ଯୋଗେଶ୍ୱରଙ୍କ କାଂସ୍ୟ ପଦକ ହେବ ରୌପ୍ୟ!

ନୂଆଦିଲ୍ଲୀ: ରେସଲର୍‌ ଯୋଗେଶ୍ୱର ଦତ୍ତ ୨୦୧୨ ଲଣ୍ଡନ ଅଲିମ୍ପିକ୍‌ରେ ଜିତିଥିବା  କାଂସ୍ୟ ପଦକ ରୌପ୍ୟ ହୋଇପାରେ। ଲଣ୍ଡନ ଅଲିମ୍ପିକ୍‌ରେ ଯୋଗେଶ୍ୱର ୬୦ କିଲୋଗ୍ରାମ୍‌ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ଏହି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନରେ ରହି ଋଷର ବେସିକ ଖୁଦିକୋଭ ରୌପ୍ୟ ଜିତିଥିଲେ । ୱାର୍ଲଡ୍‌ ଆଣ୍ଟି ଡୋପିଂ ଟେଷ୍ଟରେ ଖୁଦିକୋଭ ଫେଲ୍‌ ହୋଇଥିବାରୁ ତାଙ୍କଠାରୁ ରୌପ୍ୟ ପଦକ ପ୍ରତ୍ୟାହାର କରାଯିବା ନେଇ ଋଷୀୟ ଖବର ସରବରାହ ସଂସ୍ଥା ପକ୍ଷରୁ ସୂଚନା ମିଳିଛି।  ଏନେଇ ବିଦ୍ଧିବଦ୍ଧ ଭାବେ […]

yogeshwar

Rakesh Mallick
  • Published: Tuesday, 30 August 2016
  • , Updated: 30 August 2016, 11:53 AM IST

ନୂଆଦିଲ୍ଲୀ: ରେସଲର୍‌ ଯୋଗେଶ୍ୱର ଦତ୍ତ ୨୦୧୨ ଲଣ୍ଡନ ଅଲିମ୍ପିକ୍‌ରେ ଜିତିଥିବା  କାଂସ୍ୟ ପଦକ ରୌପ୍ୟ ହୋଇପାରେ। ଲଣ୍ଡନ ଅଲିମ୍ପିକ୍‌ରେ ଯୋଗେଶ୍ୱର ୬୦ କିଲୋଗ୍ରାମ୍‌ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ଏହି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନରେ ରହି ଋଷର ବେସିକ ଖୁଦିକୋଭ ରୌପ୍ୟ ଜିତିଥିଲେ ।

ୱାର୍ଲଡ୍‌ ଆଣ୍ଟି ଡୋପିଂ ଟେଷ୍ଟରେ ଖୁଦିକୋଭ ଫେଲ୍‌ ହୋଇଥିବାରୁ ତାଙ୍କଠାରୁ ରୌପ୍ୟ ପଦକ ପ୍ରତ୍ୟାହାର କରାଯିବା ନେଇ ଋଷୀୟ ଖବର ସରବରାହ ସଂସ୍ଥା ପକ୍ଷରୁ ସୂଚନା ମିଳିଛି।  ଏନେଇ ବିଦ୍ଧିବଦ୍ଧ ଭାବେ କୌଣସି ସୂଚନା ମିଳିନାହିଁ।

Related story