ଆଇପିଏଲ ନବମ ସଂସ୍କରଣ: ଧର୍ମଶାଳା ପରିବର୍ତ୍ତେ ନାଗପୁରକୁ ହୋମଗ୍ରାଉଣ୍ଡ କରିପାରେ ପଞ୍ଜାବ

ଧର୍ମଶାଳା: ଆଇପିଏଲ୍‌ର ନବମ ସଂସ୍କରଣରେ କିଙ୍ଗ ଏକାଦଶ ପଞ୍ଜାବ ତା’ର ହୋମଗ୍ରାଉଣ୍ଡ ପରିବର୍ତ୍ତନ ପରିପାରେ ବୋଲି ଆଲୋଚନା ହେଉଛି। ପଞ୍ଜାବ ତା’ର ହୋମଗ୍ରାଉଣ୍ଡ ଧର୍ମଶାଳାକୁ ପରିବର୍ତ୍ତନ କରି ନାଗପୁରକୁ କରିବାକୁ ଯୋଜନା କରୁଛି। ତବେ ଦଳ କେଉଁ କାରଣରୁ ହୋମ ଗ୍ରାଉଣ୍ଡକୁ ପରିବର୍ତ୍ତନ କରିବାକୁ ଚାହୁଁଛି ସେ ନେଇ ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ହାଇ ଭୋଲଟେଜ ଭାରତ-ପାକ ମ୍ୟାଚ୍‌ ଧର୍ମଶାଳାରୁ କୋଲକାତାକୁ ସ୍ଥାନାନ୍ତର ହୋଇସାରିଛି। ବିଭିନ୍ନ କାରଣରୁ ଷ୍ଟାଡିୟମ ୨୦୧୬ ଆଇପିଏଲର ମ୍ୟାଚ୍‌ […]

dharamsala

Rakesh Mallick
  • Published: Sunday, 13 March 2016
  • , Updated: 13 March 2016, 04:38 PM IST

ଧର୍ମଶାଳା: ଆଇପିଏଲ୍‌ର ନବମ ସଂସ୍କରଣରେ କିଙ୍ଗ ଏକାଦଶ ପଞ୍ଜାବ ତା’ର ହୋମଗ୍ରାଉଣ୍ଡ ପରିବର୍ତ୍ତନ ପରିପାରେ ବୋଲି ଆଲୋଚନା ହେଉଛି। ପଞ୍ଜାବ ତା’ର ହୋମଗ୍ରାଉଣ୍ଡ ଧର୍ମଶାଳାକୁ ପରିବର୍ତ୍ତନ କରି ନାଗପୁରକୁ କରିବାକୁ ଯୋଜନା କରୁଛି। ତବେ ଦଳ କେଉଁ କାରଣରୁ ହୋମ ଗ୍ରାଉଣ୍ଡକୁ ପରିବର୍ତ୍ତନ କରିବାକୁ ଚାହୁଁଛି ସେ ନେଇ ସ୍ପଷ୍ଟ ହୋଇନାହିଁ।

ପୂର୍ବରୁ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ହାଇ ଭୋଲଟେଜ ଭାରତ-ପାକ ମ୍ୟାଚ୍‌ ଧର୍ମଶାଳାରୁ କୋଲକାତାକୁ ସ୍ଥାନାନ୍ତର ହୋଇସାରିଛି।

ବିଭିନ୍ନ କାରଣରୁ ଷ୍ଟାଡିୟମ ୨୦୧୬ ଆଇପିଏଲର ମ୍ୟାଚ୍‌ ସୂଚୀରେ ନାହିଁ। ଏହି ଦୃଷ୍ଟିରୁ ପଞ୍ଜାବ ନାଗପୁରକୁ ହୋମ୍‌ଗ୍ରାଉଣ୍ଡ କରିବାକୁ ନିଷ୍ପତ୍ତି ନେଇଛି।

ଏଚ୍‌ପିସିଏ ମିଡିଆ ସଚିବ ମୋହିତ ସୁଦ କହିଛନ୍ତି,“ଆମେ ଏହି ଗ୍ରାଉଣ୍ଡରେ ୩ରୁ ଅଧିକ ମ୍ୟାଚ୍‌ ଖେଳାଯିବା ନେଇ ଆଶା କରିଥିଲୁ। ଭାରତ-ପାକ୍‌ ମ୍ୟାଚ୍‌ କୋଲକାତାକୁ ସ୍ଥାନାନ୍ତର ହେବା ପରେ ଆମକୁ ଆକ୍ରୋଶମୂଳକ ଭାବେ ମ୍ୟାଚ୍‌ ଦିଆଯାଇନାହିଁ। ଏପରି କରାଯିବା ଠିକ୍‌ ନୁହେଁ ।”

Related story