Advertisment

ସୁପରଷ୍ଟାର କିଏ? ସଲମାନ ଖାନ ନା ଧୋନି

ପୁଣେ: ଟିମ୍‌ ଇଣ୍ଡିଆ ଓ ଚେନ୍ନାଇ ସୁପରକିଙ୍ଗସର ମଧ୍ୟକ୍ରମ ବ୍ୟାଟସମ୍ୟାନ କେଦାର ଯାଦବ ଇନଷ୍ଟାଗ୍ରାମ ଲାଇଭରେ ଆସି ଅନେକ ବିଷୟରେ ମତ ରଖିଛନ୍ତି। ଏହି ସମୟରେ ସେ ତାଙ୍କ ଫେଭରାଇଟ ସୁପରଷ୍ଟାର କିଏ ତା’ର ଉତ୍ତର ମଧ୍ୟ ରଖିଛନ୍ତି। ଏହି ଲାଇଭ ଚାଟରେ ତାଙ୍କୁ ସଲମାନ ଖାନ ଓ ମହେନ୍ଦ୍ର ସିଂହଙ୍କ ମଧ୍ୟରେ କିଏ ତାଙ୍କର ଫେଭରାଇଟ ସୁପରଷ୍ଟାର ବୋଲି ପଚରା ଯାଇଥିଲା। ଏହାର ଜବାବରେ କେଦାର ଯାଦବ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଧୋନିଙ୍କ ନାଁ […]

ଅଦ୍ୟତନ ହୋଇଛି
ସୁପରଷ୍ଟାର କିଏ? ସଲମାନ ଖାନ ନା ଧୋନି

ba

Advertisment

ପୁଣେ: ଟିମ୍‌ ଇଣ୍ଡିଆ ଓ ଚେନ୍ନାଇ ସୁପରକିଙ୍ଗସର ମଧ୍ୟକ୍ରମ ବ୍ୟାଟସମ୍ୟାନ କେଦାର ଯାଦବ ଇନଷ୍ଟାଗ୍ରାମ ଲାଇଭରେ ଆସି ଅନେକ ବିଷୟରେ ମତ ରଖିଛନ୍ତି। ଏହି ସମୟରେ ସେ ତାଙ୍କ ଫେଭରାଇଟ ସୁପରଷ୍ଟାର କିଏ ତା’ର ଉତ୍ତର ମଧ୍ୟ ରଖିଛନ୍ତି। ଏହି ଲାଇଭ ଚାଟରେ ତାଙ୍କୁ ସଲମାନ ଖାନମହେନ୍ଦ୍ର ସିଂହଙ୍କ ମଧ୍ୟରେ କିଏ ତାଙ୍କର ଫେଭରାଇଟ ସୁପରଷ୍ଟାର ବୋଲି ପଚରା ଯାଇଥିଲା।

Advertisment

ଏହାର ଜବାବରେ କେଦାର ଯାଦବ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଧୋନିଙ୍କ ନାଁ ନେଇଛନ୍ତି। କାରଣ ଧୋନିଙ୍କ ପାଇଁ ସେ ସଲମାନଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ତେଣୁ ସଲମାନଙ୍କ ଅପେକ୍ଷା ଧୋନି ହିଁ ସୁପରଷ୍ଟାର ବୋଲି ସେ କହିଛନ୍ତି। କେଦାର କହିଛନ୍ତି, “ମୋ ପାଇଁ ଦୁଇ ଜଣ ଯାକ ସୁପରଷ୍ଟାର। ମୁଁ ଏମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କରିବି ନାହିଁ।

କାରଣ ଧୋନିଙ୍କ ପାଇଁ ମୁଁ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲି। ସେହିପରି ମାହି ଭାଇଙ୍କ ପାଇଁ ମୁଁ ସଲମାନଙ୍କୁ ଭେଟିବାର ସୁଯୋଗ ପାଇଥିଲି। ତେଣୁ ମୋ ମତରେ ସବୁବେଳେ ମାହି ଭାଇ ପ୍ରଥମେ ଓ ତା’ ପରେ ସଲମାନ ଭାଇ।” ସେ କହିଛନ୍ତି, ଧୋନି ଓ ସଲମାନଙ୍କ ମଧ୍ୟରୁ ଫେଭରାଇଟ ବାଛିବାକୁ କହିବା ଅର୍ଥ ମୋ ବାପାମା’ଙ୍କ ମଧ୍ୟରୁ କିଏ ଭଲ ସେକଥା ସହ ସମାନ।

Advertisment

ସଚିନ ତେନ୍ଦୁଲକରଙ୍କ ସହ ଡ୍ରେସିଂ ରୁମ ଶେୟାର କରିବାର ସୁଯୋଗ ମିଳି ନଥିବାରୁ କେଦାର ଯାଦବ ଅନୁତପ୍ତ ଥିବା କହିଛନ୍ତି। ସେ କହିଛନ୍ତି, ସମସ୍ତଙ୍କ ଭଳି ସଚିନ ତେନ୍ଦୁଲକରଙ୍କୁ ଦେଖି ମୁଁ କ୍ରିକେଟ ଖେଳିବା ଆରମ୍ଭ କରିଥିଲି। କିନ୍ତୁ ତାଙ୍କ ସହ ଭାରତ ପାଇଁ କ୍ରିକେଟ ଖେଳିବାକୁ ସୁଯୋଗ ପାଇ ନଥିବାରୁ ମୁଁ ଅନୁତାପ ଓ ଦୁଃଖ କରୁଛି।

Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe