ଧୋନିଙ୍କ ଅବସର ନେଇ ମୁହଁ ଖୋଲିଲେ ମୁଖ୍ୟ ଚୟନକର୍ତ୍ତା

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ଟୁର୍ ପାଇଁ ରବିବାର ଭାରତୀୟ ଟିମର ଘୋଷଣା କରାଯାଇଛି। ଏହି ଗସ୍ତ ପାଇଁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଉବଲବ୍ଧ ହେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଆଜି ଟିମ୍ ଚୟନରେ ଧୋନିଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ତିନୋଟି ଫର୍ମାଟରେ ୱିକେଟକିପର ଭାବେ ସ୍ଥାନ ମିଳିଛି। ଏହି ଅବସରରେ ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଧୋନିଙ୍କ ଭବିଷ୍ୟତକୁ ନେଇ ମୁହଁ ଖୋଲିଛନ୍ତି। ପ୍ରସାଦ କହିଛନ୍ତି, ଧୋନି ଜଣେ […]

msk

Ranjit Kumar Jena
  • Published: Sunday, 21 July 2019
  • , Updated: 21 July 2019, 04:27 PM IST

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ଟୁର୍ ପାଇଁ ରବିବାର ଭାରତୀୟ ଟିମର ଘୋଷଣା କରାଯାଇଛି। ଏହି ଗସ୍ତ ପାଇଁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଉବଲବ୍ଧ ହେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଆଜି ଟିମ୍ ଚୟନରେ ଧୋନିଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ତିନୋଟି ଫର୍ମାଟରେ ୱିକେଟକିପର ଭାବେ ସ୍ଥାନ ମିଳିଛି। ଏହି ଅବସରରେ ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଧୋନିଙ୍କ ଭବିଷ୍ୟତକୁ ନେଇ ମୁହଁ ଖୋଲିଛନ୍ତି।

ପ୍ରସାଦ କହିଛନ୍ତି, ଧୋନି ଜଣେ କିମ୍ବଦନ୍ତୀ ଖେଳାଳି ଏବଂ ସେ ଅବସର ଉପରେ ନିଜେ ନିଷ୍ପତ୍ତି ନେଇପାରନ୍ତି। ଧୋନି ଏହି ସିରିଜ୍ ପାଇଁ ଉପଲବ୍ଧ ରହିବେ ନାହିଁ ବୋଲି ପୂର୍ବରୁ କହିଥିଲେ। ବିଶ୍ୱକପ୍ ପର୍ଯ୍ୟନ୍ତ ଆମର କିଛି ଯୋଜନା ଥିଲା ଏବଂ ଆମେ ଏହା ଉପରେ କାମ କରିଛୁ।  ବିଶ୍ୱକପ୍ ଏବେ ଶେଷ ହୋଇଛି। ଏଥିପାଇଁ ଆମକୁ ଆଗାମୀ ଯୋଜନା ଉପରେ ଫୋକସ୍ କରିବାକୁ ପଡ଼ିବ। ଯେହେତୁ ଧୋନି ଦୁଇମାସର ବିରତି ନେଇଛନ୍ତି, ତେଣୁ ଆମେ ପନ୍ତଙ୍କୁ ଅଧିକ ସୁଯୋଗ ଦେବା ନେଇ ଚିନ୍ତା କରିଛୁ। ଏହାଦ୍ଦ୍ୱାରା ପନ୍ତ ନିଜର ପ୍ରତିଭାକୁ ଅଧିକ ପ୍ରଦର୍ଶିତ କରିପାରିବେ। ବର୍ତ୍ତମାନ ପାଇଁ ଆମର ଏହାହିଁ ଯୋଜନା ଅଛି।

ପ୍ରସାଦ ଆହୁରି କହିଛନ୍ତି, ଆମେ ଧୋନିଙ୍କ ସହ କଥା ହୋଇଥିଲୁ। ଅବସର ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ। ଧୋନିଙ୍କ ଭଳି କିମ୍ବଦନ୍ତୀ କ୍ରିକେଟର ଭଲ ଭାବେ ଜାଣିଛନ୍ତି ଯେ, ସେ କେବେ ଅବସର ନେବେ। କିନ୍ତୁ ଭାରତୀୟ ଟିମର ଭବିଷ୍ୟତ ରୋଡମ୍ୟାପ୍ ଚୟନକର୍ତ୍ତାଙ୍କ ହାତରେ ବୋଲି ପ୍ରସାଦ କହିଛନ୍ତି।

ଶନିବାର ବିସିସିଆଇର ଜଣେ ସିନିୟର ଅଧିକାରୀ ଧୋନିଙ୍କ ସମ୍ବନ୍ଧରେ କହିଥିଲେ ଯେ, "ଧୋନି ଏବେ କ୍ରିକେଟରୁ ଅବସର ନେଉନାହାନ୍ତି। ସେ ପାରାମିଲିଟାରୀ ରେଜିମେଣ୍ଟରେ ଯୋଗ ଦେବା ପାଇଁ କ୍ରିକେଟରୁ ଦୁଇ ମାସର ବିରତି ନେଇଛନ୍ତି। ଧୋନିଙ୍କ ଏହି ନିଷ୍ପତ୍ତି ସମ୍ବନ୍ଧରେ ଆମେ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ଚୟନକମିଟି ଅଧ୍ୟକ୍ଷ ପ୍ରସାଦଙ୍କୁ ଅବଗତ କରାଇଦେଇଛୁ।"

Related story