ମ୍ୟାକ୍‌ଗ୍ରାଥ୍‌ଙ୍କ ବାୟୋପିକ୍‌ରେ ଆସି ପାରନ୍ତି ଅଭିନେତା ଅକ୍ଷୟ କୁମାର

ନୂଆଦିଲ୍ଲୀ: ବିଶ୍ୱରେ ଅନେକ କ୍ରିକେଟର ରହିଛନ୍ତି ଯେଉଁମାନଙ୍କ ଜୀବନଶୈଳୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ। ସେମାନଙ୍କର ପ୍ରତ୍ୟେକଙ୍କର ଜୀବନୀକୁ ନେଇ ଗୋଟିଏ ଗୋଟିଏ ଫିଲ୍ମ ନିର୍ମାଣ କରାଯାଇପାରିବ। ସଚୀନ ତେନ୍ଦୁଲକର ଓ ଧୋନୀଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ ଚାଲିଛି। ତେବେ ଏହାକୁ ଅପେକ୍ଷା କରିବାକୁ ଦର୍ଶକଙ୍କର ଧୈର୍ଯ୍ୟ ନାହିଁ! ବିଶ୍ୱ କ୍ରିକେଟ୍‌ରେ ଜଣେ ଜଣାଶୁଣା କ୍ରିକେଟର ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଫାଷ୍ଟ୍ ବୋଲର୍ ଗ୍ଲେନ୍ ମ୍ୟାକ୍‌ଗ୍ରାଥ୍‌। ଫାଷ୍ଟ୍ ବୋଲରଙ୍କ ମଧ୍ୟରେ ସେ ହେଉଛନ୍ତି ଟେଷ୍ଟ୍ କ୍ରିକେଟ୍‌ରେ ସର୍ବାଧିକ […]

magrath

Rakesh Mallick
  • Published: Thursday, 01 September 2016
  • , Updated: 01 September 2016, 04:42 PM IST

ନୂଆଦିଲ୍ଲୀ: ବିଶ୍ୱରେ ଅନେକ କ୍ରିକେଟର ରହିଛନ୍ତି ଯେଉଁମାନଙ୍କ ଜୀବନଶୈଳୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ। ସେମାନଙ୍କର ପ୍ରତ୍ୟେକଙ୍କର ଜୀବନୀକୁ ନେଇ ଗୋଟିଏ ଗୋଟିଏ ଫିଲ୍ମ ନିର୍ମାଣ କରାଯାଇପାରିବ। ସଚୀନ ତେନ୍ଦୁଲକର ଓ ଧୋନୀଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ ଚାଲିଛି। ତେବେ ଏହାକୁ ଅପେକ୍ଷା କରିବାକୁ ଦର୍ଶକଙ୍କର ଧୈର୍ଯ୍ୟ ନାହିଁ! ବିଶ୍ୱ କ୍ରିକେଟ୍‌ରେ ଜଣେ ଜଣାଶୁଣା କ୍ରିକେଟର ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଫାଷ୍ଟ୍ ବୋଲର୍ ଗ୍ଲେନ୍ ମ୍ୟାକ୍‌ଗ୍ରାଥ୍‌। ଫାଷ୍ଟ୍ ବୋଲରଙ୍କ ମଧ୍ୟରେ ସେ ହେଉଛନ୍ତି ଟେଷ୍ଟ୍ କ୍ରିକେଟ୍‌ରେ ସର୍ବାଧିକ ୱିକେଟ୍‌ ନେଇଥିବା ଖେଳାଳି। ତେଣୁ ତାଙ୍କ ଜୀବନୀ ବି ଏକ ଫିଲ୍ମ ପାଇଁ ଦାବି ରଖେ।

ମ୍ୟାକ୍‌ଗ୍ରାଥ କହିଛନ୍ତି,“ମତେ କେହି ଜଣେ କହିଲେ କି ମୋ ଉପରେ ଗୋଟିଏ ବାୟୋପିକ୍‌ ହେବା ଉଚିତ। ହୁଏତ ମୋ ଚରିତ୍ର ହଲିଉଡ୍‌ ଷ୍ଟାର ହ୍ୟୁଜ୍‌ ଜ୍ୟାକମ୍ୟାନ୍‌ କରିପାରିବେ? ସେ ଜଣେ ଅଷ୍ଟ୍ରେଲୀୟ ଓ ସେ କ୍ରିକେଟ୍‌କୁ ଭଲ ପାଆନ୍ତି। କିନ୍ତୁ ତା’ପରେ କେହି ଜଣେ ମୋତେ ବଲିଉଡ୍‌ରୁ ଜଣେ ଅଭିନେତାଙ୍କୁ ବାଛିବାକୁ କହିଲେ। ଏଭଳି କ୍ଷେତ୍ରରେ ମୋର ପସନ୍ଦ ଅକ୍ଷୟ କୁମାର।”

Related story