ ବାଏ ବାଏ କହିଲେ ଝୁଲନ ଗୋସ୍ୱାମୀ

ନୂଆଦିଲ୍ଲୀ: ଟି-୨୦ କ୍ରିକେଟ ବିଶ୍ଵକପକୁ ଆଉ ମାତ୍ର ୩ ମାସ ଥିବା ବେଳେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌କୁ ଲାଗିଛି ଜବରଦସ୍ତ ଝଟ୍‌କା। ଟିମ୍‌ର ସବୁଠାରୁ ବରିଷ୍ଠ ତଥା ସ୍ପିଡ୍‌ ଷ୍ଟାର ଝୁଲନ ଗୋସ୍ୱାମୀ ଆଜି ଟି଼-୨୦ କ୍ରିକେଟ୍‌କୁ ବାଏବାଏ କହିଛନ୍ତି। ଝୁଲନ ଆଜି ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଥିବାରୁ ସେ ୱେଷ୍ଟଇଣ୍ଡିଜ୍‌ରେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ଖେଳିବେ ନାହିଁ। ଫଳରେ ଭାରତୀୟ ମହିଳା ଟିମ୍‌ ଝୁଲନଙ୍କ ଅନୁପସ୍ଥିତିକୁ ବେଶ ଅନୁଭବ କରିବ ବୋଲି କୁହାଯାଉଛି। ତେବେ ଟି-୨୦ରୁ […]

Jhulan-Goswami1

Hemant Lenka
  • Published: Thursday, 23 August 2018
  • , Updated: 23 August 2018, 01:34 PM IST

ନୂଆଦିଲ୍ଲୀ: ଟି-୨୦ କ୍ରିକେଟ ବିଶ୍ଵକପକୁ ଆଉ ମାତ୍ର ୩ ମାସ ଥିବା ବେଳେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌କୁ ଲାଗିଛି ଜବରଦସ୍ତ ଝଟ୍‌କା। ଟିମ୍‌ର ସବୁଠାରୁ ବରିଷ୍ଠ ତଥା ସ୍ପିଡ୍‌ ଷ୍ଟାର ଝୁଲନ ଗୋସ୍ୱାମୀ ଆଜି ଟି଼-୨୦ କ୍ରିକେଟ୍‌କୁ ବାଏବାଏ କହିଛନ୍ତି।

ଝୁଲନ ଆଜି ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଥିବାରୁ ସେ ୱେଷ୍ଟଇଣ୍ଡିଜ୍‌ରେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ଖେଳିବେ ନାହିଁ। ଫଳରେ ଭାରତୀୟ ମହିଳା ଟିମ୍‌ ଝୁଲନଙ୍କ ଅନୁପସ୍ଥିତିକୁ ବେଶ ଅନୁଭବ କରିବ ବୋଲି କୁହାଯାଉଛି।

ତେବେ ଟି-୨୦ରୁ ଅବସର ନେଇଥିବା ୩୫ ବର୍ଷୀୟ ଝୁଲନ କେବଳ ଦିନିକିଆ ମ୍ୟାଚ୍‌ ଖେଳିବେ ବୋଲି କହିଛନ୍ତି।

ଭାରତ ପକ୍ଷରୁ ଝୁଲନ ୬୮  ଟି-୨୦ ମ୍ୟାଚ୍‌ ଖେଳି ୫୬ଟି ୱିକେଟ୍‌ ନେଇଛନ୍ତି। ଝୁଲନଙ୍କ ନାଁରେ  ଦିନିକିଆରେ ସର୍ବାଧିକ ୱିକେଟ୍‌ ଦଖଲ କରିବାର ରେକର୍ଡ ଆଜି ବି ବଳବତ୍ତର ରହିଛି। ସେ ୧୬୯ଟି ମ୍ୟାଚ୍‌ରେ ୨୦୦ଟି ୱିକେଟ ଦଖଲ କରିଛନ୍ତି।

Related story