ଟ୍ରାକ୍‌ସୁଟ୍‌ ବିକ୍ରି କରୁଛନ୍ତି ପୂର୍ବତନ ହକି କୋଚ୍‌

ନୂଆଦିଲ୍ଲୀ: ଭାରତର ପୂର୍ବତନ ହକି କୋଚ୍‌ ମହମ୍ମଦ ଇମ୍ରାନ୍‌। ନିଜ ହାତରେ ଗଡିଛନ୍ତି ଏକାଧିକ ହକି ଖେଳାଳି। ଦେଶକୁ ଦେଇଛନ୍ତି ୫ ଜଣ ଅନ୍ତର୍ଜାତୀୟ ଓ ୫୦ରୁ ଅଧିକ ଜାତୀୟ ସ୍ତରୀୟ ଖେଳାଳି। ସେମାନେ ଏବେ ବିଶ୍ୱ ହକିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ହେଲେ ସେମାନେ ଯାହା ପାଇଁ ଏହି ସଫଳତା ଓ ପରିଚୟ ପାଇଛନ୍ତି ସେ ଆଜି ଅବହେଳିତ। ରାଜ୍ୟ ଓ କେନ୍ଦ୍ର ସରକାର ସଫଳ କ୍ରୀଡାବିତ ଓ କୋଚ୍‌ଙ୍କୁ ଉପହାର ଓ […]

mahammad-imran

Rakesh Mallick
  • Published: Monday, 05 September 2016
  • , Updated: 05 September 2016, 06:56 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ହକି କୋଚ୍‌ ମହମ୍ମଦ ଇମ୍ରାନ୍‌। ନିଜ ହାତରେ ଗଡିଛନ୍ତି ଏକାଧିକ ହକି ଖେଳାଳି। ଦେଶକୁ ଦେଇଛନ୍ତି ୫ ଜଣ ଅନ୍ତର୍ଜାତୀୟ ଓ ୫୦ରୁ ଅଧିକ ଜାତୀୟ ସ୍ତରୀୟ ଖେଳାଳି। ସେମାନେ ଏବେ ବିଶ୍ୱ ହକିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ହେଲେ ସେମାନେ ଯାହା ପାଇଁ ଏହି ସଫଳତା ଓ ପରିଚୟ ପାଇଛନ୍ତି ସେ ଆଜି ଅବହେଳିତ। ରାଜ୍ୟ ଓ କେନ୍ଦ୍ର ସରକାର ସଫଳ କ୍ରୀଡାବିତ ଓ କୋଚ୍‌ଙ୍କୁ ଉପହାର ଓ ଅର୍ଥରାଶିରେ ଅଜାଡି ଦେଉଛନ୍ତି। ହେଲେ ଏହି ପୂର୍ବତନ କୋଚ୍‌ ପରିବାର ପ୍ରତିପୋଷଣ ପାଇଁ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଟ୍ରାକ୍‌ସୁଟ ବିକ୍ରି କରୁଛନ୍ତି।

ଦୀର୍ଘଦିନ ଧରି ଭାରତର ଫର୍ଟିଲାଇଜେସନ କର୍ପୋରେସନ ପକ୍ଷରୁ ଖେଳୁଥିବା ଇମ୍ରାନ୍‌ ଏବେ ଅର୍ଥାଭାବରୁ ରାସ୍ତାକଡରେ ଟ୍ରାକ୍‌ସୁଟ୍‌ ଓ ଟି-ସାର୍ଟ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏହି କର୍ପୋରେସନକୁ ସରକାର ବନ୍ଦ କରିବା ପରେ ତାଙ୍କ ଆର୍ଥିକ ପରିସ୍ଥିତି ଅତି ସଙ୍ଗୀନ ହୋଇପଡିଥିଲା। ଅନ୍ୟ କିଛି ଉପାୟ ନ ପାଇ ପରିବାର ପ୍ରତିପୋଷଣ କରିବାକୁ ସେ ଏହି ବୃତ୍ତିକୁ ଆଦରି ନେଇଥିଲେ ବୋଲି କହିଛନ୍ତି।

ଏହି ପୂର୍ବତନ କୋଚ୍‌ ଜଣକ ରୀତା ପାଣ୍ଡେ, ରଜନୀ ଚୌଧୁରୀ, ସଞ୍ଜୀବ ଓଝା, ପ୍ରତିମା ଚୌଧୁରୀ ଜନାର୍ଦ୍ଦନ ଗପ୍ତା ଓ ସନ୍‌ଭର ଅଲ୍ଲିଙ୍କ ପରି ଅନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ହେଲେ ମାସିକ ମାତ୍ର ୧୦୦୦ ଟଙ୍କା ପେନ୍‌ସନ୍‌ ଦେଇ ସରକାର ତାଙ୍କ କର୍ତ୍ତବ୍ୟ ସାରି ଦେବା ସହ ରାସ୍ତାକଡ଼ରେ ଟ୍ରାକ୍‌ସୁଟ୍‌ ବିକ୍ରି କରିବାକୁ ଛାଡି ଦେଇଛି।

Related story