ସିସିଟିଭିରେ କଏଦ ଜାତୀୟସ୍ତରର କବାଡି ଖେଳାଳି ସୁଖବିନ୍ଦରଙ୍କ ହତ୍ୟା

ରୋହତକ୍‌: ରୋହତକ୍‌ର ରିଥାଲ୍‌ ଗାଁରେ ଜାତୀୟସ୍ତରୀୟ କବାଡି ଖେଳାଳି ସୁଖବିନ୍ଦର ସିଂହଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବାର ଲୋମହର୍ଷକ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। ଗତକାଲି ସନ୍ଧ୍ୟାରେ ୨୪ ବର୍ଷୀୟ ସୁଖବିନ୍ଦର ଅଭ୍ୟାସ ସାରି ଫୋନ୍‌ରେ କଥା ହୋଇ ଘରକୁ ଫେରୁଥିବା ବେଳେ ସ୍କୁଟରରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ସମ୍ମୁଖରେ ଗାଡି ରଖିବା ସହ ଗୁଳି କରି ଫେରାର ହୋଇଯାଇଥିଲେ। ସିସିଟିଭିରୁ ଦୁଇ ଦୁର୍ବୃତ୍ତଙ୍କୁ ପୋଲିସ ଚିହ୍ନଟ କରିବା […]

Kabbadi player shot dead in Rohtak Advertisement

Rakesh Mallick
  • Published: Wednesday, 16 March 2016
  • , Updated: 16 March 2016, 01:54 PM IST

ରୋହତକ୍‌: ରୋହତକ୍‌ର ରିଥାଲ୍‌ ଗାଁରେ ଜାତୀୟସ୍ତରୀୟ କବାଡି ଖେଳାଳି ସୁଖବିନ୍ଦର ସିଂହଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବାର ଲୋମହର୍ଷକ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି।

ଗତକାଲି ସନ୍ଧ୍ୟାରେ ୨୪ ବର୍ଷୀୟ ସୁଖବିନ୍ଦର ଅଭ୍ୟାସ ସାରି ଫୋନ୍‌ରେ କଥା ହୋଇ ଘରକୁ ଫେରୁଥିବା ବେଳେ ସ୍କୁଟରରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ସମ୍ମୁଖରେ ଗାଡି ରଖିବା ସହ ଗୁଳି କରି ଫେରାର ହୋଇଯାଇଥିଲେ। ସିସିଟିଭିରୁ ଦୁଇ ଦୁର୍ବୃତ୍ତଙ୍କୁ ପୋଲିସ ଚିହ୍ନଟ କରିବା ସହ ଏକ ହତ୍ୟା ମାମଲା ଋଜୁ କରି ତଦନ୍ତ ଜାରି ରଖିଛି।

ଏହି ହତ୍ୟା ପରେ ସୁଖବିନ୍ଦରଙ୍କ ପରିବାରବର୍ଗ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି। ପୁଅ ସୁଖବିନ୍ଦରଙ୍କ ସହ କାହାର ପୂର୍ବରୁ ଶତ୍ରୁତା ନ ଥିଲା ବୋଲି ପରିବାରବର୍ଗ କହିଛନ୍ତି।

Related story