ବିବାଦୀୟ ମନ୍ତବ୍ୟ ନେଇ ଆଫ୍ରିଦିଙ୍କୁ ଲିଗାଲ ନୋଟିସ୍‌

ନୂଆଦିଲ୍ଲୀ: ପାକିସ୍ଥାନର ଅଧିନାୟକ ଶାହିଦ୍‌ ଆଫ୍ରିଦିଙ୍କ ବିରୋଧରେ ସୋମବାର ଲାହୋରର ଜଣେ ଆଇନଜୀବୀ ଲିଗାଲ ନୋଟିସ୍‌ ଜାରି କରିଛନ୍ତି। ଆଫ୍ରିଦିଙ୍କ ‘ପାକିସ୍ତାନୀ ଫ୍ୟାନ୍‌ଙ୍କ ତୁଳନାରେ ଭାରତୀୟ ଫ୍ୟାନ୍‌ ଆମକୁ ଅଧିକ ଭଲ ପାଆନ୍ତି’ ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ଜାରି ହୋଇଛି ଏହି ନୋଟିସ୍‌। ପାକିସ୍ତାନରେ ଏହାକୁ ନେଇ ଝଡ ସୃଷ୍ଟି ହୋଇଛି। ନୋଟିସ୍‌ ଜାରି କରିଥିବା ଓକିଲ ଜଣଙ୍କ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଆଫ୍ରିଦିଙ୍କ ଏହି ମନ୍ତବ୍ୟ ପାକିସ୍ତାନ ବିରୋଧୀ। ତେଣୁ ସେ ଏଥିପାଇଁ […]

Shahid-Afridi-Show-Cause-notice-by-PCB

Rakesh Mallick
  • Published: Monday, 14 March 2016
  • , Updated: 14 March 2016, 03:52 PM IST

ନୂଆଦିଲ୍ଲୀ: ପାକିସ୍ଥାନର ଅଧିନାୟକ ଶାହିଦ୍‌ ଆଫ୍ରିଦିଙ୍କ ବିରୋଧରେ ସୋମବାର ଲାହୋରର ଜଣେ ଆଇନଜୀବୀ ଲିଗାଲ ନୋଟିସ୍‌ ଜାରି କରିଛନ୍ତି। ଆଫ୍ରିଦିଙ୍କ ‘ପାକିସ୍ତାନୀ ଫ୍ୟାନ୍‌ଙ୍କ ତୁଳନାରେ ଭାରତୀୟ ଫ୍ୟାନ୍‌ ଆମକୁ ଅଧିକ ଭଲ ପାଆନ୍ତି’ ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ଜାରି ହୋଇଛି ଏହି ନୋଟିସ୍‌।

ପାକିସ୍ତାନରେ ଏହାକୁ ନେଇ ଝଡ ସୃଷ୍ଟି ହୋଇଛି। ନୋଟିସ୍‌ ଜାରି କରିଥିବା ଓକିଲ ଜଣଙ୍କ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଆଫ୍ରିଦିଙ୍କ ଏହି ମନ୍ତବ୍ୟ ପାକିସ୍ତାନ ବିରୋଧୀ। ତେଣୁ ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରବା ସହ ମନ୍ତବ୍ୟକୁ ଫେରାଇ ନିଅନ୍ତୁ।

ସୂଚନାଯୋଗ୍ୟ, ପାକିସ୍ତାନ ଟିମ୍‌ ଭାରତରେ ପହଞ୍ଚିବା ପରେ ଆଫ୍ରିଦି କହିଥିଲେ,“ଆମେ ଭାରତରେ ସବୁବେଳେ କିକ୍ରେଟକୁ ଉପଭୋଗ କରୁ, ଏଠିକାର ଲୋକେ ଆମକୁ ବହୁତ ଭଲ ପଆନ୍ତି, ଏଠାରେ ଯେପରି ଲୋକମାନେ ଆମକୁ ଭଲ ପାଆନ୍ତି, ପାକିସ୍ତାନରେ ବି ସେପରି ଭଲପାଇବା ମିଳେ ନାହିଁ।”

ନିକଟରେ ଶେଷ ହୋଇଥିବା ଏସିଆକପ୍‌ରେ ଭାରତଠାରୁ ପରାଜିତ ହେବା ପରେ ଭାରତର ପ୍ରଶଂସା କରି ଆଫ୍ରିଦି ପାକିସ୍ତାନୀ ଫ୍ୟାନଙ୍କର କଡ଼ା ସମାଲୋଚନାର ସରବ୍ୟ ହୋଇଥିଲେ।

ପାକିସ୍ତାନର ପୂର୍ବତନ କ୍ରେକଟର ଜାଭେଦ୍ ମିଆଁଦାଦ୍‌ ଆଫ୍ରିଦି ଓ ସୋଏବ ମାଲିକ୍‌ଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଜଣେ ପାକିସ୍ତାନୀ ଖେଳାଳି ହୋଇ ଏପରି କହିବା ଅଶୋଭନୀୟ। ଏଥିରୁ ବିରତ ରହିବା ଦରକାର।

Related story