ବିସିସିଆଇ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମହିମ ବର୍ମା

ନୂଆଦିଲ୍ଲୀ: ବିସିସିଆଇ ଉପାଧ୍ୟକ୍ଷ ପଦବୀରୁ ମହିମ ବର୍ମା ଇସ୍ତଫା ଦେଇଛନ୍ତି। ସେ ଉତ୍ତରାଖଣ୍ଡ କ୍ରିକେଟ୍ ଆସୋସିଏସନ୍ (ସିଏୟୁ)ର ସମ୍ପାଦକ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଏବଂ ଏହି କାରଣରୁ ବିସିସିଆଇ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ବର୍ମା କହିଛନ୍ତି, “ମୁଁ ମୋ ରାଜ୍ୟ ଆସୋସିଏସନର ଦାୟିତ୍ୱ ବହନ କରିବାକୁ ଚାହୁଁଛି, ଯାହା ଠିକ୍ ଭାବେ ପରିଚାଳିତ ହେଉନଥିଲା। ମୁଁ ମୋ ଇସ୍ତଫା ପତ୍ରକୁ ବିସିସିଆଇ ସିଇଓ ରାହୁଲ୍ ଜୋହରୀଙ୍କ ନିକଟକୁ ପଠାଇ ଦେଇଛି। ମୁଁ ଦୃଢ଼ […]

mahim-verma

Ranjit Kumar Jena
  • Published: Monday, 13 April 2020
  • , Updated: 13 April 2020, 09:08 PM IST

ନୂଆଦିଲ୍ଲୀ: ବିସିସିଆଇ ଉପାଧ୍ୟକ୍ଷ ପଦବୀରୁ ମହିମ ବର୍ମା ଇସ୍ତଫା ଦେଇଛନ୍ତି। ସେ ଉତ୍ତରାଖଣ୍ଡ କ୍ରିକେଟ୍ ଆସୋସିଏସନ୍ (ସିଏୟୁ)ର ସମ୍ପାଦକ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଏବଂ ଏହି କାରଣରୁ ବିସିସିଆଇ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ଏ ନେଇ ବର୍ମା କହିଛନ୍ତି, "ମୁଁ ମୋ ରାଜ୍ୟ ଆସୋସିଏସନର ଦାୟିତ୍ୱ ବହନ କରିବାକୁ ଚାହୁଁଛି, ଯାହା ଠିକ୍ ଭାବେ ପରିଚାଳିତ ହେଉନଥିଲା। ମୁଁ ମୋ ଇସ୍ତଫା ପତ୍ରକୁ ବିସିସିଆଇ ସିଇଓ ରାହୁଲ୍ ଜୋହରୀଙ୍କ ନିକଟକୁ ପଠାଇ ଦେଇଛି। ମୁଁ ଦୃଢ଼ ନିଶ୍ଚିତ ଯେ ମୋର ଇସ୍ତଫା ପତ୍ରକୁ ସ୍ୱୀକାର କରାଯିବ। ମୁଁ ପୂର୍ବରୁ ମୋ ଇସ୍ତଫା ସମ୍ବନ୍ଧରେ ବିସିସିଆଇ ସମ୍ପାଦକ ଜୟ ଶାହଙ୍କୁ ଅବଗତ କରାଇ ସାରିଥିଲି। ତାଙ୍କୁ ମୁଁ କହିଥିଲି ଯେ ଯଦି ମୁଁ ମୋ ରାଜ୍ୟର କାର୍ଯ୍ୟଭାର ନ ସମ୍ଭାଳେ, ତାହେଲେ ଆସୋସିଏସନରେ ସବୁକିଛି ଗଡ଼ବଡ଼ ହୋଇଯିବ। ଏଥିପାଇଁ ମୁଁ ରାଜ୍ୟ କ୍ରିକେଟ୍ ଆସୋସିଏସନର ନିର୍ବାଚନରେ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲି।"

ସୂଚନାଯୋଗ୍ୟ, ୨୦୧୯ ବର୍ଷ ଉତ୍ତରାଖଣ୍ଡ ପାଇଁ ବହୁତ ସ୍ମରଣୀୟ ଥିଲା। ୨୦୧୯ରେ ଉତ୍ତରାଖଣ୍ଡ କ୍ରିକେଟ୍ ଆସୋସିଏସନକୁ ବିସିସିଆଇର ମାନ୍ୟତା ମିଳିଥିଲା। ଏହା ପରେ ଅକ୍ଟୋବରରେ ମହିମ ବର୍ମାଙ୍କୁ ଉତ୍ତରାଖଣ୍ଡ କ୍ରିକେଟ୍ ଆସୋସିଏସନର ସମ୍ପାଦକ ଭାବେ ନିର୍ବାଚିତ କରାଯାଇଥିଲା। ଏବେ ମହିମଙ୍କ ଯିବା ପରେ ବିସିସିଆଇର ପରବର୍ତ୍ତୀ ଉପାଧ୍ୟକ୍ଷ କିଏ, ତାହା ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ସାରା ଦେଶରେ ଲକଡାଉନ୍ ଚାଲିଥିବାରୁ ନୂଆ ଉପାଧ୍ୟକ୍ଷ ନିଯୁକ୍ତି ପରବର୍ତ୍ତୀ ସମୟରେ ହେବ।

Related story