ଜୁଲାଇ ୨୯ରେ ବସିବ ବିସିସିଆଇ ଉପଦେଷ୍ଟା କମିଟି ବୈଠକ

ମୁମ୍ବାଇ: ଜୁଲାଇ ୨୯ ତାରିଖରେ ବସିବ ନୂଆ କରି ଗଠିତ ବିସିସିଆଇ ଉପଦେଷ୍ଟା କମିଟିର ଦ୍ୱିତୀୟ ବୈଠକ। ପ୍ରଥମ ବୈଠକ ବସିଥିଲା ଜୁନ ୬ ତାରିଖରେ। ଦ୍ୱିତୀୟ ବୈଠକରେ ଭାରତୀୟ ଟିମର କୋଚ ନିଯୁକ୍ତି ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡିଛି। ବିସିସିଆଇ ଏବଂ ଉପଦେଷ୍ଟା କମିଟିରେ ଅଛନ୍ତି ସଚୀନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ ଲକ୍ଷ୍ମଣ। ଗାଙ୍ଗୁଲି କହିଛନ୍ତି, ଉପଦେଷ୍ଟା କମିଟିର ପ୍ରଥମ ବୈଠକ ଜୁନ ୬ ତାରିଖରେ ହୋଇଥିଲା। ଦ୍ୱିତୀୟ ବୈଠକ ଜୁଲାଇ […]

ganguly

ganguly

Rakesh Mallick
  • Published: Sunday, 05 July 2015
  • Updated: 05 July 2015, 11:56 AM IST

Sports

Latest News

ମୁମ୍ବାଇ: ଜୁଲାଇ ୨୯ ତାରିଖରେ ବସିବ ନୂଆ କରି ଗଠିତ ବିସିସିଆଇ ଉପଦେଷ୍ଟା କମିଟିର ଦ୍ୱିତୀୟ ବୈଠକ। ପ୍ରଥମ ବୈଠକ ବସିଥିଲା ଜୁନ ୬ ତାରିଖରେ। ଦ୍ୱିତୀୟ ବୈଠକରେ ଭାରତୀୟ ଟିମର କୋଚ ନିଯୁକ୍ତି ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡିଛି। ବିସିସିଆଇ ଏବଂ ଉପଦେଷ୍ଟା କମିଟିରେ ଅଛନ୍ତି ସଚୀନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ ଲକ୍ଷ୍ମଣ।

ଗାଙ୍ଗୁଲି କହିଛନ୍ତି, ଉପଦେଷ୍ଟା କମିଟିର ପ୍ରଥମ ବୈଠକ ଜୁନ ୬ ତାରିଖରେ ହୋଇଥିଲା। ଦ୍ୱିତୀୟ ବୈଠକ ଜୁଲାଇ ୨୯ରେ ହୋଇପାରେ। ତେବେ ଏହା କେଉଁଠି ବସିବ ଓ କେଉଁ ସବୁ ବିଷୟରେ ଆଲୋଚନା ହେବ ତାହା ନେଇ କିଛି ସ୍ଥିର ହୋଇନାହିଁ।

କିନ୍ତୁ ଏହି ପୂର୍ବତନ ଅଧିନାୟକ ସଂକେତ ଦେଇଛନ୍ତି ଯେ ବୈଠକରେ ଭାରତୀୟ ଟିମର କୋଚ୍ ଚୟନ ସମ୍ପର୍କରେ ଆଲୋଚନା ହେବ। ଅଷ୍ଟ୍ରେଲିଆର ଟମ୍ ମୁଡି ଭାରତୀୟ ଟିମର କୋଚ୍ ହେବା ପାଇଁ ଆବେଦନ କରିଥିବା ନେଇ ହେଉଥିବା ଆଲୋଚନା ଉପରେ ସେ କିଛି କହିବାକୁ ମନା କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos