ଲୋଧା କମିଟି ରିପୋର୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲା ଓସିଏ

ଭୁବନେଶ୍ୱର: କ୍ରିକେଟରେ ସଂସ୍କାର ଆଣିବା ନେଇ ଜଷ୍ଟିସ୍‌ ଲୋଧା କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟକୁ ବିରୋଧ କରିଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)। ଲୋଧା କମିଟିର ରିପୋର୍ଟକୁ ଚ୍ୟାଲେଞ୍ଜ କରି ଓସିଏ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। କମିଟିର ରିପୋର୍ଟରେ ଉଲ୍ଲେଖ ଥିବା ୧୭ଟି ପଏଣ୍ଟକୁ ଚ୍ୟାଲେଞ୍ଜ କରି ଓସିଏ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟରେ ଇଣ୍ଟଭେନିଂ ପିଟିସ୍ ଦାଖଲ କରିଛି। ସୂଚନାଯୋଗ୍ୟ ଗତ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ଓସିଏ ସମ୍ପାଦକ ଆଶୀର୍ବାଦ […]

osa

Rakesh Mallick
  • Published: Wednesday, 02 March 2016
  • , Updated: 02 March 2016, 04:12 AM IST

ଭୁବନେଶ୍ୱର: କ୍ରିକେଟରେ ସଂସ୍କାର ଆଣିବା ନେଇ ଜଷ୍ଟିସ୍‌ ଲୋଧା କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟକୁ ବିରୋଧ କରିଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)। ଲୋଧା କମିଟିର ରିପୋର୍ଟକୁ ଚ୍ୟାଲେଞ୍ଜ କରି ଓସିଏ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। କମିଟିର ରିପୋର୍ଟରେ ଉଲ୍ଲେଖ ଥିବା ୧୭ଟି ପଏଣ୍ଟକୁ ଚ୍ୟାଲେଞ୍ଜ କରି ଓସିଏ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟରେ ଇଣ୍ଟଭେନିଂ ପିଟିସ୍ ଦାଖଲ କରିଛି।

ସୂଚନାଯୋଗ୍ୟ ଗତ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା କହିଥିଲେ, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସୁପ୍ରିମକୋର୍ଟରେ ଇଣ୍ଟରଭେନର କରାଯିବ। ୧୫ରୁ ୨୦ ଆସୋସିଏସନ ସୁପ୍ରିମକୋର୍ଟରେ ଇଣ୍ଟରଭେନର ହେବେ।

ବେହେରା ଅଭିଯୋଗ କରିଥିଲେ, “ଲୋଧା କମିଟି ସୁପ୍ରିମକୋର୍ଟରେ ଦୁଇଟି ଭଲ୍ୟୁମ ଦାଖଲ କରିଛନ୍ତି। ପ୍ରଥମ ଭଲ୍ୟୁମ ୧୬୯ ଓ ଦ୍ୱିତୀୟ ଭଲ୍ୟୁମ ୧୪୬ ପୃଷ୍ଠାର ରହିଛି। ଏହାର ନକଲ ଆମର ସମସ୍ତ ଅନୁବନ୍ଧିତ ୟୁନିଟଙ୍କ ପାଖକୁ ପଠାଯାଇଛି। ଏହାକୁ ତର୍ଜମା କରାଯିବା ପରେ କିଛି ଜିଲ୍ଲାରୁ ପ୍ରସ୍ତାବ ଆସିଥିଲା। କମିଟିର ସୁପାରିଶ ନେଇ ଓସିଏରେ ଥିବା ଲିଗାଲ ଆଡଭାଇଜର, ଆଡଭୋକେଟ୍‌ଙ୍କଠାରୁ ପରାମର୍ଶ ଲୋଡାଯାଇଥିଲା। ତର୍ଜମା କରାଯିବା ସହ କାର୍ଯ୍ୟକାରିଣୀ ବୈଠକ ଡକା ଯାଇଥିଲା। ମୁଖ୍ୟତଃ ୧୭ଟି ବିଷୟ ଉପରେ ଏଥିରେ ଆଲୋଚନା କରାଯାଇଥିଲା।”

Related story