ଫାଇନାଲରେ ଭୁଲ୍ କରିଥିବା ମାନିଲେ ଧର୍ମସେନା

କଲମ୍ବୋ: ଆଇସିସି କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଅମ୍ପାୟାରଙ୍କ ସେହି ଗୋଟିଏ ଭୁଲ୍ ନିଷ୍ପତ୍ତି ପୂରା ମ୍ୟାଚର ରୂପରେଖ ବଦଳାଇ ଦେଇଥିଲା। ଶେଷ ଓଭରରେ ବେନ୍ ଷ୍ଟୋକ୍ସ ୨ ରନ୍ ନେବା ପାଇଁ ଦୌଡୁଥିବା ବେଳେ ମାର୍ଟିନ୍ ଗପ୍ଟିଲଙ୍କ ଥ୍ରୋ’ ତାଙ୍କ ବ୍ୟାଟରେ ବାଜି ବାଉଣ୍ଡ୍ରୀକୁ ଚାଲିଯାଇଥିଲା। ଯାହା ପରେ ଅମ୍ପାୟାର ଏହାକୁ ମୋଟ ୬ ରନ୍ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ଭୁଲ୍ ବୋଲି ପ୍ରମାଣିତ ହୋଇଥିଲା, କାରଣ ଆଇସିସି ନିୟମ ମୁତାବକ […]

umpire

Ranjit Kumar Jena
  • Published: Sunday, 21 July 2019
  • , Updated: 21 July 2019, 06:16 PM IST

କଲମ୍ବୋ: ଆଇସିସି କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଅମ୍ପାୟାରଙ୍କ ସେହି ଗୋଟିଏ ଭୁଲ୍ ନିଷ୍ପତ୍ତି ପୂରା ମ୍ୟାଚର ରୂପରେଖ ବଦଳାଇ ଦେଇଥିଲା। ଶେଷ ଓଭରରେ ବେନ୍ ଷ୍ଟୋକ୍ସ ୨ ରନ୍ ନେବା ପାଇଁ ଦୌଡୁଥିବା ବେଳେ ମାର୍ଟିନ୍ ଗପ୍ଟିଲଙ୍କ ଥ୍ରୋ' ତାଙ୍କ ବ୍ୟାଟରେ ବାଜି ବାଉଣ୍ଡ୍ରୀକୁ ଚାଲିଯାଇଥିଲା। ଯାହା ପରେ ଅମ୍ପାୟାର ଏହାକୁ ମୋଟ ୬ ରନ୍ ଦେଇଥିଲେ।

ତେବେ ପରବର୍ତ୍ତୀ ସମୟରେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ଭୁଲ୍ ବୋଲି ପ୍ରମାଣିତ ହୋଇଥିଲା, କାରଣ ଆଇସିସି ନିୟମ ମୁତାବକ ଇଂଲଣ୍ଡ ଟିମକୁ ଏହି ବଲରେ ୫ ରନ୍ ମିଳିବାର ଥିଲା। ଏହି ନିଷ୍ପତ୍ତି ଦେଇଥିବା ଶ୍ରୀଲଙ୍କା ଅମ୍ପାୟାର କୁମାର ଧର୍ମସେନା ଏବେ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି।

ସଣ୍ଡେ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ଧର୍ମସେନା କହିଛନ୍ତି, "ସେହି ନିଷ୍ପତ୍ତି ଭୁଲ୍ ଥିଲା, କିନ୍ତୁ ମୋତେ ଏହାର ଆଦୌ ଅବଶୋଷ ନାହିଁ। ଟିଭି ରିପ୍ଲେ ଦେଖିବା ପରେ ମୁଁ ଜାଣିବାକୁ ପାଇଲି ଯେ ତାହା ଭୁଲ୍ ନିଷ୍ପତ୍ତି ଥିଲା। କିନ୍ତୁ ଆମ ପାଖରେ ମଇଦାନରେ ଟିଭି ରିପ୍ଲେ ଦେଖିବା ଭଳି କିଛି ସୁବିଧା ନଥାଏ। ଏଥିପାଇଁ ମୁଁ ଏହି ନିଷ୍ପତ୍ତିକୁ ନେଇ ଦୁଃଖି ନୁହଁ। ସେହି ସମୟରେ ମୁଁ ଯେଉଁ ନିଷ୍ପତ୍ତି ନେଲି, ସେଥିପାଇଁ ଆଇସିସି ମୋତେ ପ୍ରଶଂସା କରିଛି।"

ଧର୍ମସେନା ଆହୁରି କହିଛନ୍ତି, ନିୟମ ଅନୁସାରେ ଏହି ଘଟଣାକୁ ନେଇ ତୃତୀୟ ଅମ୍ପାୟାରଙ୍କଠାରୁ କୌଣସି ପରାମର୍ଶ ନେବାର ବ୍ୟବସ୍ଥା ନଥିଲା, କାରଣ ଏଥିରେ କେହି ଆଉଟ୍ ହୋଇନଥିଲେ। ଏଥିପାଇଁ ମୁଁ ଲେଗ୍ ଅମ୍ପାୟାରଙ୍କ ପରାମର୍ଶ ଦେଇଥିଲି, ଯାହାକୁ ଅନ୍ୟ ଅମ୍ପାୟାର ଓ ମ୍ୟାଚ୍ ରେଫରୀ ମଧ୍ୟ ଶୁଣିଥିଲେ। କିନ୍ତୁ ଆମେ ତାହା ଟିଭି ରିପ୍ଲେରେ ଦେଖିପାରି ନଥିଲୁ। ମୋତେ ସମସ୍ତେ କହିଥିଲେ ଯେ, ବ୍ୟାଟ୍ସମ୍ୟାନ୍ ରନ୍ ପୂରଣ କରିଛନ୍ତି ଏବଂ ଏହା ପରେ ମୁଁ ମୋ ନିଷ୍ପତ୍ତି ନେଇଥିଲି ବୋଲି ଧର୍ମସେନା କହିଛନ୍ତି।

Related story